ଭଞ୍ଜନଗରରେ ‘ଡୁ ଦି‌ଲ୍‌ ସେ’ ଚ୍ୟାନେଲ୍‌ ଲ‌ୋକାର୍ପଣ ଉତ୍ସବ 

ଭଞ୍ଜନଗର: ଗଂଜାମ ଜିଲ୍ଲା ଭଞ୍ଜନଗର ସହରର ଉତ୍ସାହି ଯୁବକ ମାନେ ମିଶି ଘୁମୁସର ମାଟିର ନୃତ କଳାକୁ ଆର୍ନ୍ତଜାତିକ ସ୍ତରରେ ପହଞ୍ଚାଇବା ନିମନ୍ତେ ଏକ ୟୁଟିବ୍‌ ‌ଚ୍ୟନେଲ ପ୍ରସ୍ତୁତ କରିଛନ୍ତି। ଏହା ମାଧ୍ୟମରେ ଘୁମସର ଅଞ୍ଚଳରେ ଥିବା ଟ୍ୟଲେଣ୍ଟକୁ ସେମାନେ ଆର୍ନ୍ତଜାତୀୟ ନୃତ୍ୟ କଳାର ସମକକ୍ଷ କରାଇ ପ୍ରତିଯୋଗୀତା ମୂଳକ ନୃତ୍ୟ ଭିଡିଓ ଅପ୍‌ଲୋଡ କରିବେ ବୋଲି ଅନୁଷ୍ଠାନର ମୁଖ୍ୟ ମନୋଜ କୁମାର ଭୂୟାଁ ପ୍ରକାଶ କରିଛନ୍ତି। ଆଜି ‘ଡୁ ଦିଲ୍‌ ସେ’ ଲୋକାର୍ପଣ ଉତ୍ସବରେ ସରିନା ସଫାରୀ ନାମକ ଏକ ଆଧୁନିକ ନୃତ୍ୟ ଭିଡିଓ ଅପ୍‌ଲୋଡ କରାଯାଇଥିଲା। ଏହି ନୃତ୍ୟ ଭିଡିଓକୁ ଅନ୍‌ଲାଇନ ମାଧ୍ୟମରେ ସାଉଥ କୋରିଆ ସହ ପ୍ରତିଯୋଗୀତା ହେବ। ଏହି ନୃତ୍ୟକୁ ଟୋକାଗଣ୍ଡା ଗ୍ରାମର ମନୋଜ ନିର୍ଦ୍ଦେଶନା ଦେଇଥିବା ବେଳେ ଆଦିତି ଅପରାଜିତା, ଶ୍ରାବଣୀ ପୱନ ଏବଂ ଅନ୍ବେଶା ପାତ୍ର ପ୍ରମୁଖ ନୃତ୍ୟ ପ୍ରର୍ଦଶନ କରିଛନ୍ତି। ଏହି ୟୁଟ୍ୟୁବ୍‌ ଚାନେଲ୍‌କୁ ଅଧିକରୁ ଅଧିକ ସବ୍‌ସ୍କାଇବ୍ କରିବା ପାଇଁ ଅନୁଷ୍ଠାନ ପକ୍ଷରୁ ନିବେଦନ କରାଯାଇଛି। ଆର୍‌କେ ଗ୍ରୁପ୍‌ ଭିଡିଓ ଉତ୍ତୋଳନକ କରିଛନ୍ତି। ଏହି କାର୍ଯ୍ୟକ୍ରମକୁ ସମ୍ବାଦ ପ୍ରତିନିଧି ବିଶ୍ବମ୍ବର ଜେନା, ପ୍ରେସ୍‌ କ୍ଳବ୍‌ ସଭାପତି ଲୋକନାଥ କର, ସମ୍ପାଦକ ବାବୁଲା ପ୍ରଧାନ ପ୍ରମୁଖ ଅତିଥି ଭା‌ବ‌େ ଯୋଗ ଦେଇ ଏହାର ଶୁଭାରମ୍ଭ କରିଥିଲେ। ଏଥିରେ  ସଞ୍ଜୀବ କୁମାର ପାତ୍ର, ବଳରାମ ପୱନ, ଗଜେନ୍ଦ୍ର ‌ବେହେରା, ମନୋଜ ସେଠୀ, କାଜଲ ବେହେରା ପ୍ରମୁଖ ଉପସ୍ଥିତ ରହିଥ‌ିଲେ।

 

ସମ୍ବନ୍ଧିତ ଖବର