ଡିଏମଏଫ ବୋର୍ଡ ଓ ଟ୍ରଷ୍ଟିର ବୈଠକ: କୋଟିଆରେ ହେବ ବହୁମୁଖୀ ଗୋଦାମଗୃହ

ଝାଡୁ,ଅଦା,ତେନ୍ତୁଳି ଓ ହଳଦୀ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା

କୋରାପୁଟ: ବିବାଦୀୟ କୋଟିଆ ଗ୍ରାମପୁଞ୍ଜ ପାଇଁ ପ୍ରଶାସନ ଜିଲ୍ଲା ଖଣିଜ ପାଣ୍ଠିର (ଡିଏମଏଫ)ରେ ଏକାଧିକ ଯୋଜନା କରିଛି କୋରାପୁଟ ଜିଲ୍ଲା ପ୍ରଶାସନ। ସେଠାରୁ ଉତ୍ପାଦିତ ହେଉଥିବା ଝାଡୁ ଓ ତେନ୍ତୁଳିକୁ ସଂଗ୍ରକ୍ଷିତ କରି ରଖିବା ପାଇଁ ଏକ ବହୁମୁଖୀ ଗୋଦାମଗୃହ ନିର୍ମାଣ ହେବ। ଖୁବଶୀଘ୍ର ଏହାର ନିର୍ମାଣ କାର୍ଯ୍ୟ ହେବାକୁ ରହିଥିବାବେଳେ ସମ୍ପୃକ୍ତ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ଜଙ୍ଘଲ ଯୋଗୁଁ ହୋଇ ପାରୁ ନ ଥିବା ଅଙ୍ଗନବାଡି କେନ୍ଦ୍ର ପ୍ରତି ଗାଁରେ ସ୍ତାପନ ହେବ। ଏହାସହ ହଳଦୀ ଓ ଅଦାକୁ ସରକ୍ଷିତ କରିବାକୁ ବ୍ୟବସ୍ଥା ଗ୍ରହଣ କରାଯାଇଥିବା ଏନେଇ ଜିଲ୍ଲାପାଳ ମହମ୍ମଦ ଅବଦ୍ଦଲ ଅଖତର କହିଛନ୍ତି | ସ୍ଥାନୀୟ ସଦଭାବନା ସଦଗୃହ ପରିସରରେ ଆଜି ଜିଲ୍ଲା ଖଣିଜ ପାଣ୍ଠିର ବୋର୍ଟ ଟ୍ରଷ୍ଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକକୁ ଜିଲ୍ଲାପାଳ ମହମ୍ମଦ ଅବଦ୍ଦଲ ଅଖତର ସଭାପତିତ୍ବ କରିଥବାବେଳେ ସାଂସଦ ସପ୍ତଗିରି ଉଲ୍ଲକା, କୋରାପୁଟ ବିଧାୟକ ରଘୁରାମ ପଡାଲ, ପଟାଙ୍ଗୀ ବିଧାୟକ ପ୍ରିତମ ପାଢୀ, ଲକ୍ଷ୍ମୀପୁର ବିଧାୟକ ପ୍ରଭୁ ଜାନୀ, କୋରାପୁଟ ଜିଲ୍ଲା ପରିଷଦ ଅଧ୍ୟକ୍ଷା ତୁଳସୀ କ୍ରିଷାନୀଙ୍କ ସମେତ ବୋର୍ଡ ଓ ଟ୍ରଷ୍ଟିର ସଦସ୍ୟମାନେ ଉପସ୍ଥିତ ଥିଲେ।

ଏହି ବୈଠକରେ ବିଗତ ବର୍ଷର ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ନେଇ ସମୀକ୍ଷା କରାଯିବା ପାଇଁ ବୋର୍ଡ ନିର୍ଦ୍ଦେଶ ଦେଇଛନ୍ତି। ଚଳିତ ଆର୍ଥିକ ବର୍ଷ ପାଇଁ ବିଭିନ୍ନସ୍ତରରୁ ଚୟନ ହୋଇଥିବା ପ୍ରକଳ୍ପ ଗୁଡିକ ପାଇଁ ୫୦ କୋଟି ଟଙ୍କାର ସୁବିନିଯୋଗ କରାଯିବାକୁ ଅନୁମୋଦନ କରାଯାଇଥିଲା। ଯେଉଁଥିରେ ଜୀବନ ଜିବିକା, ଆଦର୍ଶ ଅଙ୍ଗନବାଡି, ଆଦର୍ଶ ଛାତ୍ରବାସ, ଆଦର୍ଶ ଉଚ୍ଚବିଦ୍ୟାଳୟ ଗଠନ କରିବା ସଂଙ୍କ୍ରାନ୍ତୀୟ ଆଲୋଚନା ହୋଇଛି। ସର୍ବପରୀ ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ, ଜଳସଚେନ ତଥା ଯୋଗାଯୋଗ ଉପରେ ଗୁରୁତ୍ବ ଦିଆଯାଇଛି। ସିଧାସଳଖ ଭାବେ ଖଣି ପ୍ରଭାବିତ ଅଞ୍ଚଳର କ୍ଷତିଗ୍ରସ୍ତଙ୍କ ଉନ୍ନତି ପାଇଁ ବ୍ୟପକ ବ୍ୟବସ୍ଥା ଗ୍ରହଣ କରାଯାଇଛି।

ଏହାସହ ଏହି ଅଞ୍ଚଳରେ ୪୩ଜଣ ଦିବ୍ୟାଙ୍ଗଙ୍କୁ ବ୍ୟାଟେରୀ ପରିଚାଳିତ ଟ୍ରାଇ ସାଇକେଲ ଦିଆଯିବାକୁ ବ୍ୟବସ୍ଥା ଗ୍ରହଣ କରାଯାଇଛି। ପୌରାଞ୍ଚଳର ବିକାଶ ପାଇଁ ସ୍ବଚ୍ଛତା ଓ ପରିମଳକୁ ଗୁରୁତ୍ବ ଦେବାକୁ ଏକାଧିକ ପ୍ରକଳ୍ପ ଚୟନ କରାଯାଇଛି। ଅପହଞ୍ଚ ଇଲାକାରେ ଗ୍ରାମୀଣ ବିଦ୍ୟୁତ କରଣ ଉପରେ ଗୁରୁତ୍ବ ଦିଆଯାଇଛି। ତଥ୍ୟ ଅନୁସାରେ ୨୦୧୬ ମସିହାରୁ ୨୦୨୧ ମସିହା ଯାଏ ସମୁଦାୟ ୧୧୧୨ ଗୋଟି ଅନୁମୋଦନ ଦିଆଯାଇଥିବାବେଳେ ସେଥି ମଧ୍ୟରୁ ୮୭୬ଟି ପ୍ରକଳ୍ପ କାର୍ଯ୍ୟ ଶେଷ ହୋଇଥିବାବେଳେ ଶତାଧିକ କାର୍ଯ୍ୟର କାମ ଜାରି ରହିଛି।

୨୦୧୯-୨୦ ରେ ପାଣ୍ଠିରୁ ୫୦ କୋଟି ଟଙ୍କା ବ୍ୟୟ ବରାଦ ହୋଇଥିବାବେଳେ ତହିଁ ମଧ୍ୟରୁ ୩୩ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଏନେଇ ସାଂସଦ ସପ୍ତଗିରି ଉଲ୍ଲକା କହିଛନ୍ତି ଯେ ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ, ଜଳସଚେନ ତଥା ଯୋଗାଯୋଗ ଉପରେ ଗୁରୁତ୍ବ ଦିଆଯାଇଛି। ଡିଏମଏଫର ପ୍ରତିଟି ଟଙ୍କା କିପରି ଲୋକଙ୍କ ପାଇଁ ଖର୍ଚ୍ଚ ହେବ ନେଇ ଆଲୋଚନା ହୋଇଛି। ଏହି କାର୍ଯ୍ୟକ୍ରମ କୁ ପିଡି ଡିଆରଡିଏ ପ୍ରବୀର କୁମାର ନାୟକ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର