କୋରାପୁଟ ଜିଲ୍ଲା ଓକିଲ ସଂଘ ନିର୍ବାଚନ; ମଇଦାନରେ ୭ଟି ପଦବୀ ପାଇଁ ରହିଲେ ୧୬ପ୍ରାର୍ଥୀ

ଚୁଢ଼ାନ୍ତ ତାଲିକାର ବିଞପ୍ତି ପ୍ରକାଶ କଲେ ନିର୍ବାଚନ ଅଧିକାରୀ

ଜୟପୁର: ଓକିଲ ସଂଘର ନିର୍ବାଚନ ଆସନ୍ତା ୨୭ରେ ହେବ। ଜୟପୁର ଜିଲ୍ଲା ଓକିଲ ସଂଘର କର୍ମକର୍ତ୍ତା ନିର୍ବାଚନର ୭ଟି ପଦବୀ ପାଇଁ ୧୬ଜଣ ପ୍ରାର୍ଥୀ ନିର୍ବାଚନ ମଇଦାନରେ ରହିଥିବା ଚୁଢ଼ାନ୍ତ ତାଲିକାର ବିଜ୍ଞପ୍ତି ନିର୍ବାଚନ ଅଧିକାରୀ ଦାଶରଥୀ ପଟ୍ଟନାୟକ ଆଜି ପ୍ରକାଶ କରିଛନ୍ତି। ସେଭଳି ଲାଇବ୍ରେରୀ ସଂପାଦକ, ୭ଜଣ କାର୍ଯ୍ୟକାରୀ କମିଟି ସଭ୍ୟ ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଥିବା ତାଲିକାକୁ ବି ନିର୍ବାଚନ ଅଧିକାରୀ ପ୍ରକାଶ କରିଛନ୍ତି। ୪ଜଣ ପ୍ରାର୍ଥୀ ସଭାପତି ପଦବୀ ପାଇଁ ରହିଛନ୍ତି।

ସେଭଳି ଉପସଭାପତି, ସଂପାଦକ, ଯୁଗ୍ମ ସଂପାଦକ, ସହକାରୀ ସଂପାଦକ, କୋଷାଧ୍ୟକ୍ଷ, ଓ ଲାଇବ୍ରେରୀ ସଂପାଦକ ପଦବୀ ପାଇଁ ୨ଜଣ ଲେଖାଏଁ ୧୨ଜଣ ପ୍ରାର୍ଥୀ ରହିଛନ୍ତି। ସଭାପତି ପଦବୀ ଚର୍ତ୍ତୁମୂଖୀ ପ୍ରତିଦ୍ବନ୍ଦିତା ହେବ। ଅନ୍ୟ ବଳକା ୬ଟି ଯାକ ପଦବୀ ମୁହାଁମୁହିଁ ହେବ। ସଭାପତି ଓ ସଂପାଦକ ପଦବୀକୁ ନେଇ ଚର୍ଚ୍ଚା ଜୋର ଧରିଛି। ଖାସ୍ କରି ଓକିଲ ସଂଘ ନିର୍ବାଚନ ବ୍ୟକ୍ତି କେନ୍ଦ୍ରୀକ ହୋଇଥିବାରୁ ପ୍ରାର୍ଥୀ ମାନେ ନିଜ ସମର୍ଥକଙ୍କୁ ନେଇ ପ୍ରଚାରକୁ ଜୋର କରିଛନ୍ତି। କିଛି ପ୍ରାର୍ଥୀ ପୁସିଂ କାର୍ଡ ବି କରି ବିତରଣ ଆରମ୍ଭ କରିଛନ୍ତି।

ସମ୍ବନ୍ଧିତ ଖବର