ଜୟପୁର : ୨୨କୋଟିରେ ନିର୍ମିତ ୪ମହଲା ବିଶିଷ୍ଟ ଜୟପୁର ଜିଲ୍ଲା ଦୌରାଜଜ୍ କୋର୍ଟର ନୂତନ କୋଠା ଅଗ୍ରପୂଜ୍ୟ ଗଣେଶ ପୂଜା ଅବସରରେ ଲୋକାର୍ପିତ ହୋଇଛି। ଭର୍ଚୁଆଲ ମାଧ୍ୟମରେ ପୂର୍ବାହ୍ନ ୯ଟା ୩୦ମିନିଟ ସମୟରେ ହାଇକୋର୍ଟ ମୁଖ୍ୟ ବିଚାରପତି ଏସ.ମୁରଲୀଧର ମୁଖ୍ୟଅତିଥି ଭାବେ ଯୋଗ ଦେଇ ଏହି କୋଠାକୁ ଲୋକାର୍ପିତ କରିଥିଲେ। ନ୍ୟାୟିକ ବ୍ୟବସ୍ଥାରେ ଉପଯୁକ୍ତ ଭିତ୍ତିଭୂମିର ଆବଶ୍ୟକତା ଓ ତ୍ୱରିତ ନ୍ୟାୟ ପ୍ରଦାନ କ୍ଷେତ୍ରରେ ବିଚାରପତି ଓ ଓକିଲଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ସମ୍ୱନ୍ଧରେ ମୁଖ୍ୟଅତିଥି ଆଲୋକପାତ କରିଥିଲେ। କୋରାପୁଟ ପରି ପଛୁଆ ଅଂଚଳରେ ଅଧିକା ଅପରାଧିକ ମାମଲା ହେଉଥିବାରୁ ନୂଆ କୋର୍ଟ ଦ୍ବାରା ଶୀଘ୍ର ମାମଲା ଗୁଡ଼ିକର ଶୁଣାଣୀ ହେବା ସହ ନ୍ୟାୟିକ ବ୍ୟବସ୍ଥାରେ ଥିବା ସେବାଗୁଡ଼ିକ ଶୀଘ୍ର ପାଇପାରିବେ ବୋଲି ମୁଖ୍ୟଅତିଥି କହିଥିଲେ ।
ହାଇକୋର୍ଟର କୋଠାବାଡ଼ି କମିଟିର ଅଧ୍ୟକ୍ଷ ତଥା ବିଚାରପତି ଶତ୍ରୁଘ୍ନ ପୁଜାହାରୀ ଯୋଗ ଦେଇ ସେ ଅବିଭକ୍ତ କୋରାପୁଟ ଜିଲ୍ଲାର ଜିଲ୍ଲାଦୌରାଜଜ୍ ଭାବେ କାମ କରି ଆସିଥିବା ପୁରୁଣା ଦିନର ସ୍ମୃତିକୁ ରୋମନ୍ତନ କରି ତାଙ୍କ ଦ୍ବିତୀୟ ଘର ‘କୋରାପୁଟ’ ବୋଲି କହିଥିଲେ। ରାଜରାଜୁଡ଼ା ଅମଳରେ କୋରାପୁଟ ଓ ମାଲକାନଗିରୀ ଜିଲ୍ଳା ମାଡ୍ରାସ ପ୍ରେସିଡେନସୀ ଅଧିନରେ ରହି ଆସିଥିଲା। ଏବଂ ସୌଭାଗ୍ୟବଶତଃ ମୁଖ୍ୟ ବିଚାରପତି ଏସ.ମୁରଲୀଧରଙ୍କ ହାତରେ ଏହା ଲୋକାର୍ପିତ ହେବା ଗର୍ବ ଓ ଗୌରବର ବିଷୟ ବୋଲି କହିଥିଲେ। ଉଭୟ ଜିଲ୍ଲା ସହ ପୂର୍ବରୁ ରହିଥିବା ତାଙ୍କର ସଂପୃକ୍ତି ଏବଂ ଉଭୟ ଜିଲ୍ଲାର ପ୍ରଶାସନିକ ବିଚାରପତି ରହିବା ସମୟରେ ନୂଆ କୋଠା ନିର୍ମାଣ ଆରମ୍ଭ ହୋଇଥିଲା। ହାଇକୋର୍ଟର କୋଠାବାଡ଼ି କମିଟିର ଅଧ୍ୟକ୍ଷ ରହିବା ମଧ୍ୟରେ ନିର୍ମାଣ କାମ ସରି ଲୋକାର୍ପିତ ହେବା ତାଙ୍କ ପାଇଁ ଅବିସ୍ମରଣୀୟ ମୂହର୍ତ୍ତ ବୋଲି ବିଚାରପତି ପୂଜାହାରୀ କହିଥିଲେ।
କୋରାପୁଟ ଓ ମାଲକାନଗିରି ଜିଲ୍ଲାର ହାଇକୋର୍ଟ ପ୍ରଶାସନିକ ବିଚାରପତି ଏସ.କେ ପାଣିଗ୍ରାହୀ ଯୋଗ ଦେଇ ଗ୍ରାମାଂଚଳରୁ ଆସୁଥିବା ବହୁ ଗରିବ ମହକିଲ ମାନେ ତ୍ବରିତ ନ୍ୟାୟ ପାଇବା ଦିଗରେ ଅତ୍ୟାଧୁନିକ ଅନୁସଙ୍ଗିକ ସୁବିଧା ଥିବା ଜିଲ୍ଲା ଦୌରାଜଜ୍ କୋର୍ଟ ସହାୟକ ହୋଇ ପାରିବେ ବୋଲି କହିଥିଲେ। ଏହି ଅବସରରେ ପାରମ୍ପରିକ ନୃତ୍ୟଗୀତ ପରିବେଷଣ କରାଯାଇଥିଲା। ଏଥିରେ ଓକିଲ ମାନେ ବି କିଛି ସମୟ ପାଇଁ ମସଗୁଲ ହୋଇଥିଲେ।
ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଦୌରାଜଜ୍ ସୌମେନ୍ଦ୍ର କୁମାର ରାଜଗୁରୁ ,ଭିଜିଲାନସ ଜଜ୍ ରାଜେଶ୍ ଏକ୍କା, ଅତିରିକ୍ତ ଜିଲ୍ଲାଜଜ୍ ରାଜେଶ ନାୟର, ଅତିରିକ୍ତ ଜିଲ୍ଲା ଦୌରାଜଜ ପକ୍ସ କୋର୍ଟ ପ୍ରଦୀପ କୁମାର ସାସମଲ, ସି.ଜେ.ଏମ. ପ୍ରଣତୀ ପଟ୍ଟନାୟକ, ରେଜିଷ୍ଟ୍ରାର୍ ସିଭିଲ କୋର୍ଟ ଶରତ କୁମାର ଜେନା, ବରିଷ୍ଠ ଦେୱନୀ ବିଚାରପତି ମୁଶରାତ ଜାହିନ୍, ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ଶୁଭଗୌତମ ମିଶ୍ର, ମହିଳା କୋର୍ଟ ବିଚାରପତି ଅଞ୍ଜଳୀ ମାଛଖଣ୍ଡ, ଏସ.ଡି.ଜେ.ଏମ୍ ସନ୍ତୋଷ କୁମାର ପାଣୀଗ୍ରାହୀ, ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ବିଚାରପତି ଚରଣ କୁମାର ଜେନା, ପଲ୍ଲବୀ ପ୍ରୀୟଦର୍ଶନୀ ଦାଶ, ବିମଳାଲକ୍ଷ୍ମୀ ଚୌଧୁରୀ , ଅତିରିକ୍ତ ଜିଲ୍ଲାପାଳ ଦେବେନ ପ୍ରଧାନ, ଏସପି ବରୁଣ ଗୁଣ୍ଠପାଲ୍ଲୀ, ଏସଡିପିଓ ଅରୁଫ ଅଭିଶେଖ ବେହେରା, ଟାଉନଥାନା ଆଇଆଇସି ସଂଜୟ ମଣ୍ଡଳ, ପବ୍ଲିକ ପ୍ରସିକ୍ୟୁଟର ଶୌଳଜା ପଟ୍ଟନାୟକ, ଜିଲ୍ଲା ଓକିଲ ସଂଘର ସଭାପତି ସରୋଜ ଦାଶ, ଉପସଭାପତି ପିଣ୍ଟୁ ମାଝୀ, ସଂପାଦକ ଆନନ୍ଦ ରଥ, ସହସଂପାଦକ ଗିରିଧର ଖରା, କୋଷାଧ୍ୟକ୍ଷ ଗୋପବନ୍ଧୁ ସାନ୍ତ୍ରା ,ବରିଷ୍ଠ ଆଇନଜୀବୀ ଶଶାନନ୍ଦ ମିଶ୍ର, ସୁବାଷ ପଣ୍ଡା, ବିରେଶ ପଟ୍ଟନାୟକ, ନଟେନ୍ଦ୍ର ନାୟକ, ଆରତୀ ମହାନ୍ତି, ଡିବି ଅଗ୍ରୱାଲ, ହରିଶ ମୁଦୁଲି, ଦିବାକାର ଗୌଡ, ଦିବାକର ରାଓ, ପି.ସନ୍ୟାସୀ ରାଓ, ଯୁଗୋଳ କିଶୋର ପଟ୍ଟନାୟକ, ରବିନ୍ଦ୍ର ପାତ୍ର, ଅନୁପ ପାତ୍ର, ନାନାଜୀ ଆଚାରୀ, ଲାଲୁ ଷଡଙ୍ଗୀ, ବିଜି ରାୟ ଜେନାଦେଓ, କିଶୋର ନାୟକ, ନାନାଜୀ ଆଚାରୀ, ଲାଲୁ ମିଶ୍ର, ଶଶଦେବ ବେହେରା ପ୍ରମୁଖ ବହୁ ଆଇନଜୀବୀ ଭାଗ ନେଇଥିଲେ ।
ଏହି କାର୍ଯ୍ୟକ୍ରମକୁ କୋର୍ଟ ପରିଚାଳକ ନିତ୍ୟାନନ୍ଦ ମହାନ୍ତି, ନାଜ଼ୀର ଏ. ରମେଶ କୁମାର, ନାଏବ ନାଜ଼ୀର ଦେବେନ୍ଦ୍ର କୁମାର ନାୟକ, ମୁଖ୍ୟ କିରାଣୀ ପ୍ରଦୀପ କୁମାର ମିଶ୍ର ପରିଚାଳନା କରିଥିଲେ । ଏହି ଉଦଘାଟନୀ ଉତ୍ସବର ଭିଡ଼ିଓ କନଫରେନସିଂ କାର୍ଯ୍ୟକ୍ରମକୁ ଜିଲ୍ଲା ଅଦାଲତର ସିଷ୍ଟମ ଅଫିସର ରଜନୀକାନ୍ତ ଲିମା, ଜିଲ୍ଲା ଏନଆଇସି ଅଧିକାରୀ ଶୈଳବାଳା ପୃଷ୍ଟି ,ମନୋଜ କୁମାର ଦାସ ପ୍ରମୁଖ ସହଯୋଗ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/09/WhatsApp-Image-2021-09-10-at-19.38.15.jpeg)