ସଂସଦରେ ଉଠିଲା ଜୟପୁର ଏୟାରଷ୍ଟ୍ରିପ୍ ପ୍ରସଙ୍ଗ

ଜୟପୁର: ଜୟପୁରରେ ଏୟାରଷ୍ଟ୍ରିପ୍‌ରେ ଚାଳିଥିବା ସଂପ୍ରସାରଣ ଓ ଉନ୍ନୟନ ପ୍ରସଙ୍ଗକୁ ନେଇ ପୁଣି କୋରାପୁଟ ସାଂସଦ ଇଂ. ସପ୍ତଗିରି ଶଙ୍କର ଉଲ୍ଲାକା ସଂସଦରେ ପ୍ରଶ୍ନ କରିଛନ୍ତି। ବର୍ତ୍ତମାନ ଜୟପୁର ଏୟାରଷ୍ଟ୍ରିପ୍‌ର ସଂପ୍ରସାରଣ କାମ ସରିବାରେ ବିଳମ୍ବ ହେଉଛି କି, କେବେ ଠାରୁ ‘ଉଡାନ’ ଯୋଜନାରେ ଚାଳିଥିବା ଏହି କାମ ସରିବ ଏବଂ ଏଠାରୁ ଏହି ବର୍ଷ ବିମାନ ଉଡ଼ିବ କି, ରାଜ୍ୟସରକାର ଏହା ନେଇ କଣ କଣ ପଦ‌କ୍ଷେପ ନେଉଛନ୍ତି ବୋଲି ପ୍ରଶ୍ନ କରିଥିଲେ। ଏହାର ଉତ୍ତର କେନ୍ଦ୍ର ବେସାମରିକ ଓ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂହ ପୁରୀ ଦେଇଥିଲେ।

ଏହା ରାଜ୍ୟ ସରକାରଙ୍କ ଅଧିନରେ ଥିବା ଏୟାରଷ୍ଟ୍ରୀପ। କେନ୍ଦ୍ରସରକାର ଉଡାନ ଯୋଜନାରେ ‘୨ ସି’ ରେ ସଂପ୍ରସାରଣ କାମ ଚାଳିଥିଲେ ହେଁ ରନୱେର ସଂପ୍ରସାରଣ ପାଇଁ ଜମି ଅଧିଗ୍ରହଣ‌ ବାଧା ସୃଷ୍ଟି ହୋଇଛି। ଏହି ସମସ୍ୟାର ସମାଧାନ ରାଜ୍ୟ ସରକାର କରି ପାରିନାହାଁନ୍ତି। ଏହା ଫଳରେ ସେଲକ୍ଟଡ୍ ଏୟାରଲାଇନ୍ ଅଫରେଟର (ଏସଏଓ) କେହି ବି ବିଡ଼୍ ଆବେଦନ କରି ନାହାନ୍ତି। ଆଗାମୀ ଦିନରେ ଯଦି କେହି ବିଡ଼୍ ପକାନ୍ତି ତେବେ ଜୟପୁର ଏୟ‌ାରଷ୍ଟ୍ରିପ୍ କୁ ପ୍ରାଥମିକତା ଦିଆଯିବ ବୋଲି ମନ୍ତ୍ରୀ ଉତ୍ତର ରଖିଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର