ଜନ୍ମ ନିୟନ୍ତ୍ରଣ ଅସ୍ତ୍ରୋପଚାର ସମୟରେ ମହିଳାଙ୍କ ମଳଦ୍ୱାର କାଟି ଦେଲେ ଡାକ୍ତର

ଚାନ୍ଦବାଲି:  ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ବାଂଶଡା ଥାନା ଛେଡ଼ାକ ଗାଁର ଜଣେ ମହିଳାଙ୍କ ଜନ୍ମ ନିୟନ୍ତ୍ରଣ ଅସ୍ତ୍ରୋପଚାର କରିବାକୁ ଯାଇ ଡାକ୍ତର ମଳଦ୍ବାରା କାଟି ଦେଇଥିବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି।

ସ୍ୱାମୀ ସଶଧର ଦାସ ଦୁଇ ଝିଅ ଓ ଗୋଟିଏ ପୁଅକୁ ନେଇ କୁନିଲତା ଦାସଙ୍କ ସୁଖର ସଂସାର ଚାଲିଥିଲା। ଜମିବାଡ଼ି ସେମିତି କିଛି ନଥିବା ବେଳେ ସ୍ୱାମୀ ପର ଘରେ ମୂଲ ଲାଗିଲେ ତାଙ୍କର ତେଲଲୁଣ ସଂସାର ଚାଲୁଥିଲା। ମାତ୍ର ଜନ୍ମ ନିୟନ୍ତ୍ରଣ ଯୋଜନାରେ ସାମିଲ ହେବାକୁ ଡାକ୍ତର ପରାମର୍ଶ ଦେଇଥିଲେ। ମାତ୍ର ଲାପ୍ରୋସ୍କୋପି ଅସ୍ତ୍ରୋପଚାର ବେଳେ ଡାକ୍ତରଙ୍କ ଅସାବଧାନତା କାରଣ ପାଇଁ କୁନିଲତା ସର୍ବସ୍ବ ହରାଇ ସାରିଲେଣି। ହେଲେ ଭଲ ହେଉ ନାହାନ୍ତି ।

ଘରେ ଯାହା ଥିଲା ସବୁ ବିକି ସାରିଥିବା ବେଳେ ସରକାରୀ କ୍ଷତି ପୂରଣତ ଦୂରର କଥା ଭୁଲ ଅସ୍ତ୍ରୋପଚାର କରିଥିବା ଡାକ୍ତରଙ୍କୁ ଏସମ୍ପର୍କରେ ପଚାରିଲେ ଓଲଟି ସେ କହୁଛନ୍ତି କେଶ କଲେ ମୋର ତୁମେ କିଛି କରିପାରିବ ନାହିଁ ।

ସୂଚନା ଥାଉକି ଚଳିତ ବର୍ଷ ମାର୍ଚ୍ଚ ୧୬ ତାରିଖରେ ଚାନ୍ଦବାଲିରେ ଜନ୍ମ ନିୟନ୍ତ୍ରଣ ପାଇଁ ସରକାରୀ ସ୍ତରରେ ଦିନ ଧାର୍ଯ୍ୟ କରାଯାଇଥିଲା। ବ୍ଲକର ବିଭିନ୍ନ ପଞ୍ଚାୟତରୁ ମା’ ମାନେ ଅସ୍ତ୍ରୋପଚାର ସାମିଲ ହୋଇଥିଲେ। ଚାନ୍ଦବାଲି ଗୋଷ୍ଠୀସ୍ବାସ୍ଥ୍ୟ କେନ୍ଦ୍ରରେ ଅନୁଷ୍ଠିତ ଶିବିରରେ ପ୍ରସୂତି ବିଭାଗ ଡାକ୍ତର ଅମରେନ୍ଦ୍ର ଜେନା ଲାପ୍ରୋସ୍କୋପି ଦ୍ୱାରା ଉକ୍ତଦିନ ମା’ମାନଙ୍କ ଗର୍ଭ ନିରୋଧ ପରିବାର ନିୟନ୍ତ୍ରଣ ଅସ୍ତ୍ରୋପଚାର କରିଥିଲେ।

କୁନି ଲତାଙ୍କର ମଧ୍ୟ ଅସ୍ତ୍ରୋପଚାର ହୋଇଥିଲା। ମାତ୍ର ଡାକ୍ତର ଗର୍ଭନାଡି କାଟିବା ବଦଳରେ ତାଙ୍କ ମଳ ଦ୍ୱାର ନାଡି କାଟିଦେଇଥିଲେ। ଉକ୍ତ ସମୟରେ ଯନ୍ତ୍ରଣା ହେଉଥିଲେ ମଧ୍ୟ ସେମିତି କିଛି ଜଣାପଡ଼ି ନଥିଲା। ମାତ୍ର ଘରେ ପହଞ୍ଚିବା ପରେ ମଳଦ୍ୱାର ବାଟ ଦେଇ ରକ୍ତସ୍ରାବ ହୋଇଥିଲା। ଫୋନେରେ ଡାକ୍ତରଙ୍କ ସହ ଯୋଗାଯୋଗ କରି ବହୁ ପ୍ରକାର ଚେଷ୍ଟା କରିଥିଲେ ମଧ୍ୟ ଯନ୍ତ୍ରଣା କମିଲା ନାହିଁକି ରକ୍ତ ବନ୍ଦ ହେଲା ନାହିଁ।

ଅତ୍ୟଧିକ ରକ୍ତସ୍ରାବ ଏବଂ ଅସହ୍ୟ ଯନ୍ତ୍ରଣା ହୋଇଥିଲା। ପରଦିନ ଅର୍ଥାତ ମାର୍ଚ୍ଚ ୧୭ ତାରିଖରେ ପରିବାର ଲୋକେ ଭଦ୍ରକ ନେଇଯାଇଥିଲେ। ସେଠାରେ ତାଙ୍କର ଅସ୍ତ୍ରପ୍ରଚାର କରାଯାଇଥିଲା ୫ ଗୋଟି ରକ୍ତ ଲାଗିଥିଲା। ମାତ୍ର ଅସ୍ତ୍ରୋପଚାର ଠିକ ନ ହେବାରୁ ୧୮ ତାରିଖରେ ତାଙ୍କୁ ଏସସିବି କଟକକୁ ସ୍ଥାନାନ୍ତର କରାଯାଇଥିଲା।

ସେଠାରେ ପରିବାର ନିୟନ୍ତ୍ରଣ ଅସ୍ତ୍ରୋପଚାରରେ ଭୁଲରେ ଡାକ୍ତର ମଳଦ୍ବାର ନାଡି କଟି ଦେଇଥିବା ଜଣାପଡିଥିଲା। ତାଙ୍କ ଦେହରେ ରକ୍ତର ଅଭାବ ହେତୁ ପରିସ୍ଥିତି ସଙ୍କଟ ଦେଖା ଦେଇଥିଲା । କୁନିଙ୍କ ଶରୀରରେ ୧୧ ଗୋଟି ରକ୍ତ ଲାଗିବା ପରେ ଡା୍କ୍ତର କୁନିଙ୍କ ଅସ୍ତ୍ରୋପଚାର କରିଥିଲେ। ଏଥିରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହୋଇଥିବାରୁ ଏବେ କୁନିଙ୍କ ପରିବାର ଆର୍ଥିକ ସଙ୍କଟ ଦେଇ ଗତି କରୁଛନ୍ତି।

ସମ୍ବନ୍ଧିତ ଖବର