ଡୁଙ୍ଗୁରିପାଲିରେ ଜିଲ୍ଲାସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି

ଡୁଙ୍ଗୁରିପାଲି: ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ୍‌ ଅଫିସ୍‌ ସଭା ଗୃହରେ ସୋମବାର ସୁବର୍ଣ୍ଣପୁର ଜିଲ୍ଲାସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଳାପାଳ ସୂର୍ଯ୍ୟନାରାୟଣ ଦାସ ଓ ଏସ୍‌ପି ଅମରେଶ ପଣ୍ଡା ଯୋଗ ଦେଇ ଶୁଣାଣି କରିଥିଲେ। ଶିବିରରେ ବ୍ୟକ୍ତିଗତ ୧୮ ଓ ସାମୂହିକ ସମସ୍ୟା ବାବଦ ୬ ତଥା ସିଏମ୍‌ଆର୍‌ଏଫ୍ ସହାୟତା ପାଇଁ ୩ଟି ଦରଖାସ୍ତ ଗ୍ରହଣ କରାଯାଇଥିଲା। ସେଥି ମଧ୍ୟରୁ ୭ଟିର ତୁରନ୍ତ ସମାଧାନ କରାଯାଇଥିବା ବେଳେ ଅନ୍ୟଗୁଡ଼ିକୁ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ସମାଧାନ କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ଜିଲ୍ଲାପାଳ ନିର୍ଦେଶ ଦେଇଥିଲେ।

ବିଡିଓ ତ୍ରିପୁରା ମହାନନ୍ଦଙ୍କ ତତ୍ତ୍ବାବଧାନରେ ଆୟୋଜିତ ଶିବିରରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ଜିଲ୍ଳା ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ନିହାର ରଞ୍ଜନ କହଁର, ବ୍ଳକ ଉପାଧ୍ୟକ୍ଷ ବେଲାର ସାହୁ, ଆରଡବ୍ଲୁଏସ୍‌ଏସ୍‌ ଅଧୀକ୍ଷଣ ଯନ୍ତ୍ରୀ ଇଂ. ବିଭୁ ପ୍ରସାଦ ପଣ୍ଡା, ପିଡବ୍ଲୁଡି ଅଧୀକ୍ଷଣ ଯନ୍ତ୍ରୀ ଇଂ. ଦାମୋଦର କୈବର୍ତ୍ତ, ଅତିରିକ୍ତ ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ ଡା. ଦୈତ୍ୟନାରାୟଣ ପାଢ଼ୀ, ଭେଷଜ ବିଶେଷଜ୍ଞ ସଂଜୟ ପଧାନ, ଜିଲ୍ଲା ଯୋଗାଣ ଅଧିକାରୀ ସୁରେଶ ପାଣିଗ୍ରାହୀ, ଜିଲ୍ଲା ଶିକ୍ଷାଧିକାରୀ ଲକ୍ଷ୍ମଣ ଭୋଇ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ମଞ୍ଜୁବାଳା ଦାସ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଗୋବିନ୍ଦ ବଲ୍ଲଭ ଷଡ଼ଙ୍ଗୀ, ଜିଲ୍ଲା ଶିଶୁ ସୁକ୍ଷା ଅଧିକାରୀ ଚତୁର୍ଭୁଜ ଦାଶ, ଶ୍ରମ ଉପନିର୍ଦ୍ଦେଶକ ଡିଲେଶ୍ବର ଖାକା, କୃଷି ଉପନିର୍ଦ୍ଦେଶକ ନାରାୟଣ ଚନ୍ଦ୍ର ସେଠୀ, ସିଡିଭିଓ ଅନନ୍ତ ପଣ୍ଡା, ଡିପିଓ ଅର୍ଜୁନ ମାଝୀ, ଜିଲ୍ଲା ମଙ୍ଗଳ ଅଧିକାରୀ ଅଚ୍ୟୁତାନନ୍ଦ ସିଂହ, ଜିଲ୍ଲା ମତ୍ସ୍ୟ ଅଧିକାରୀ ପ୍ରସନ୍ନ ପଟ୍ଟନାୟକ, ସିଡିପିଓ ଜୟନ୍ତୀ ଗଡ଼ତିଆ, ସହକାରୀ ଜିଲ୍ଲାପାଳ ଖଦାଳ ପାତ୍ର, ଆଇଆଇସି ସତ୍ୟନାରୟଣ ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର