ଆଜି ନରଣଗଡ଼ ଭିଟାମାଟି ଓ ପ୍ରଶାସନ ମଧ୍ୟରେ ଆଲୋଚନା

ଖୋର୍ଦ୍ଧା : ଖୋର୍ଦ୍ଧା ବ୍ଲକ ନରଣଗଡ଼ ପଂଚାୟତର କୁଣ୍ଡକୁଣ୍ଡି ପାହାଡ଼କୁ ଓଡ଼ିଶା ଖଣି ନିଗମକୁ ପ୍ରଦାନ କରିବା ଓ ଅଂଚଳର ଶ୍ରୀଜଗନ୍ନାଥଙ୍କ ମାର୍ଫତରେ ଥିବା ଭୋଗ ଜମିକୁ ରାଜ୍ୟ ସରକାରଙ୍କ ମାର୍ଫତରେ ପରିବର୍ତନ କରିବା ଦାବିରେ ଚାଲିଥିବା ଆନେ୍ଦାଳନ ନେଇ ଆସନ୍ତାକାଲି ଶ୍ରୀମନ୍ଦିର ପ୍ରଶାସନ, ଜିଲ୍ଲା ପ୍ରଶାସନ ଓ ନରଣଗଡ଼ ଭିଟାମାଟି ସଂଗ୍ରାମ ସମିତି ମଧ୍ୟରେ ଆଲୋଚନା ହେବ ।

ଏନେଇ ସୂଚନା ଦେଇ ସଂଗ୍ରାମ ସମିତିର ସଭାପତି ଗୋଦାବରୀଶ ଗୁମାନସିଂହ କହିଛନ୍ତି ଯେ ଉକ୍ତ ପାହାଡ଼ରୁ ପଥରରେ ସେମାନେ ପାରମ୍ପରିକ ଭାବେ ପଥର ମୂର୍ତି, ଶିଳ ଓ ଅନ୍ୟ ପଥର ସାମଗ୍ରୀ ପ୍ରସ୍ତୁତ କରିଆସୁଛନ୍ତି । ସେମାନଙ୍କ ଠାରୁ କୌଣସି କଥା ଶୁଣାନଯାଇ ରାଜ୍ୟ ସରକାର ଏହାର ଖଣି ଉତ୍ତୋଳନ ପାଇଁ ଓଏମ୍ସିକୁ ପ୍ରଦାନ କରିଛନ୍ତି । ଫଳରେ ସେମାନଙ୍କ ପାରମ୍ପରିକ ବେଉସା ବନ୍ଦ ହୋଇଯାଇଛି । ଅପରପକ୍ଷରେ ସେମାନେ ଭୋଗଦଖଲ କରିଆସୁଥିବା ଜମି ଶ୍ରୀଜଗନ୍ନାଥଙ୍କ ମାର୍ଫତରେ ଥିବାରୁ ଅନେକ ସରକାରୀ ସହାୟତା ପାଇବାରୁ ବଂଚିତ ହେଉଛନ୍ତି । ଏନେଇ ସେମାନେ ଆନ୍ଦୋଳନ, ଦାବିପତ୍ର ଦେଇଥିଲେ । ଜିଲ୍ଲା ପ୍ରଶାସନର ପରାମର୍ଶ କ୍ରମେ ଆନେ୍ଦାଳନକୁ ସ୍ଥଗିତ ରଖିଥିଲେ । ଗତକାଲି ଏନେଇ ସ୍ଥାନୀୟ ଭଗବତୀ କଲ୍ୟାଣମଣ୍ଡପ ଠାରେ ତ୍ରିପାକ୍ଷିକ ଆଲୋଚନା ହେବ । ଆଲୋଚନାର ନିସ୍କର୍ଷ ଅନୁସାରେ ପରବର୍ତୀ ପଦକ୍ଷେପ ନିଆଯିବ ।

ସମ୍ବନ୍ଧିତ ଖବର