ରାଉରକେଲା: ଆଜି ସକାଳେ ରାଉରକେଲା ପ୍ଲାଣ୍ଟ ସାଇଟ୍ ଥାନା ଅନ୍ତର୍ଗତ ମଧୁସୁଦନ ମାର୍ଗରେ ଥିବା ଇଣ୍ଡିଆନ ଓଭରସିଜ୍ ବ୍ୟାଙ୍କରେ ସଶସ୍ତ୍ର ଡକ୍ରତି ହୋଇଛି। ହେଲମେଟ୍ ପିନ୍ଧିିଥିବା ସଶସ୍ତ୍ର ଡକାୟତମାନେ ବ୍ୟାାଙ୍କର କର୍ମଚାରୀ ଓ ଗ୍ରାହକମାନଙ୍କୁ ଗୋଟିଏ ରୁମ୍ରେ ବନ୍ଦ କରି ୪୪ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି।
/sambad/media/post_attachments/wp-content/uploads/2018/06/rkl-3-300x198.jpg)
ମିଳଥିିବା ସୂଚନା ଅନୁଯାୟୀ, ସକାଳ ସାଢ଼େ ୯ଟା ବେଳେ ବ୍ୟାଙ୍କର ପିଅନ ଜଗନ୍ନାଥ, ଡେପୁଟି ମ୍ୟାନେଜର ଜୟନାରାୟଣ ସୋହେଲ, ସିନିୟର ମ୍ୟାନେଜର ବିଜୟ କୁମାର ଆଇନ୍ଦ ଆସି ବ୍ୟାଙ୍କ ଖୋଲି ଭିତରକୁ ପଶିଥିଲେ। ଏହାର କିଛି ସମୟ ପରେ ୩ଜଣ ହେଲମେଟ୍ ପିନ୍ଧିିଥିବା ଡକାୟତ ହାତରେ ପିସ୍ତଲ ଧରି ଭିତରେ ପଶିଥିଲେ। ସେମାନେ ଏହି ୩ ଜଣ କର୍ମଚାରୀଙ୍କୁ ମାଡ଼ ମାରି ବ୍ୟାଙ୍କ ଲକର ଚାବି ମାଗିଥିଲେ। ଜୀବନବିକଳରେ ଡେପୁଟି ମ୍ୟାଜେନର ଶ୍ରୀ ସୋହେଲ ଲକର ଚାବି ଦେଇଦେବାରୁ ଡକାୟତମାନେ ଲକର ଖୋଲି ସେଥିରେ ଥିବା ୪୪ ଲକ୍ଷ ଟଙ୍କା ଏକ ବ୍ୟାଗରେ ଭର୍ତ୍ତି କରି ନେଇଥିଲେ। ଏହି ସମୟରେ ଅନ୍ୟ ଗ୍ରାହକମାନେ ଆସିଯିିବାରୁ ବାହାରେ ଅପେକ୍ଷା କରିଥିବା ଅନ୍ୟ ୫ ଜଣ ଡକାୟତ ଭିତରେ ପଶି ସମସ୍ତ ଗ୍ରାହକ ଓ ବ୍ୟାଙ୍କ କର୍ମଚାରୀଙ୍କୁ ପିସ୍ତଲ ଦେଖାଇ ରେକର୍ଡ ରୁମ୍ରେ ପୁରାଇ ବାହାରୁ କବାଟ ବନ୍ଦ କରି ଦେଇଥିଲେ। ପରେ ଡକାୟତମାନେ ବ୍ୟାଙ୍କର ସିସିଟିଭିର ହାର୍ଡ ଡିସ୍କ ନେଇ ପଳାଇ ଯାଇଥିଲେ। କିଛି ସମୟ ପରେ ବ୍ୟାଙ୍କ କର୍ତ୍ତୃପକ୍ଷ ଏ ନେଇ ପୁଲିସକୁ ସୂଚନା ଦେବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/06/IOB-Rourkela_Thumbnail.jpg)