ଡିଭାଇନ୍ ଇନଷ୍ଟିଚ୍ୟୁଟ ଅଫ୍ ଇଞ୍ଜିନିଅରିଂ ଏଣ୍ଡ ଟେକ୍ନୋଲୋଜିରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ

ବାରିପଦା:  ବାରିପଦା ଉପକଣ୍ଠରେ ଅବସ୍ଥିତ ବୈଷୟିକ ଶିକ୍ଷାନୁଷ୍ଠାନ ଡିଭାଇନ୍ ଇନଷ୍ଟିଚ୍ୟୁଟ ଅଫ୍ ଇଞ୍ଜିନିଅରିଂ ଏଣ୍ଡ ଟେକ୍ନୋଲୋଜିରେ ଆଜି ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି। ଅନୁଷ୍ଠାନର ନିର୍ଦ୍ଦେଶକ ଇଂ ବିପ୍ଲବ ଭଞ୍ଜନ ବୁଗୁଡାଇ ଙ୍କ ପ୍ରତ୍ୟେକ୍ଷ ତତ୍ତ୍ବାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ଇଲେକ୍ଟ୍ରିକାଲ୍, ମେକାନିକାଲ୍, ସିଭିଲ୍ ଓ ଇଲେକ୍ଟ୍ରିକାଲ୍ ଏଣ୍ଡ୍ ମେକାନିକାଲ୍ ବିଭାଗର ଶତାଧିକ ଛାତ୍ରୀ ଅଂଶ ଗ୍ରହଣ କରିଥିଲେ ।

ଏବର୍ଷର ସ୍ଲୋଗାନ୍ “ ଚୁଜ୍ ଟୁ ଚ୍ୟାଲେଞ୍ଜ୍’’ କୁ ପ୍ରତିପାଦିତ କରିବା ପାଇଁ ମଞ୍ଚାସୀନ ତନୁଜା ମହାନ୍ତ, ସିପ୍ରା ପାତ୍ର, ପଲ୍ଲବୀ ବେହେରା ଓ ବନଜା ପାଲବାବୁ ପ୍ରମୁଖ ଗୁରୁତ୍ଵାରୋପ କରିଥିଲେ। ଏଥିସହିତ ସମସ୍ତ ଝଡ଼ ଝଞ୍ଜାକୁ ସାମ୍ନା କରି ସଫଳ ହେବାକୁ ପଣ କରିଥିଲେ ଉପସ୍ଥିତ ପ୍ରତିଭାଧାରୀ ମହିଳାମାନେ। ଏହି କାର୍ଯ୍ୟକ୍ରମକୁ ସଫଳ ରୂପାୟନ କରିବାରେ ଅନୁଷ୍ଠାନ ର ସମସ୍ତ ଅଧ୍ୟାପିକା, କର୍ମଚାରୀ ଗୁରୁତ୍ୱପୂର୍ଣ୍ଣ ଭୂମିକା ବହନ କରିଥିଲେ ।

ସମ୍ବନ୍ଧିତ ଖବର