ନୂଆପଡ଼ା: ସ୍ଥାନୀୟ ପୁଲିସ ପଡ଼ିଆରେ ଜିଲ୍ଲା କୃଷି ବିଭାଗ ଓ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଚାଲିଥିବା ୫ ଦିନିଆ ଜିଲ୍ଲାସ୍ତରୀୟ କୃଷି ମହୋତ୍ସବ ଓ କୃଷି ଯନ୍ତ୍ରପାତି ମେଳାର ଶୁକ୍ରବାର ଥିଲା ଚତୁର୍ଥ ଦିବସ। ମଧ୍ୟାହ୍ନରେ ଜିଲ୍ଲା ମୁଖ୍ୟକୃଷି ଅଧୁକାରୀ ହିମାଂଶୁ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ ଜିଲ୍ଲା ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ମଧୁଛନ୍ଦା ସାହୁ ମୁଖ୍ୟ ଅତିଥି, ଅବସରପ୍ରାପ୍ତ ଜିଲ୍ଲା କୃଷି ଅଧିକାରୀ ସଚ୍ଚିଦାନନ୍ଦ ପଣ୍ଡା, ଅବସରପ୍ରାପ୍ତ ପ୍ରଫେସର ରବୀନ୍ଦ୍ର ପାଇକରାୟ, ଜିଲ୍ଲା ମୁଖ୍ୟ ପ୍ରାଣୀ ସମ୍ପଦ ଅଧିକାରୀ ପ୍ରଦୀପ ସେଠ, ନୂଆପଡ଼ା ସହକରୀ ନିର୍ବହୀ ଯନ୍ତ୍ରୀ(କୃଷି) ପଦ୍ମଲୋଚନ ମାଝି ଓ ଉଦ୍ୟାନ ବିଭାଗ ଉପନିର୍ଦ୍ଦେଶକ ହରେକୃଷ୍ଣଚାନ୍ଦ ହାଁସଦା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।

Advertisment

କୃଷି ସହ ଉଦ୍ୟାନ କୃଷି, ପ୍ରାଣୀ ସମ୍ପଦ ଓ ମତ୍ସ ଚାଷକୁ ଗୁରୁତ୍ବ ଦେଇ ବିଭାଗ ଦ୍ବାରା ସରକାରୀ ଯୋଜନାର ଲାଭ ନେଇ ଲାଭାନ୍ବିତ ହେବେ ବୋଲି ଜିଲ୍ଲା ପରିଷଦ ଅଧିକାରୀ ଶ୍ରୀମତୀ ସାହୁ କହିଛନ୍ତି। ଖଡ଼ିଆଳ ସହକାରୀ କୃଷି ଅଧିକାରୀ ସରୋଜ ମିର୍ଦ୍ଧା ଓ ସିନାପାଲି ସହକାରୀ କୃଷି ଅଧିକାରୀ ତପସ୍ବିନୀ ମାଝି ମଞ୍ଚ ପରିଚାଳନା କରିଥିଲେ। ନୂଆପଡ଼ା ବ୍ଲକ କୃଷି ଅଧିକାରୀ ସତ୍ୟଭୂଷଣ ନାଗ, ସହକାରୀ କୃଷି ଅଧିକାରୀ ସୁଧାଂଶୁ ଶେଖର ସାହୁ, କୋମନା ସହକାରୀ କୃଷି ଅଧିକାରୀ ସଂଗୀତ ମେହେର, ସହକାରୀ ଉଦ୍ୟାନ ଅଧିକାରୀ ଆରାଧନା ଶବର, ସହକାରୀ କୃଷି ଅଧିକାରୀ ଦୀପାଶ୍ରୀ ମଣ୍ଡଳ, ବର୍ଷା ଆଜାଦ ପ୍ରମୁଖ ପରିଚାଳନା କରିଥିଲେ।