ଜୟପୁର: ରାଜ୍ୟ ଆଇନ ସେବା ପ୍ରାଧିକରଣ ଆଦେଶକ୍ରମେ ଜିଲ୍ଲା ଦୌରା ଜଜ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ସତ୍ୟ ନାରାୟଣ ମିଶ୍ରଙ୍କ ତତ୍ଵବଧାନରେ ପ୍ରାଧିକରଣ ତରଫରୁ ଭିନ୍ନକ୍ଷମଙ୍କ ପାଇଁ ଏକ ସ୍ଵତନ୍ତ୍ର ସର୍ଭେ ଅଭିଯାନ ଆଜି ଠାରୁ ଆରମ୍ଭ ହୋଇଛି। ଏହା ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ କରାଯିବ। ଆଜି ଏକ ଆଇନ ସଚେତନତା ବାର୍ତ୍ତା ପାଇଁ ଶୋଭାଯାତ୍ରା କରାଯାଇଥିଲ । ଏହି ଶୋଭାଯାତ୍ରାରେ ଜିଲ୍ଲା ଓ ଦୌରା ଜଜ ଶ୍ରୀ ମିଶ୍ର ସବୁଜ ପତାକା ଦେଖାଇ ଶୁଭାରମ୍ଭ କରି ସେ ନିଜେ ଭାଗ ନେଇଥିଲେ ।
ଏଥିରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ସୁମନ ଜେନା, ଜିଲ୍ଲା ଓକିଲସଂଘର ସଭାପତି ବିରେଶ କୁମାର ପଟ୍ଟନାୟକ, ଉପସଭାପତି ସହଦେବ ପଟ୍ଟନାୟକ, ସଂପାଦକ ପିଣ୍ଟୁ ମାଝୀ, କୋଷାଧ୍ୟକ୍ଷ ଗିରିଧର ଖରା, ଡିଫେନ୍ସ କାଉନସେଲ କାର୍ଯ୍ୟାଳୟର କେ.ଦିବାକର ରାଓ, ହରିଶ ମୁଦୁଲି, ଗିତାଂଜଳୀ ଧଳଓ ପାରା ଲିଗାଲ ସ୍ବେଛାସେବୀ ଆଦି ସାମିଲ ହୋଇଥିଲେ। ଯଦି କୌଣସି ଭିନ୍ନକ୍ଷମ ବ୍ୟକ୍ତି ଆଇନ ର ସହାୟତା ଆବଶ୍ୟକ କଲେ ନିଶୁକ୍ଳ /ଦେୟମୁକ୍ତ ନମ୍ବର ସରକାର ତରଫରୁ ଜାରି କରାଯାଇଛି ନଂ. ୧୮୦୦୩୪୫୭୫୭୧ ।
ଏହି ଦେୟମୁକ୍ତ ନମ୍ବର ମାଧ୍ୟମରେ ଆଇନର ସହାୟତା ପାଇଁ ଯୋଗାଯୋଗ କରିପାରିବେ। ସେଭଳି ଜିଲ୍ଲା ଦୈରା ଜଜ ତଥା ଅଧକ୍ଷ ଜିଲ୍ଲା ଆଇନ ସେବା ପ୍ରାଧିକରଣଙ୍କ ଆଦେଶକ୍ରମେ ଆଜି ସଚିବ ଶ୍ରୀ ଜେନା କୋରାପୁଟରେ ଥିବା ସୋସାଇଟି ଅଫ ମିଶନାରୀ ଚାରିଟୀ ପରିସରରେ ଥିବା ଶିଶୁ ଯତ୍ନ ଅନୁଷ୍ଠାନ ପରିଭ୍ରମଣ କରିଥିଲେ । ଏହି ଅନୁଷ୍ଠାନରେ ଅନ୍ତେବାସୀଙ୍କ ସୁରକ୍ଷା ଓ ଯତ୍ନ ସମ୍ପର୍କରେ ତଦାରଖ କରିବ ସହିତ ଅନାଥ ଶିଶୁ ମାନଙ୍କର ପାନୀୟ, ସ୍ୱାସ୍ଥ୍ୟ, ପୃଷ୍ଟିକର ଖାଦ୍ୟ, ପରିବେଶ ସମ୍ପର୍କରେ କର୍ମକର୍ତ୍ତା ଓକର୍ମଚାରୀଙ୍କ ଠାରୁ ବିସ୍ତୃତ ରିପୋର୍ଟ ତଲବ କରିଥିଲେ। ଏହି ଅନୁଷ୍ଠାନରେ ରହୁଥିବା ୨ମାସରୁ ୨ ବର୍ଷ ପ୍ରର୍ଯ୍ୟନ୍ତ ୧୩ ଜଣ ଶିଶୁ ମାନଙ୍କୁ କିପରି ଅଧିକ ଯତ୍ନ ସହକାରରେ ରହିବେ ସେଥିପାଇଁ ପ୍ରତିମାସରେ ଦୁଇଥର ଜିଲ୍ଲା ଚିକିତ୍ସା ଅଧିକାରୀଦ୍ଵାରା ଶିଶୁରୋଗ ବେଶେଷଜ୍ଞ ଆସି ତଦାରଖ କରିବେ ସେ ନେଇ ସଂସ୍ଥାର କର୍ମକର୍ତ୍ତାଙ୍କୁ ସଚିବ ଶ୍ରୀ ଜେନା ସୂଚନା ଦେଇଥିଲେ।