ଜୟପୁର: ରାଜ୍ୟସ୍ତରରେ ପରିବାର ନିୟୋଜନ ଅସ୍ତ୍ରୋପଚାର କରିବା କ୍ଷେତ୍ରରେ ୨ୟ ସ୍ଥାନ ପୁରସ୍କାର ପାଇଛନ୍ତି ଡାକ୍ତର ସସ୍ମିତା ଦାଶ। ରାଜ୍ୟସ୍ତରରେ ବିଶ୍ବ ଜନସଂଖ୍ୟା ଦିବସରେ ଆୟୋଜିତ ଉତ୍ସବରେ ଏହି ପୁରସ୍କାର ପ୍ରଦାନ କରାଯାଇଛି। ପୁରସ୍କାର ବିତରଣୀ ଉତ୍ସବରେ ଅତିଥି ଭାବେ ରାଜ୍ୟ ପରିବାର କଲ୍ୟାଣ ବିଭାଗର ସଚିବ ନିକୁଞ୍ଜ ବିହାରୀ ଧଳ, ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ନିର୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ, ଡାକ୍ତର ବିଜୟ ମହାପାତ୍ର, ଡାକ୍ତର ନିରଞ୍ଜନ ମିଶ୍ର ଯୋଗ ଦେଇ ଡାକ୍ତର ଦାଶଙ୍କୁ ପୁରସ୍କୃତ କରିଥିଲେ।
ସୂଚନା ଅନୁଯାୟୀ, ଜିଲ୍ଲା ମୁଖ୍ୟଚିତ୍ସାଳୟ ଜୟପୁରରେ ଥିବା ସ୍ତ୍ରୀ ଓ ପ୍ରସୁତି ବିଶେଷଞ ଡାକ୍ତର ସସ୍ମିତା ଦାଶ ଏ ପର୍ଯ୍ୟନ୍ତ ୪୭୮୪ଜଣ ମହିଳାଙ୍କର ପରିବାର ନିୟୋଜନ ଅସ୍ତ୍ରପ୍ରଚାର କରିଛନ୍ତି। ଏଥିପୂର୍ବରୁ ଗତବର୍ଷ ମଧ୍ୟ ସେ ଏକାଥରକରେ ଦୁଇଟି ପୁରସ୍କାର ଏଥି ପାଇଁ ପାଇଥିଲେ। ଦ୍ବିତୀୟଥର ସେ ଏହି ପୁରସ୍କାର ପାଇବା ସହ ଜିଲ୍ଲାକୁ ଗୌରାବାନ୍ବିତ କରିଥିବାରୁ ତାଙ୍କୁ ଡିଏମଓ ଡାକ୍ତର ଆରଏନ୍ ମିଶ୍ର ଓ ଅନ୍ୟ ସହ ଡାକ୍ତର ମାନେ ଶୁଭେଚ୍ଛା ଜ୍ଞାପନ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/jpr-dr-sasmitadash-1.jpg)