କୋବକଳବା ପଞ୍ଚାୟତକୁ ଡିଜିଟାଇଜେସନ୍ କରିବାକୁ ଯୋଜନା ଆରମ୍ଭ

ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଳକ୍ ଅଧିନ କୋକକଳବା ପଞ୍ଚାୟତକୁ ଡିଜିଟାଇଜେସନ୍ କରିବାର ପ୍ରୟାଶ ଆରମ୍ଭ ହୋଇଛି। କୋ୦କଳବାକୁ ଡ଼ିଜିଟାଲ୍ ଗ୍ରାମ ପଞ୍ଚାୟତରେ ପରିଣତ କରିବା ପାଇଁ ପଞ୍ଚାୟତ ପକ୍ଷରୁ ଏକ ସ୍ବତନ୍ତ୍ର ଆପ୍ ତିଆରି କରାଯାଇଛି। ସରପଞ୍ଚ ନିର୍ମଳ ଚନ୍ଦ୍ର ନାୟକ ଆଜି ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଏହି ଆପ୍କୁ ଲୋକାର୍ପଣ କରିଛନ୍ତି। ଏହି ଆପ୍କୁ ସେହି ଗ୍ରାମର କମ୍ପ୍ୟୁଟର ଇଞ୍ଜିନିୟର ଅନୀଲ କୁମାର ନାୟକ ତିଆରି କରିଥିବା ବୋଳେ ଏହି ଆପ୍ ମାଧ୍ୟମରେ ଏହି ପଞ୍ଚାୟତରେ ରହୁଥିବା ଜନସାଧାରଣଙ୍କ ସମସ୍ତ ତଥ୍ୟ ଉପଲବ୍ଧ ହେବା ସହ କେଉଁ ଶ୍ରେଣୀର ଲୋକ,ସେମାନଙ୍କ ବୃତ୍ତି,ପାରିବାରିକ ସ୍ଥିତି ଆବଶ୍ୟକତା ଓ ଅଭାବ ସଂର୍ପକରେ ଜଣାପଡିବ ବୋଲି ସରପଞ୍ଚ ଶ୍ରୀ ନାୟକ କହିଛନ୍ତି।

ଯାହା ଫଳରେ ସରକାରୀ ଯୋଜନାରେ ଆସୁଥିବା ସୁଫଳ ସେମାନଙ୍କୁ ଏହି ଆପ୍ ମାଧ୍ୟମରେ ଖୋଜି ପ୍ରଦାନ କରାଯିବା ସହ ରୋଜଗାର ପାଇଁ ମଧ୍ୟ ସେମାନଙ୍କ ସହ ସିଧା ସଳଖ ଯୋଗାଯୋଗ କରାଯାଇ ପାରିବ। ତେବେ ପଞ୍ଚାୟତର ସମସ୍ତ ଲୋକ ମାନଙ୍କ ତଥ୍ୟ ସଂଗ୍ରହ କରିବା ପାଇଁ ଆଜି ଅଙ୍ଗନବାଡି କର୍ମୀ,ଆଶ ଦିଦି ଓ ଏଏନ୍ଏମ୍ ଦିଦି ମାନଙ୍କୁ ଆଜି ପ୍ରଶିକ୍ଷଣ ଦିଆଯାଇଛି।

ସମସ୍ତଙ୍କ ତଥ୍ୟ ସଂଗ୍ରହ କରି ଏଥିରେ ପଞ୍ଜିକରଣ କରାଯିବା ପରେ ପଞ୍ଚାୟତକୁ ଡିଜିଟାଲ୍ ପଞ୍ଚାୟତ ଘୋଷଣା କରାଯିବ ଦିଗରେ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି। କୋ୍କଳବା ପଞ୍ଚାୟତ ଅଧିନରେ ଜାଡ଼ଧାର,ମଶା୍ବାଡି,ଖିଲାଡି,ହାତୀଗୁଡ଼ା,ବେଣିଆ ସାହି,ଲଙ୍ଗଳଖୋଳା,ବଞ୍ଜର ସାହି,ସଲପତଇଲା,ଖୁରୁଡୁପଲ୍ଲୀ ଓ ଡଙ୍ଗାଭୂମୀ ଗ୍ରାମ ରହିଥିବା ବେ୍ଳେ ଏଥିରେ ପ୍ରାୟ ୧୨ ଶହ ପରିବାରର ୫୦୦୦ରୁ ଉର୍ଦ୍ଧ ଲୋକ ବସବାସ କରୁଥିବା ଜଣାପଡିଛି। ଆଜିର ଏହି କାର୍ଯ୍ୟକ୍ରମରେ ପିଇଓ ରାଜେନ୍ଦ୍ର ପ୍ରଧାନ,ଜିଆର୍ଏସ୍ ଗୋପାଳ କୃଷ୍ଣ ସାହୁ,ଯୋଗାଣ ସହାୟକ ବିଷ୍ଣୁ ପ୍ରଧାନଙ୍କ ସମେତ ଅଙ୍ଗନବାଡି କର୍ମୀ ଆଶାଦିଦି ପ୍ରମୁଖ ଯୋଗଦେଇଥିଲେ।

ସମ୍ବନ୍ଧିତ ଖବର