ବରଗଡ଼: ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ପରେ ତହସିଲଦାର, ପୁଲିସ୍ ଏବଂ କୃଷି ଅଧିକାରୀଙ୍କୁ ନେଇ ଗଠିତ ଜିଲ୍ଲାସ୍ତରୀୟ ଟିମ୍ ମୃତ ଚାଷୀ ବୃନ୍ଦାବନଙ୍କ ଘରକୁ ଯାଇ ପରିବାରବର୍ଗଙ୍କ ସହିତ ଘଟଣା ସଂପର୍କରେ ଆଲୋଚନା କରିଛନ୍ତି। କେଉଁ ପରିସ୍ଥିତିରେ ବୃନ୍ଦାବନ ଆତ୍ମହତ୍ୟା କରିବାକୁ ବାଧ୍ୟ ହେଲେ ସେ ସଂପର୍କରେ ଏହି ଟିମ୍ ପଚାରି ବୁଝିଥିଲା। ପରେ କ୍ଷୟକ୍ଷତି ଅକାଳନ ପାଇଁ ଧାନ ଖେତକୁ ଯାଇଥିଲେ। ଏହି ଟିମ୍ କ୍ଷୟକ୍ଷତି ଆକଳନ ସହ ସଂପୂର୍ଣ୍ଣ ରିପୋର୍ଟ ୪୮ ଘଣ୍ଟା ମଧ୍ୟରେ ପ୍ରସ୍ତୁତ କରିବ ବୋଲି ପୂର୍ବରୁ ନିର୍ଦ୍ଦେଶ ଦିଆଯାଇଛି।
‘ଘଟଣାକୁ ନେଇ ରାଜନୀତି ନହେଉ’
ଚାଷୀ ଆତ୍ମହତ୍ୟା ଘଟଣା ନେଇ ବିଧାୟକ ଦେବେଶ ଆଚାର୍ଯ୍ୟ ଗଭୀର ଉଦ୍ବେଗ ପ୍ରକାଶ କରିଛନ୍ତି। ଏ ସଂପର୍କରେ ସେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରି ସାରିଛନ୍ତି। ଘଟଣାର ସମ୍ବେଦନଶୀଳତା ଉପରେ ମୁଖ୍ୟମନ୍ତ୍ରୀ ଅବଗତ ଅଛନ୍ତି। ମୃତ ଚାଷୀଙ୍କ ପରିବାରଙ୍କୁ ଉଚିତ କ୍ଷତିପୂରଣ ମିଳିବ। ଅଯଥାରେ ଏହି ଘଟଣାକୁ ନେଇ ରାଜନୀତି ନହେଉ ବୋଲି ଶ୍ରୀ ଆଚାର୍ଯ୍ୟ ସବୁ ରାଜନୈତିକ ଦଳକୁ ଆହ୍ଵାନ କରିଛନ୍ତି।
ଚକଡ଼ା ପୋକ ଉପଦ୍ରବ ଓ ଚାଷୀ ଆତ୍ମହତ୍ୟା ଘଟଣା: ଜିଲ୍ଲା ଟିମ୍ର ତଦନ୍ତ
/sambad/media/post_attachments/wp-content/uploads/2017/11/brgh3.jpg)