ଚଣ୍ଡିଖୋଲ: ପ୍ରସିଦ୍ଧ ଓଳାଶୁଣୀ ପୀଠରେ ଆଜି ଯାଜପୁର ଜିଲ୍ଲା ବିଜେପିର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲା ପ୍ରଭାରୀ ଶାରଦା ଶତପଥୀ ଯୋଗଦେଇ ବୁଥ୍‌ସ୍ତରରୁ ସଂଗଠନକୁ ସୁଦୃଢ଼ କରିବାକୁ ମାର୍ଗଦର୍ଶନ ଦେଇଥିଲେ। ରାଜ୍ୟ ପ୍ରଭାରୀ ମନୋଜ ମହାପାତ୍ର, ରାଜ୍ୟ ସମ୍ପାଦକ ଅମର ନାୟକ, ସୁକିନ୍ଦାରୁ ପ୍ରଦୀପ ବଳସାମନ୍ତ, କୋରେଇରୁ ବିଶ୍ୱଜିତ ନାୟକ, ଜିଲ୍ଲା ମହିଳା ସଭାନେତ୍ରୀ ତଥା ବିଂଝାରପୁର ନେତ୍ରୀ ବବିତା ମଲ୍ଲିକ, ସ୍ମୃତିରେଖା ପହି, ରାଜ୍ୟ ଆଇଟି ସେଲ୍‌ ସଂଯୋଜକ କୈଳାସ ବିଶ୍ୱାସ, ଜିଲ୍ଲା ବିସ୍ତାରକ ରାଧାମାଧବ ପରିଡ଼ା, ସାଧାରଣ ସମ୍ପାଦିକା ଦେବଯାନୀ ପ୍ରଧାନ, ସୁଦୀପ୍ତ ପଣ୍ଡା ଓ ସଂଯୋଜକ ରବି ନାରାୟଣ ବେହେରା ଯୋଗଦେଇ ସଂଗଠନକୁ ମଜଭୁତ କରିବା ପାଇଁ ଆଲୋଚନା କରିଥିଲେ। ଜିଲ୍ଲା ବିଜେପି ସଭାପତି ଗୌତମ ରାୟ ଏଥିରେ ଅଧ୍ୟକ୍ଷତା କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନହିତକର ଯୋଜନାକୁ ସଧାରଣରେ ପହଞ୍ଚାଇବା ଉପରେ ଗୁରୁତ୍ବ ଦେଇଥିଲେ।

Advertisment

ଏଥିରେ ସର୍ବେଶ୍ୱର ବେହୁରା, ରମେଶ ସାମଲ, ନିରଞ୍ଜନ ବେହୁରିଆ, ଦୀପ୍ତିରେଖା କୁଅଁର, ମୃତ୍ୟୁଞ୍ଜୟ ମିଶ୍ର, ପୁରୁଷୋତ୍ତମ ବେହେରା ଓ ଯୁବମୋର୍ଚ୍ଚା ସଭାପତି ବିଶ୍ୱଜିତ ରାଜ ଯୋଗଦେଇଥିଲେ।
ଏଥିରେ ଜିଲ୍ଲାର ସମସ୍ତ ପଦାଧିକାରୀ, କର୍ମକର୍ତ୍ତା, ନିର୍ବାଚିତ ପ୍ରତିନିଧି ଯୋଗଦେଇଥିଲେ। ଜିଲ୍ଲା ସମ୍ପାଦକ ପ୍ରମୋଦ କୁମାର ଜେନା ଅତିଥି ପରିଚୟ ସହିତ ସ୍ୱାଗତ ଭାଷଣ ଦେଇଥିଲେ। ଧନ୍ୟବାଦ ଦେଇଥିଲେ ଓବିସି ମୋର୍ଚ୍ଚା ଜିଲ୍ଲା ସଭାପତି ସମରେନ୍ଦ୍ର ପରିଡ଼ା।