ବାଲେଶ୍ବର: ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ ଦ୍ବାରା ବାଲେଶ୍ବର ଜିଲ୍ଲା କ୍ରୀଡ଼ାସଂଘ ଆନୁକୂଲ୍ୟରେ କ୍ରିକେଟ୍ ପ୍ରତିଭା ଅନ୍ବେଷଣ ପାଇଁ ୧୯ ବର୍ଷରୁ କମ୍ ଓ ସିନିଅର ଆନ୍ତଃକ୍ଲବ ଭିଜନ-୨୦୨୪ କ୍ରିକେଟ୍ ପ୍ରତିଯୋଗିତା ଉଦ୍ଯାପିତ ହୋଇଯାଇଛି। ପ୍ରତିଯୋଗିତାରେ ୧୦ଟି ଦଳ ଭାଗ ନେଇଥିଲେ। ଫାଇନାଲ ଖେଳ ସମ୍ରାଟ୍ କ୍ଲବ ଓ ୟୁ ଏଣ୍ଡ୍ ମି ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ପ୍ରଥମେ ସମ୍ରାଟ କ୍ଲବ୍ ଟସ୍ ଜିତି ବ୍ୟାଟିଂ କରି ୫୦ ଓଭରରେ ୭ ୱିକେଟ୍ ହରାଇ ୨୬୧ ରନ୍ କରିଥିଲା। ନଉତମ ଭଂଜ ୧୪୦ ବଲରୁ ୧୫୫ ରନ୍ ଓ ମନୋଜ ପାତ୍ର ୩୭ ବଲରୁ ୨୪ ରନ୍ କରିଥିଲେ।
ସବ୍ୟସାଚୀ ଆଚାର୍ଯ୍ୟ ୧୦ ଓଭରରେ ୪୭ ରନ୍ ଦେଇ ୨ ୱିକେଟ ଓ ସୁକାନ୍ତ ମହାନ୍ତି ୧୦ ଓଭରରେ ୪୭ ରନ୍ ଦେଇ ୨ ୱିକେଟ ନେଇଥିଲେ। ଏହାର ଜବାବ୍ରେ ୟୁ ଏଣ୍ଡ୍ ମି କ୍ଲବ ୪୫.୩ ଓଭରରେ ୨୬୨ ରନ କରି ୬ ୱିକେଟ ହରାଇ ମ୍ୟାଚ୍ ବିଜୟୀ ହୋଇଥିଲେ। ସବ୍ୟସାଚୀ ୫୯ ବଲରୁ ୧୦୧ ରନ୍ ଓ ଆକାଶ ନାୟକ ୭୭ ଟି ବଲରୁ ୪୪ ରନ୍ ସଂଗ୍ରହ କରିଥିଲେ। ସବ୍ୟସାଚୀଙ୍କୁ ମ୍ୟାନ ଅଫ୍ ଦି ମ୍ୟାଚ୍ ଟ୍ରଫି ଉପସଭାପତି ବିରେଦ୍ର ସ୍ବାଇଁ ପ୍ରଦାନ କରିଥିଲେ।
ନଉତମ ଭଂଜଙ୍କୁ ମ୍ୟାନ୍ ଅଫ୍ ଦି ସିରିଜ ଟ୍ରପିଂ ବରିଷ୍ଠ ସଭ୍ୟ ସୁକାନ୍ତ କୁମାର ନାୟକ, ସମ୍ରାଟ୍ କ୍ଲବକୁ ରନର୍ସଅପ୍ ଟ୍ରଫି ସହସାଧାରଣ ସମ୍ପାଦକ ପଦ୍ମଲୋଚନ ଲେଙ୍କା ପ୍ରଦାନ କରିଥିଲେ। ଶେଷରେ ୟୁ ଏଣ୍ଡ୍ ମି ଦଳକୁ କ୍ରୀଡ଼ାସଂଘ ସାଧାରଣ ସମ୍ପାଦକ ଅଭୟ ମହାପାତ୍ର ଚାମ୍ପିଅନ ଟ୍ରଫି ପ୍ରଦାନ କରିଥିଲେ। ଜିଲ୍ଲା କ୍ରିକେଟ୍ ଯୁଗ୍ମ ସମ୍ପାଦକ ସୁଜୟ କୁମାର ଆଚାର୍ଯ୍ୟ ସମ୍ୟକ ବିବରଣୀ ପ୍ରଦାନ କରିଥିଲେ। ପୁରସ୍କାର ବିତରଣ ଉତ୍ସବରେ ଯୁଗ୍ମ ସମ୍ପାଦକ ଜଗଦୀଶ ବେହେରା, କୋଷାଧ୍ୟକ୍ଷ ଅମର କୁମାର ମହାନ୍ତି, ସଂଜୟ ଲେଙ୍କା, କାର୍ତ୍ତିକ ଚନ୍ଦ୍ର ନାୟକ, ନିମାଇ ଚରଣ ରାଉତରାୟ, ତରୁଣ କୁମାର ଚାଟାର୍ଜୀ, ରବୀଦ୍ର କୁମାର ସାହୁ, ଜନ୍ମେଜୟ ଦେ, ସାଦିକ ଅଲ୍ଲୀ ଖାଁ, ସୁବିର ନାୟକଙ୍କ ସହ ସଂଘର ଅନ୍ୟାନ୍ୟ ସଭ୍ୟ ଓ ଜିଲ୍ଲାର ବହୁ ପୁରାତନ ଖେଳାଳି ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/01/18-3.jpg)