ନଦୀରେ ମାଛ ମାରିବା ବେଳେ ଡ଼ିନାମାଇଟ ବିସ୍ଫୋରଣ, ଯୁବକ ଗୁରୁତର ପରେ ଛାଡ଼ି ପଳାଇଲେ ସାଥୀ

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ କମ୍ପସଲା ଗ୍ରାମର ଟିକିରା ନଦୀରେ ମାଛମାରିବା ବେଳେ ଅଘଟଣ ଘଟିଛି। ଡିନାମାଇଟ ବିସ୍ଫରଣରେ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ସେ ହେଲେ ପିପୁନ ସାହୁ (୨୦)। ତେବେ ପିପୁନ ଗୁରୁତର ଥିବା ବେଳେ ସାଙ୍ଗମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି।

ସୂଚନା ଅନୁସାରେ ଆଜି ଦିନ ୧୨ଟା ୩୦ରେ ପତି ସାହୁଙ୍କ ପୁଅ ପିପୁନ ସାହୁ ଗାଁ ସାଥୀଙ୍କ ସହିତ ଟିକିରା ନଦୀକୁ ମାଛ ମାରିବାକୁ ଯାଇଥିଲେ। ଡିନାମାଇଟ୍ ଫୁଟାଇ ମାଛ ମାରୁଥିଲା ବେଳେ ପିପୁନ ହାତରେ ବିସ୍ଫୋରଣ ହୋଇଥିଲା। ପିପୁନ ଗୁରୁତର ଅବସ୍ଥାରେ ଅଚେତ ହୋଇ ନଦୀରେ ପଡିଥିବାବେଳେ ସାଥିରେ ଥିବା ୬ ଜଣ ଯୁବକ ଘଟଣାସ୍ଥଳରୁ ଫେରାର ହୋଇଥିଲେ। ନଦୀରେ ଗାଧୋଉଥିବା ଲୋକଙ୍କ ଦ୍ୱାରା ତାକୁ ଉଦ୍ଧାର କରି ଛେଣ୍ଡିପଦା ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ଗୁରୁତର ଥିବାରୁ ତାକୁ ଅନୁଗୁଳ ଜିଲ୍ଲା ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ କଟକ ବଡ଼ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

ସୂଚନାଯୋଗ୍ୟ ବାପା ପତି ସାହୁ ବର୍ଷକ ପୂର୍ବରୁ କ୍ୟାନସର ରୋଗରେ ପୀଡିତ ଥିବାବେଳେ ପୁଅର ଅବସ୍ଥା ପରିବାର ପାଇଁ ଦୁଃଖ ପାଲଟିଛି। ଅପରପକ୍ଷେ ସାଥି ଯୁବକ ମାଛ ମାରିବାକୁ ଘରୁ ଡାକିନେଇ ବିପଦ ପରେ ଘଟଣାସ୍ଥଳରୁ ଫେରାର ହେବା ଚର୍ଚ୍ଚାର ବିଷୟ ହୋଇଛି।

ସମ୍ବନ୍ଧିତ ଖବର