ବାପା ଓ ଭାଇଙ୍କୁ ହରାଇବା ପରେ ୬ପ୍ରାଣୀଙ୍କ ପେଟକୁ ଦାନା ଦେଉଛନ୍ତି ଏହି ଦିବ୍ୟାଙ୍ଗ

ଜୟପୁର: ଜୟପୁର ସହରର ଜୟନଗରରେ ଜଣେ ଦିବ୍ୟାଙ୍ଗ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ଏହି ଦିବ୍ୟାଙ୍ଗଙ୍କ ନାମ ମନୋଜ ପାଣିଗ୍ରାହୀ । ଆସନ୍ତୁ ଜାଣିବା ତାଙ୍କ ସଂଘର୍ଷମୟ ଜୀବନ ବିଷୟରେ।

ବାପା ଓ ବଡ ଭାଇଙ୍କ ମୃତ୍ୟୁ ପରେ ଦିବ୍ୟାଙ୍ଗ ମନୋଜଙ୍କ ଉପରେ ବିଧବା ମାଆ, ଭାଉଜ ଓ ପୁତୁରା,ଝିଆରୀଙ୍କ ଭରଣପୋଷଣ ଦାୟିତ୍ୱ ପଡ଼ିଥିଲା। ମନୋଜ  ନା ଠିକରେ ଠିଆ ହୋଇ ପାରୁଛନ୍ତି, ନା ଚାଲି ପାରୁଛନ୍ତି । ଏହା ସତ୍ତ୍ୱେ ବି ତାଙ୍କର ଦୃଢ଼ଆତ୍ମବିଶ୍ୱାସ ଆଗରେ ସବୁକିଛି ହାର ମାନିଥିଲା ।

ମନୋଜ ପାଣିଗ୍ରାହୀ ନିଜ ଉଦ୍ୟମରେ ଏକ କମ୍ପ୍ୟୁଟର ଓ ଜେରକ୍ସ ଦୋକାନ କରିଛନ୍ତି । ଯୁକ୍ତ ୨ ପାଠ ପଢ଼ିବା ବେଳେ ମନୋଜ କମ୍ପ୍ୟୁଟର ଶିଖିଥିଲେ। ଯାହା ଆଜି ତାଙ୍କୁ ବଞ୍ଚିବାର ନୂଆ ରାହା ଦେଇଛି। ଡ଼ାଟା ଏଣ୍ଟ୍ରି କାମ କରିବା ସହ ଜେରକ୍ସ କରି ଭଲ-ଦୁଇ ପଇସା ରୋଜଗାର କରି ୬ ପ୍ରାଣୀ କୁଟୁମ୍ବଙ୍କ ପେଟ ପୋଷୁଛନ୍ତି ମନୋଜ ।

ସମ୍ବନ୍ଧିତ ଖବର