ଜୟପୁର: ଢ଼େପ ସାହି ନିକଟସ୍ଥ ଚମ୍ପାକୁପୁଲି ମଣିକର୍ଣ୍ଣିକା ସ୍ବର୍ଗଦ୍ବାରକୁ ନିଜ ବାପା ର୍ସ୍ବଗତ ଆଦିମୁଲମ ଭେଙ୍କଟ ମୂର୍ତ୍ତୀଙ୍କ ସ୍ମୃତି ଉଦେଶ୍ୟରେ ତାଙ୍କ ପୁଅ ଆଦିମୁଲମ୍ ଦିଲ୍ଲୀପ ଏକ ଫ୍ରିଜର ପ୍ରଦାନ କରିଛନ୍ତି। ଏକ ନିରାଡମ୍ବର ଉତ୍ସବରେ ସେ ଏହାକୁ ସ୍ବର୍ଗଦ୍ବାର ପରିଚାଳନା ଟ୍ରଷ୍ଟକୁ ଏହା ହସ୍ତାନ୍ତର କରିଛନ୍ତି। ଏଥିରେ ଟ୍ରଷ୍ଟି ସଭ୍ୟ ଶଶି ପଟ୍ଟନାୟକ, ପ୍ରତାପ ପଟ୍ଟନାୟକ, କିଶୋର ଚୌଧୁରୀ, କେ.ରାମକ୍ରୀଷ୍ଣା, ଶିବା ରେଡ୍ଡୀ ଉପସ୍ଥିତ ଥିଲେ।
ବିଭିନ୍ନ ସମୟରେ ବହୁ ଲୋକଙ୍କର ମୃତ୍ୟୁ ପରେ ତାଙ୍କ ପରିବାରବର୍ଗ ବାହାରେ ରହୁଥିବା ବେଳେ ପହଚିଂବା ବିଳମ୍ବ ହେଲେ ମରଶରୀରକୁ ସୁରକ୍ଷିତ ଭାବେ ରଖିବାକୁ ଫ୍ରିଜରର ଆବଶ୍ୟକତା ରହିଛି। ତେଣୁ ସେ ଏହି ମହତ କାମ ପାଇଁ ଏହାକୁ ପ୍ରଦାନ କରିଛନ୍ତି। ସେଭଳି ଗତ ସାଢ଼େ ଦୁଇବର୍ଷ ତଳେ ସ୍ବର୍ଗତଃ ରତ୍ନାଲା ଲକ୍ଷ୍ମୀନାରାୟଣଙ୍କ ସ୍ମୃତି ଉଦେଶ୍ୟରେ ତାଙ୍କ ପୁଅ କିଶୋର ଚୌଧୁରୀ ସ୍ବର୍ଗଦ୍ବାରକୁ ସ୍ବର୍ଗରଥ ପ୍ରଦାନ କରିଥିଲେ। ଏହି ସ୍ବର୍ଗରଥରେ ଏବେ ପର୍ଯ୍ୟନ୍ତ ସାଢ଼େ ୨ଶହ ଶବ ବୁହା ଯାଇଥିବା ପରିଚାଳନା ଟ୍ରଷ୍ଟ ପକ୍ଷରୁ ସୂଚନା ମିଳିଛି। ମଣିଷ ଜନ୍ମ ମାତ୍ରକେ ମୃତ୍ୟୁ ନିଶ୍ଚିତ। ତେବେ ମର ଶରୀରକୁ ବି ସସମ୍ମାନର ସହ ଶେଷକୃତ୍ୟ ସଂପନ୍ନ କରିବା ଏବଂ କରାଇବା ଆଜିର ଦିନରେ ବଡ଼ କଥା। ଜୟପୁର ସହରରେ ଏଭଳି ଏକ ଶ୍ମଶାନ ଅଛି ଯେଉଁଟି ଏହି ଶେଷକୃତ୍ୟ ପାରମ୍ପରିକ ରୀତିକୁ ଅଧିକ ଗୁରୁତ୍ବ ଦିଆଯାଉଛି। ଏପରିକି ଏହା ପରିସରରେ ହିଁ କାଠର ବ୍ୟବସ୍ଥା କରାଯାଇଛି। ଏହା ସହ ଅସ୍ଥି ରଖିବା ପାଇଁ ଲକର ରୁମର ବ୍ୟବସ୍ଥା କରାଯାଇଛି। ଏଠାରେ ୨୮୦ଜଣଙ୍କର ଅସ୍ଥି ସୁରକ୍ଷିତ ଭାବେ ରଖାଯାଇଛି। ଶେଷକୃତ୍ୟ ସଂପନ୍ନ କରିବା ପାଇଁ ୯ଟି ଶେଷକୃତ୍ୟ ସେଡ୍ କରାଯାଇଛି।
ପ୍ରଥମ ପର୍ଯ୍ୟାୟ କୋଭିଡ୍ ସମୟରେ ଏହାରି ପରିସରରେ ଆଉ ୨ଟି ସେଡ୍ କରାଯାଇ ୫୦ଜଣଙ୍କର ଶେଷକୃତ୍ୟ ସଂପନ୍ନ କରାଯାଇଥିବା ବେଳେ ଏବେ ଦ୍ବିତୀୟ ପର୍ଯ୍ୟାୟରେ ଆଉ ୨ଜଣଙ୍କର କରାଯାଇଛି। ୨୦୧୧ମସିହାରେ ଏକ ଟ୍ରଷ୍ଟ ଆରମ୍ଭ କରାଯାଇ ପରିଚାଳନା କରାଯାଉଛି। ଗତ ୧୦ବର୍ଷରେ ୪୩୯୭ ଶବ ଶେଷକୃତ୍ୟ ସଂପନ୍ନ କରାଯାଇଛି। ସ୍ବର୍ଗଦ୍ବାରର ଉନ୍ନୟନ ଦିଗରେ ସ୍ବର୍ଗତ ଏ.ଗୋବିନ୍ଦ ରାଓ, ସ୍ବର୍ଗତ ଏ.ବୀରଭଦ୍ର ରାଓ, ଏ.ନାଗେଶ୍ବର ରାଓ, ପି.ଶଶି ଭୁଷଣ ପଟ୍ଟନାୟକ, କେ.ଶ୍ରୀନିବାସ ରାଓ ପ୍ରମୁଖ ଭୁମିକା ନେଇଥିଲେ। ୨୦୨୦ମସିହାରେ ଏକ ଟ୍ରଷ୍ଟ ଆରମ୍ଭ କରି ଏବେ ଏହାର ପରିଚାଳନା କରାଯାଉଛି। ଏଥିରେ ଟ୍ରଷ୍ଟି ମୁଖ୍ୟଭାବେ ଇଶ୍ବର ରାଓ, ଟ୍ରଷ୍ଟି ସଭ୍ୟ ଭାବେ ଶଶି ପଟ୍ଟନାୟକ, ଏ. ଶ୍ରିନୀବାସ ରାଓ, କିଶୋର ଚୌଧୁରୀ, ୱାଇଏସ୍ ଖାନ୍ନା, ପି. ଶ୍ରିନୀବାସ ରାଓ, କେ. ଶ୍ରିନୀବାସ ରାଓ, କେ. ରାମକ୍ରୀଷ୍ଣା, ପ୍ରତାପ ପଟ୍ଟନାୟକ, ପି.ସୁବ୍ରମନ୍ୟମ୍ ରହି ପରିଚାଳନା କରି ଆସୁଛନ୍ତି। ସେଭଳି ଜୟପୁର ସହରକୁ ଆସି ଦିନ ମଜୁରିଆ ଭାବେ କାମ କରି ଆସୁଥିବା ୩୦ରୁ ଉର୍ଦ୍ଧ୍ବ ଲୋକେ ଏହାରି ପରିସରରେ ଖୋଲା ଆକାଶ ତଳେ ରହୁଥିଲେ। ପୂର୍ବତନ ରାଜ୍ୟସଭା ସାଂସଦଙ୍କ ପାଣ୍ଠିରେ ଏବେ ଏମାନେ ରହିବା ପାଇଁ ଘର ଖଣ୍ଡିକ ବି ଯୋଗାଇ ଦିଆଯାଇଛି। ଦିଲ୍ଲୀପ, କିଶୋରଙ୍କ ଭଳି ଅନ୍ୟ ବଦାନ୍ୟବ୍ୟକ୍ତି ମାନେ ସହଯୋଗର ହାତ ବଢ଼ାଇଲେ ଏହି ମହାନ ସ୍ଥାନକୁ ଆହୁରି ଉନ୍ନତି କରି ହେବ ବୋଲି କହିଛନ୍ତି ଶଶି ପଟ୍ଟନାୟକ। ଟ୍ରଷ୍ଟି ସଭ୍ୟ ସବୁ ସମୟରେ ଏହାର ଉନ୍ନୟନ ପଛରେ ଲାଗି ରହିବା ଏବଂ ଗତ ୧୦ବର୍ଷ ହେବ ଏମାନଙ୍କୁ ଅର୍ଜୁନ ସହଯୋଗ ଯୋଗାଇ ଆସୁଥିବା କହିଛନ୍ତି ଶ୍ରୀ ପଟ୍ଟନାୟକ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/04/jpr-deadbody-freezer-manikarnika-swargdwar-1.jpg)