‌କୋଭିଡ୍ ନିୟମାନୁସାରେ ପାଳନ ହେବ ଖୋର୍ଦ୍ଧା ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ

ଖୋର୍ଦ୍ଧା: ସ୍ବାଧୀନତା ଦିବସର ଚାକଚକ୍ୟ କରୋନା କଟକଣା ଯୋଗୁଁ ଫିକା ପଡ଼ିଥିଲା। ଏବେ କଟକଣା କୋହଳ ହେବା ପରେ ସାଧାରଣତନ୍ତ୍ର ଦିବସ ସ୍ବାଭାବିକ ଭାବେ ପାଳନ କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଏନେଇ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ସନତ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।

ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ବୈଠକରେ ସାଧାରଣତନ୍ତ୍ର ଦିବସ ପାଳନ ନେଇ ଆଲୋଚନା ହୋଇଥିଲା। ବୈଠକରୁ ମିଳିଥିବା ସୂଚନାନୁସାରେ, ସମସ୍ତ କାର୍ଯ୍ୟକ୍ରମ ରାଜ୍ୟସରକାରଙ୍କ ଦ୍ୱାରା ଜାରି କରାଯାଇଥିବା କୋଭିଡ୍ ନିୟମାନୁସାରେ କରାଯିବ। ୨୬ ତାରିଖ ସକାଳ ୯ଟା ୧୫ ମିନିଟରେ ବିଜେବି ହାଇସ୍କୁଲ ପଡିଆରେ ମୁଖ୍ୟ ଅତିଥି ପତାକା ଉତ୍ତୋଳନ କରିବେ ସରକାରୀ କାର୍ଯ୍ୟାଳୟ, ଶିକ୍ଷାନୁଷ୍ଠାନ ଓ ବେସରାକରୀ କାର୍ଯ୍ୟାଳୟ ଏବଂ ଅନୁଷ୍ଠାନଗୁଡ଼ିକରେ ସକାଳ ସାଢ଼େ ୭ଟାରେ ପତାକା ଉତେ୍ତାଳନ କରାଯିବ ସକାଳୁ ଖୋର୍ଦ୍ଧା ପୌରାଂଚଳରେ ଥିବା ବିଶିଷ୍ଟ ବ୍ୟକ୍ତିଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରାଯିବ ଭୋରରେ ଡାକବାଜି ଯନ୍ତ୍ର ଦ୍ୱାରା ରାମଧୂନ ପରିବେଶଣ କରାଯିବ।

ଏହି ଅବସରରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀଙ୍କୁ ଫଳ ବଂଟନ ଓ ଜେଲ୍‌ରେ କଏଦୀଙ୍କୁ ମିଷ୍ଟାନ୍ନ ବଂଟନ କରାଯିବ। ଖୋର୍ଦ୍ଧା ପୌରାଂଚଳର ପ୍ରମୁଖ ସ୍ଥାନଗୁଡ଼ିକରେ ସ୍ବାଗତ ତୋରଣ ଓ ସହରକୁ ପରିଷ୍କାର ପରିଚ୍ଛନ୍ନ କରାଯିବ। ସାଧାରଣତନ୍ତ୍ର ଦିବସ ପୂର୍ବରୁ ପରେଡର ଅଭ୍ୟାସ ଓ ଅନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ପଡିଆ ପରିଚ୍ଛନ୍ନ ରଖିବା, ସମତୁଲ କରିବା ଆଦି ଆନୁସଙ୍ଗିକ କାର୍ଯ୍ୟକ୍ରମ କରାଯିବ।

ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ମନୋଜ କୁମାର ପାଢ଼ୀ, ଉପଜିଲ୍ଲାପାଳ ଅଶୋକ କୁମାର ବେଉରିଆ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା ବିଶ୍ୱରଂଜନ ପତି, ଉପଖଣ୍ଡ ପୁଲିସ ଅଧିକାରୀ ସୁଶୀଲ କୁମାର ମିଶ୍ର, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ଶକ୍ତିକାନ୍ତ ରାୟ, ଟାଉନ୍ ଥାନା ଅଧିକାରୀ ଉମାଶଙ୍କର ସିଂହ, ଖୋର୍ଦ୍ଧା ପୌରପରିଷଦ ନିର୍ବାହୀ ଅଧିକାରୀ ଶ୍ୱେତପଦ୍ମା ଶତପଥୀ, ଶିକ୍ଷାବିତ୍ ପ୍ରଫେସର ନାରାୟଣ ରାଓ, ଭୀମସେନ ପ୍ରଧାନ, ବାର୍ ସଂଘର ଅଧ୍ୟକ୍ଷ ଶିଶିର ପରିଡ଼ା, ରିଜର୍ଭ ଇନ୍ସପେକ୍ଟର ନାଗେଶ ଜେନା, ପିଏନ୍ କଲେଜ ଅଧ୍ୟାପକ ସୁବୋଧ କୁମାର ଜଗଦ୍ଦେବ, ବିଜେବି ହାଇସ୍କୁଲ ପ୍ରଧାନ ଶିକ୍ଷକ ଏସ୍କେ ଗେହରଅଲ୍ଲୀ, ଜିଲ୍ଲା କ୍ରୀଡ଼ା ଅଧିକାରୀ, ପୂର୍ତ ବିଭାଗ ସହକାରୀ ଯନ୍ତ୍ରୀ, ସହକାରୀ ବ୍ଲକ ଶିକ୍ଷାଧିକାରୀ ଓ ଅନ୍ୟ ବିଭାଗୀ ଅଧିକାରୀ ଉପସ୍ଥିତ ଥିଲେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ମାନସ ରଂଜନ ବିଶ୍ୱାଳ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର