ଜୟପୁର: ଟ୍ରାଫିକ ଛକରୁ ଗାନ୍ଧିଛକ ପର୍ଯ୍ୟନ୍ତ ଜାତୀୟ ରାଜପଥ ୨୬ରେ କରାଯାଇଛି ମିଡିଲ୍ ଡିଭାଇଡର। ତେବେ ଏହା ମଧ୍ୟରେ ସୌନ୍ଦର୍ଯ୍ୟକରଣ ପାଇଁ ଲାଗିବାକୁ ଥିବା ପ୍ରସ୍ତାବିତ ବିଭିନ୍ନ ଫୁଲ ଗଛ କେବେ ଲାଗିବ ତାହାକୁ ନେଇ ଆଲୋଚନା ଜୋର ଧରିଛି।
ପ୍ରକାଶଯୋଗ୍ୟ, ଦୀର୍ଘ ଦୁଇ ବର୍ଷ ପୂର୍ବରୁ ରହିଥିବା ମିଡିଲ୍ ଡିଭାଇଡରକୁ ଜାତୀୟ ରାଜପଥ ପ୍ରଶସ୍ତିକରଣ ସମୟରେ ଭାଙ୍ଗି ନୂଆରେ କରାଯାଇଥିଲା। ସହରର ସୌନ୍ଦର୍ଯ୍ୟକରଣ କରିବା ନାଁରେ ଏହାର ମଝିରେ ଲାଇଟ୍ ଲାଗିଲା। ତେବେ ଏହା କେବେ ଲାଗୁଥିବା ବେଳେ ବେଳେ ବନ୍ଦ ହେଉଥିବା ସମସ୍ୟା ଲାଗି ରହିବା ସହ ଅଭିଯୋଗ ଜୋର ହୋଇଥିଲା। ଉପଜିଲ୍ଲାପାଳ ହେମକାନ୍ତ ସୟ ସାଉଥକୋ ଜରିଆରେ ଲାଇଟ୍ ଗୁଡ଼ିକ ବାରମ୍ବାର କାହିଁକି ଲିଭୁଛି ସେ ସମସ୍ୟାକୁ ବାହାରଏହି ଲାଇଟ୍ ପରିଚାଳନା କରୁଥିବା ଗ୍ରୀନଫିଲଡ୍ ସଂସ୍ଥାକୁ ଜଣାଇଥିଲେ। ଗ୍ରୀନଫିଲଡ୍ ସଂସ୍ଥା ପକ୍ଷରୁ ୩ଟି ଏମଏସବି ଲଗାଇବା ପରେ ଏବେ ସମସ୍ୟାର ସମାଧାନ ହୋଇଛି।
ଅନ୍ୟ ପକ୍ଷରେ ବଡ଼ ବଡ଼ ମହାନଗରରେ ମିଡିଲ ଡିଭାଇଡରେରେ ଲାଗୁଥିବା ଭଳି ବିଭିନ୍ନ ଫୁଲ ଏବଂ ଅନ୍ୟ ସୌନ୍ଦର୍ଯ୍ୟ ଗଛ ଲଗାଯିବାର ଯୋଜନା କରାଯାଇଥିଲା। ଏହାରି ମଧ୍ୟରେ ଦୁଇ ବର୍ଷ ବିତିସାରିଥିଲେ ହେଁ ଏହି ଯୋଜନା କାର୍ଯ୍ୟକାରୀ ହୋଇପାରିନି। ମିଡିଲ ଡିଭାଇଡର ଏବେ ବୁଲା କୁକୁର ଓ ଗାଇ ଗୋରୁର ଶୌଚର ସ୍ଥାନ ପାଲଟିଛି। ଯେଉଁ ଲକ୍ଷ୍ୟ ନେଇ ଏହି ମିଡିଲ ଡିଭାଇଡରରେ ପ୍ରସ୍ତାବିତ ଗଛ କେବେ ଲାଗିବ ତାହାକୁ ନେଇ ଆଲୋଚନା ଜୋର ଧରିଛି। ଉଦ୍ୟାନ ବିଭାଗ ସହ ଆଲୋଚନା ସରିଛି ଅତି ଶୀଘ୍ର ପୌରପରିଷଦ ସହଯୋଗରେ ଗଛ ଲଗାଯିବ ବୋଲି କହିଛନ୍ତି ଉପଜିଲ୍ଲାପାଳ ଶ୍ରୀ ସୟ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/02/jpr-midle-divider-1.jpg)