ମାଲକାନଗିରି/ଚିତ୍ରକୋଣ୍ଡା: ଏକ ଚୋରି ଘଟଣାରେ ଚାରି ଜଣ ନାବାଳକଙ୍କୁ ପୁଲିସର ଥାର୍ଡ ଡିଗ୍ରୀ ଘଟଣାକୁ ନେଇ ଆଜି ମାଲକାନଗିରି ଜିଲ୍ଲାପାଳ ଏହାର ତଦନ୍ତ ନିର୍ଦେଶ ଦେବା ପରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଏନେଇ ଚିତ୍ରକୋଣ୍ଡାରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି। ଚିତ୍ରକୋଣ୍ଡା ପୁଲିସ ଚାରି ଜଣ ନାବାଳକଙ୍କୁ ଗିରଫ କରିବା ପରେ ତିନି ଦିନ ଧରି ସାଂଘାତିକ ନିର୍ଯାତନା ଦେଇଥିଲେ। ନିସ୍ତୁକ ମାଡ ମାରିବା ସହ କରେଣ୍ଟ ସକ୍ ମଧ୍ୟ ଦେଇଥିବା ନେଇ ଅଭିଯୋଗ ହୋଇଥିଲା।
ଏହି ଘଟଣା ଆଜି ବିଭିନ୍ନ ଗଣମାଧ୍ୟମରେ ପ୍ରଚାର ହେବା ପରେ ତତ୍ପରତା ଦେଖାଇଛି ଜିଲ୍ଲା ପ୍ରଶାସନ। ଜିଲ୍ଲାପାଳଙ୍କ ନିର୍ଦେଶକ୍ରମରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ନାରାୟଣ ଦାସ ଏବଂ ଏକ ଟିମ ଚିତ୍ରକୋଣ୍ଡାରେ ପହଞ୍ଚି ଅଭିଯୁକ୍ତଙ୍କ ପରିବାରକୁ ସାକ୍ଷାତ କରି ପଚରାଉଚରା କରିଥିଲା।ଗଣମାଧ୍ୟମରେ ଯାହା ଖବର ପ୍ରକାଶ ପାଇଛି ପରିବାର ଲୋକେ ଏକ ଉତ୍ତର ଦେଇଥିଲେ। ସେହିପରି ତଦନ୍ତକାରୀ ଅଧିକାରୀମାନେ ଚିତ୍ରକୋଣ୍ଡା ଥାନାରେ ପହଞ୍ଚି ପୁଲିସ କର୍ମଚାରୀମାନଙ୍କୁ ମଧ୍ୟ ପଚରାଉଚରା କରିଥିଲେ। ତଦନ୍ତ ରିପୋର୍ଟ ଖୁବଶୀଘ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରାଯିବା ସହ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି।
/sambad/media/post_attachments/wp-content/uploads/2021/02/Mkg-inquiry-at-chitrakonda-2-1024x475.jpg)
ସୂଚନାଯୋଗ୍ୟ ଯେ ଗତ ୧୨ ତାରିଖରେ ଚିତ୍ରକୋଣ୍ଡାସ୍ଥିତ ସାହେବ ନାୟକଙ୍କ ଘରେ ଚୋରି ହୋଇଥିଲା। ଘରର ଲୋକେ ଅନୁପସ୍ଥିତ ଥିବା ବେଳେ ଘରୁ ଚୋରି ହୋଇଥିଲା। ଏନେଇ ପରିବାର ଲୋକେ ଥାନାରେ ଏତଲା ଦାୟର କରିଥିଲେ। ଏତଲାକୁ ଭିତ୍ତି କରି ପୁଲିସ ୪୫୭ ,୩୮୦ କେଶ ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ପୁଲିସ ତଦନ୍ତ କରି ଚିତ୍ରକୋଣ୍ଡାର ଚାରି ଜଣ ନାବାଳକକୁ ଧରିବା ସହ ତାଂକ ଘରୁ ଚୋରି ଜିନିଷ ଉଦ୍ଧାର କରିଥିଲା। ଚାରି ଜଣ ନାବାଳକକୁ ଥାନା ହାଜତରେ ପୁରାଇ ଅକଥନୀୟ ଅତ୍ୟାଚାର କରିଥିଲା ପୁଲିସ। ଏପରିକି କରେଣ୍ଟ ସକ୍ ମଧ୍ୟ ଦେଇଥିଲା। ଏହା ଜାଣିବା ପରେ ପରିବାର ଲୋକେ ଚାରି ନାବାଳକ ସହ ସାକ୍ଷାତ କରିବାକୁ ପୁଲିସ ନିକଟରେ ନେହୁରା ହୋଇଥିଲେ ମଧ୍ୟ ସହ ସାକ୍ଷାତ କରିବାକୁ ଦେଇନଥିବା ପୁଲିସ ବୋଲି ପରିବାର ଲୋକେ ଅଭିଯୋଗ କରିଥିଲେ।
ଆଜି ତିନି ଜଣ ନାବାଳକଙ୍କୁ ଜାମିନରେ ଛଡାଯାଇଥିବା ବେଳେ ଆଉ ଜଣେ ନାବାଳକର କେହି ଆସିନଥିବାରୁ ତାକୁ ବ୍ରହ୍ମପୁର ତତ୍ବାବଧାନ କେନ୍ଦ୍ରକୁ ପଠାଇ ଦିଆଯାଇଥିବା ଜଣାପଡିଛି। ପରିବାର ଲୋକେ ନିଜ ପିଲାଙ୍କୁ ପାଇ ଆଶ୍ବସ୍ତ ହୋଇଛନ୍ତି। ତେବେ ପୁଲିସର ଏହି ଅକଥନୀୟ ଅତ୍ୟାଚାରର ଉଚ୍ଚସ୍ତରୀୟ ତଦନ୍ତ ଆବଶ୍ୟକ ବୋଲି ପରିବାର ଲୋକେ ଦାବି କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/02/Mkg-inquiry-at-chitrakonda-3.jpg)