ରାୟଗଡ଼ା: ରାୟଗଡ଼ା ଜିଲ୍ଲା କୋତାପେଟା ପଞ୍ଚାୟତ ସମିତି ଅନ୍ତର୍ଗତ ଭାକୁରୁଗୁଡା ଗ୍ରାମଠାରେ ଜିଲ୍ଲାସ୍ତରୀୟ ସିରମା ରାଜା ପଦ୍ମ ରାଜା ଭଲିବଲ ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି। ସମାରୋହରେ ମୁଖ୍ୟଅତିଥି ଭାବେ ବିଧାୟକ ରାୟଗଡା ମକରନ୍ଦ ମୁଦୁଲି ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବିଜେଡିର ବରିଷ୍ଠ ସଙ୍ଗଠକ ୟେଲା କୋଣ୍ଡା ବାବୁ, ଆମ ଓଡ଼ିଶା ନବୀନ ଓଡ଼ିଶାର ଜିଲ୍ଲା ସଂଯୋଜକ ପି.ଗୌରୀ ଶଂକର, ବରିଷ୍ଟ ଆଇନଜୀବୀ ବିରଜା ପାତ୍ର, କୋତାପେଟା ପଞ୍ଚାୟତର ପୂର୍ବତନ ସରପଞ୍ଚ ପ୍ରସାଦ ହୁଇକା, କୋତାପେଟା ପଞ୍ଚାୟତର ନାୟବ ସରପଞ୍ଚ ଜ୍ୟୋତି ହିମିରିକା ଏବଂ ଗ୍ରାମର ଜନସାଧାରଣ ଉପସ୍ଥିତ ଥିଲେ।
ଫାଇନାଲ ମ୍ୟାଚ କୋତାପେଟା ଓ ଚିନିମାରିଙ୍ଗି ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏହି ମ୍ୟାଚରେ ଚିନିମାରିଙ୍ଗି ବିଜୟ ଲାଭ କରିଥିଲେ। ରାୟଗଡା ନିର୍ବାଚନ ମଣ୍ଡଳୀର ଯୁବପ୍ରତିଭାଙ୍କୁ ଲୋକଲୋଚନକୁ ଆଣିବାରେ ଏହା ଏକ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ। ରାୟଗଡ଼ା ଅଂଚଳର ପ୍ରତିଭାଙ୍କ ନିଆରା ଖେଳ ପ୍ରଦର୍ଶନ ଓ ଭାତୃତ୍ୱ ଭାବର ପରିବେଶ ମଧ୍ୟରେ ବହୁସଂଖ୍ୟକ ଦର୍ଶକଙ୍କ ସହ ମ୍ୟାଚକୁ ଦେଖି ମୁଁ ଅତ୍ୟନ୍ତ ଆନନ୍ଦିତ। ଖେଳପଡ଼ିଆ ଠାରେ ଚାଲିଥିବା ମ୍ୟାଚ ଅବସରରେ ଯୋଗଦେଇ ଆଞ୍ଚଳିକ ପ୍ରତିଭାଙ୍କ କ୍ରୀଡ଼ା ପ୍ରଦର୍ଶନ ଦିଗରେ ଉତ୍ସାହ ଓ ଦର୍ଶକଙ୍କ କ୍ରୀଡ଼ାବିତମାନଙ୍କ ପ୍ରତି ଥିବା ସମ୍ମାନକୁ ହୃଦୟଙ୍ଗମ କରିଥିଲି ବୋଲି ବିଧାୟକ ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ। ଏହି ଅବସରରେ ସମସ୍ତ ଖେଳାଳିମାନଙ୍କୁ ଉତ୍ସାହିତ କରିବା ସହ କ୍ରୀଡ଼ା କ୍ଷେତ୍ରରେ ଆଗକୁ ବଢ଼ି ରାଜ୍ୟ ତଥା ଦେଶ ପାଇଁ ସୁନାମ ଅର୍ଜନ କରିବାକୁ ଅତିଥିମାନେ ପରାମର୍ଶ ଦେଇଥିଲେ। ଶେଷରେ ବିଜୟ ହୋଇଥିବା ଖେଳାଳିଙ୍କୁ ପୁରସ୍କାର ବିତରଣ କରିବା ସହିତ ଉପସ୍ଥିତ ଖେଳାଳି ଏବଂ ଯୁବପିଢ଼ିଙ୍କୁ ଉତ୍ସାହିତ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/01/Rgda-vollyball-tounament-1.jpg)