ଦେବଗଡ଼ :୨୦୧୯ ମସିହାରୁ କରୋନା ମହାମାରୀ ଯୋଗୁଁ ଜନ ଶୁଣାଣି ଅଭିଯୋଗ ହୋଇପାରି ନାହିଁ । ତେଣୁ ଜନସାଧାରଣଙ୍କର ଅଭିଯୋଗର ତୁରନ୍ତ ସମାଧାନ ନିମନ୍ତେ ବ୍ଲକସ୍ତରୀୟ ଗ୍ରାମଗୁଡିକୁ ଗସ୍ତ କରି ସଂପୃକ୍ତ ଅଂଚଳର ଜନସାଧାରଣଙ୍କ ସହିତ ତାଙ୍କର ଆପତ୍ତି ଅଭିଯୋଗ ଗ୍ରହଣ କରି ତାର ଏକ ପୁଙ୍ଖାନୁପୁଙ୍ଖ ବିବରଣୀ ଜିଲ୍ଲା କାର୍ଯ୍ୟାଳୟରେ ଦାଖଲ କରିବା ନିମନ୍ତେ ଜିଲ୍ଲାସ୍ତରୀୟ ଅଧିକାରୀମାନଙ୍କୁ ଜିଲ୍ଲାପାଳ ସୁଧାଂଶୁ ମୋହନ ସାମଲଙ୍କ ନିର୍ଦ୍ଦେଶ ଦେଇଥିଲେ ।
ତେବେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଆଜି ପ୍ରଶାସନ ତରଫରୁ ଜିଲ୍ଲାରେ ଜନଶୁଣାଣି ନିମନ୍ତେ ଗ୍ରାମପଂଚାୟତ ଓ ବ୍ଲକକୁ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଗସ୍ତ କରିଛନ୍ତି । ଅତିରିକ୍ତ ଜିଲ୍ଲାପାଳ ରେବିକା ବିଲୁଙ୍ଗ୍ ବାରକୋଟ ବ୍ଲକର ଡଅଁରା, ପ୍ରକଳ୍ପ ନିର୍ଦ୍ଦେଶକ,ଡିଆରଡିଏ, ଲୁକାସ ପ୍ରଧାନ ରିଆମାଳ ବ୍ଲକର ତାବ୍ଡା, ଉପଜିଲ୍ଲାପାଳ ବ୍ରଜବନ୍ଧୁ ଭୋଇ ତିଲେଇବଣି ବ୍ଲକ ଓ ବାରକୋଟ ବ୍ଲକବିଡ଼ିଓ ଆକାଶ ରଞ୍ଜନ ସାହୁ,ରିଆମାଳ ବିଡ଼ିଓ ଦିବ୍ୟଶଙ୍କର ଜୟପୁରିଆ,ତିଲେଇବଣି ବ୍ଲକ ବିଡ଼ିଓ କୃଷ୍ଣଚନ୍ଦ୍ର ଦଳପତି, ଦେବଗଡ଼ ତହସିଲଦାର ପଲ୍ଲବୀ ନାୟକଙ୍କ ସମେତ ଜିଲ୍ଲାସ୍ତରୀୟ ଅଧିକାରୀ ଗାଁ କୁ ଗାଁ ବୁଲି ଲୋକମାନଙ୍କର ଆପତି ଅଭିଯୋଗକ ସମାଧାନ କରିବା ନିମନ୍ତେ ବିବରଣୀ ସଂଗ୍ରହ କରିବା ସଂଗେ ସଂଗେ ଲୋକମାନଙ୍କ ସହିତ ମିଶି ମତବିନିମୟ କରିଥିଲେ । ଏ ନେଇ ଜିଲ୍ଲାସ୍ତରିୟ ଅଧିକାରୀ ମାନେ ପୁଙ୍ଖାନୁପୁଙ୍ଖ ବିବରଣୀ ଜିଲ୍ଲା କାର୍ଯ୍ୟାଳୟରେ ଦାଖଲ କରିବା ନିମନ୍ତେ ଜିଲ୍ଲାପାଳ ଶ୍ରୀ ସାମଲ ପରାମର୍ଶ ଦେଇଥିଲେ ।