ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଭିନ୍ନକ୍ଷମଙ୍କୁ ସାମଗ୍ରୀ ବିତରଣ

ଜୟପୁର: ଜିଲ୍ଲା ଦୌରା ଜଜ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ସତ୍ୟ ନାରାୟଣ ମିଶ୍ରଙ୍କ ତତ୍ଵାବଧାନରେ ସାରା ଜିଲ୍ଲାରେ ଭିନ୍ନକ୍ଷମଙ୍କ ପାଇଁ ଏକ ସ୍ଵତନ୍ତ୍ର ଅଭିଯାନରେ ଭିନ୍ନକ୍ଷମଙ୍କ ସର୍ଭେ କାର୍ଯ୍ୟକ୍ରମ ଜାର ରହିଛି। ଏହି ସର୍ଭେ କାର୍ଯ୍ୟକ୍ରମରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଜୟପୁର ସହିତ ସାତ ଗୋଟି ତାଲୁକ ଲିଗାଲ ସେବା କମିଟି ଯଥା : କୋରାପୁଟ, ଦଶମନ୍ତପୁର, ସେମିଲିଗୁଡା, କୋଟପାଡ, ବୋରିଗୁମ୍ମା, ଲମତାପୁଟ, ଲକ୍ଷ୍ମୀପୁରର ପାରା ଲିଗାଲ ସ୍ବେଛାସେବୀ ମାନେ ଏହି ଅଭିଯାନରେ ଅଂଶ ଗ୍ରହଣ କରି ୨୧ ପ୍ରକାର ଭିନ୍ନକ୍ଷମଙ୍କ ଲୋକଙ୍କୁ ବିଭିନ୍ନ ଆଇନଗତ ସହାୟତା ପ୍ରଦାନ କରୁଛନ୍ତି ।

ଦୀର୍ଘ ଦିନ ହେବ  ଭିନ୍ନକ୍ଷମମାନଙ୍କୁ ହୁଇଲ ଚେୟାର, ବ୍ଳାଇଣ୍ଡ ସ୍ଟିକ, ହିୟରିଂ ମେଶିନ ପ୍ରଦାନ କରାଯାଇନଥିଲା କିନ୍ତୁ ସଚିବ ଶ୍ରୀ ସୁମନ ଜେନା ହସ୍ତକ୍ଷେପ ପରେ ଆଜି ମହାଦେଇପୁଟଠାରେ ଭିନ୍ନକ୍ଷମମାନଙ୍କ ପାଖକୁ ଯାଇ ଆଜି ଏହି ସବୁ ବିତରଣ କରିଥିଲେ। ଜିଲ୍ଲାପ୍ରଶାସନ ଏହି ଅଭିଯାନକୁ ସଂପୁର୍ଣ୍ଣ ରୁପେ ସହଯୋଗ କରି ଆସୁଛି।

 

ସମ୍ବନ୍ଧିତ ଖବର