ଫୁଲବାଣୀ: କରୋନା ପାଇଁ ବାଣ ବିକ୍ରି ଓ ଫୁଟାଇବା ଉପରେ ସରକାର କଟକଣା ଜାରି କରିଛନ୍ତି। ହେଲେ ଫୁଲବାଣୀରେ କିଛି ଅସାଧୁ ବ୍ୟବସାୟୀ ଲୁଚିଛପି ବାଣ ବିକ୍ରି କରିଛନ୍ତି। ନୂଆ ସହ ଗତବର୍ଷର ରହିଥିବା ପୁରୁଣା ବାଣକୁ ଲୁଚିଛପି ଚଢା ଦରରେ ବିକ୍ରି କରିଛନ୍ତି। ପୁଲିସ ବଜାରରେ ପଇଁତରା ମାରୁଛି। ହେଲେ ଦୋକାନୀ ସାହିବସ୍ତିରେ ରହି ବାଣି ବିକ୍ରି କରିଛନ୍ତି। ସଂଧ୍ୟା ହେବା ପରେ ବିଭିନ୍ନ ସ୍ଥାନରେ ବାଣର ଢୋ ଢା ଶବ୍ଦ ଆସିଥିଲା। ହେଲେ ତାହା ବିଗତ ବର୍ଷଗୁଡିକ ବାଣ ଫୁଟା ଭଳି ନଥିଲା। କରୋନା କଟକଣାରେ ବାଣ ବିକ୍ରି ଓ ଫୁଟାରେ ବଡ ପ୍ରଭାବ ପଡିଛି। ସେଥି ନିମନ୍ତେ ଏଥର ମାଟିଦୀପର ଆଦର ବଢିଛି। ସବୁ ଆଡେ ଦୀପ ଜଳିଥିଲା। କହିବାକୁ ଗଲେ କରୋନା କଟକଣା ପାଇଁ ଏଥର ଦୀପରେ ଝଲସିଲା ଆଲୋକର ପର୍ବ ଦୀପାବଳି।
ଲୁଚାରେ ବିକ୍ରି ହେଲା ବାଣ, ଦୀପରେ ଝଲସିଲା ଦୀପାବଳି
/sambad/media/post_attachments/wp-content/uploads/2020/11/diwali-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)