ଚମକପୁର: ଯୋଡ଼ା ବ୍ଲକ ଅର୍ନ୍ତଗତ ଅଂଶେଇଁକଳା ଗ୍ରାମରେ ରାସ୍ତା ତାଡ଼ି ଦେଇଥିବାରୁ ପାଣି ପାଇପ ଫାଟି ଯାଇଛି। ଫଳରେ ରାସ୍ତାରେ ପାଣି ନଷ୍ଟ ହେଉଛି। ଲୋକେ ପାଣି ମୁନ୍ଦାଏ ପାଇଁ ଡହଳବିକଳ ହେଉଥିବା ବେଳେ ପାଣି ନଷ୍ଟ ହେବାକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି। ଏହାକୁ ନେଇ ଅସନ୍ତୋଷ ଦେଖାଦେଇଛି। ଅଂଶେଇଁକଳା-ପୁରୁଷୋତ୍ତମପୁର ରାସ୍ତାର ସମ୍ପ୍ରସାରଣ କାର୍ଯ୍ୟ ଚାଲିଛି।

Advertisment

ସଂପୃକ୍ତ ଠିକାସଂସ୍ଥା ଦାୟିତ୍ବହୀନ ଭାବରେ ରାସ୍ତାକୁ ଖୋଳି ଦେଉଥିବା ବେଳେ ରାସ୍ତା ତଳେ ବିଛା ଯାଇଥିବା ପାଇପ୍ ଅନେକ ସ୍ଥଳରେ ଫାଟି ଯାଉଛି। ଫଳରେ ରାସ୍ତାରେ ପାଣି ବହି ଯାଉଛି। ଲୋକେ ପାଣି ପାଇଁ ଖରା ଦିନେ ଡହଳବିକଳ ହେଉଥିବା ବେଳେ ଏଠାରେ ନିୟୋଜିତ ଠିକାସଂସ୍ଥାର ଖାମଖିଆଲି ନୀତି ଯୋଗୁଁ ଏଭଳି ଏଭଳି ଅବସ୍ଥା ଉପୁଜୁଥିବା ପ୍ରକାଶ କରିଛନ୍ତି। ଏଥିପ୍ରତି ତୁରନ୍ତ ଦୃଷ୍ଟିଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।