ଜୟପୁର ବିମାନବନ୍ଦର କାର୍ଯ୍ୟ ଅଗ୍ରଗତି ନେଇ କେନ୍ଦ୍ରମନ୍ତ୍ରୀଙ୍କ ସହ ଆଲୋଚନା କଲେ ସାଂସଦ ସପ୍ତଗିରି ଉଲ୍ଲାକା

ଜୟପୁର: କୋରାପୁଟ ଜିଲ୍ଲା ବିମାନବନ୍ଦର କାର୍ଯ୍ୟ ଅଗ୍ରଗତି ନେଇ ଆଜି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ପୁରୀଙ୍କୁ ଭେଟିଛନ୍ତି କୋରାପୁଟ ସାଂସଦ ସପ୍ତଗିରି ଉଲ୍ଲାକା। ଏହି ସମୟରେ ବେସାମରିକ ବିମାନ ଚଳାଚଳ ଯୁଗ୍ମ ସଚିବ ଉଷା ପାଢୀ ମଧ୍ୟ ଉପସ୍ଥିତ ଥିଲେ। ତେବେ ଶ୍ରୀ ଉଲ୍ଲାକା ବିମାନବନ୍ଦରର ଅଗ୍ରଗତି ନେଇ ତଥ୍ୟ ଜାଣିବାକୁ ଚାହିଁଥିଲେ। ଦାବି ମଧ୍ୟରେ ୨୦୧୭ ମସିହାରେ ଉଡାନ ଯୋଜାନରେ କୋରାପୁଟ ଜିଲ୍ଲା ଜୟପୁର ବିମାନବନ୍ଦରକୁ ସାମିଲ କରାଯାଇଥିଲାବେଳେ ଯାହା ୫ ମାସରେ ହେବା କଥା ତାହା ଏବେ ଯାଏ କାହିଁକି ହୋଇନାହିଁ।

ଓଡ଼ିଶା ସରକାର ଜୟପୁର ବିମାନବନ୍ଦରରୁ ଅନ୍ୟତ୍ର ବିମାନ ଚଳାଚଳ କରିବାକୁ ଏୟାର ଓଡ଼ିଶାକୁ ଲାଇସେନ୍ସ ଦେଇଥିବାବେଳେ ଏବେଯାଏ ଏହା କାର୍ଯ୍ୟକ୍ଷମ କାହିଁକି ହୋଇନାହିଁ। କେନ୍ଦ୍ର ସରକାର ପୁଣିଥରେ ଏହାକୁ ଆଞ୍ଚଳିକ ଯୋଗାଯୋଗ ଯୋଜନାରେ ସାମିଲ କରିଥିବାବେଳେ ଏହା ଉଡାନ-୪ରେ କାର୍ଯ୍ୟକ୍ଷମ ହେବା ଆଶା ରହିଛି ବୋଲି ଦାବି କରିଛନ୍ତି। ଏହାସହ ଏହାମଧ୍ୟରେ ତିନିବର୍ଷ ବିତିଥିବାବେଳେ ଅଗ୍ରଗତି କାର୍ଯ୍ୟ ଧୀରେ ଧୀରେ ଚାଲୁଛି। ୧୫୦୦ ମିଟର ରନୱେକୁ ୨୩୦୦ମିଟର କରାଯାଇଥିବାବେଳେ ଚଉଡାକୁ ୧୫ ମିଟର ରୁ ୨୨ମିଟରକୁ କରାଯାଇଛି।

ଭର୍ଚୁଆଲ ଫ୍ଲାଇଟ ରୁଲ ଓ ଇନଷ୍ଟ୍ରୁମେଣ୍ଟ ଫ୍ଲାଇଟ ରୁଲ ସହ ଏଟିଆର-୭୨ ବିମାନ ଅବତରଣ ଓ ଉଡାଣ ପାଇଁ ଜମି ଅଧିଗ୍ରହଣ କରାଯାଇଛି କି ନାହିଁ। ଏହାସହ ଏହି ରୁଟ୍ ପାଇଁ ବିଭିନ୍ନ ବେସରକାରୀ ସଂସ୍ଥା ରାଜି ହେଉ ନାହାନ୍ତି କାହିଁକି ଇତ୍ୟାଦି ରହିଛି। ଏହି ବିମାନବନ୍ଦର ପାଇଁ ୧୨୮ ଏକର ଜମି ଧାର୍ଯ୍ୟ କରାଯାଇଥିବାବେଳେ ୫୪ ଏକ ବେସରକାରୀ ଜମି ଅଧିଗ୍ରହଣ ହୋଇଛି। ଏହି ବିମାନବନ୍ଦରର ଭିତ୍ତିଭୂମି ବିକାଶ କରିବାକୁ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଥିବାବେଳେ ରକ୍ଷଣାବେକ୍ଷଣ ଅଭାବରୁ ଏହା ପାଣିରେ ପଡିବା ଆଶା କରାଯାଉଛି। ଏହିଠାକୁ ବିମାନ ଚଳାଚଳ ଦୀର୍ଘଦିନରୁ ଦାବି ରହିଥିବାବେଳେ କେବେ ଏହା ପୂରଣ ହେବ ବୋଲି ସେ ଦାବି କରିଛନ୍ତି।

 

ସମ୍ବନ୍ଧିତ ଖବର