ଭଞ୍ଜନଗର: ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ଡାକ୍ତର ଦିବସ ପାଳିତ ହୋଇଯାଇଛି। ରୋଟାରୀ କ୍ଳବ ପକ୍ଷରୁ ମେଡିକାଲ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ସମାଜ ପ୍ରତି ଡାକ୍ତର ମାନଙ୍କ ଉତ୍ସର୍ଗୀକୃତ ସେବା ଓ କର୍ତ୍ତବ୍ୟନିଷ୍ଠା ଯୋଗୁ ରୋଗୀଟିଏ ଆଶୁ ଆରୋଗ୍ୟ ଲାଭ କରିଥାଏ। ଜଣେ ରୋଗୀ କିମ୍ବା ଆହାତ ବ୍ୟକ୍ତିଙ୍କ ପାଇଁ ଜଣେ ଡାକ୍ତର ଭଗବାନ ସ୍ବରୂପ ହୋଇଥିବା ବେଳେ କୋଭିଡ ସମୟରେ ସେମାନଙ୍କ ଅବଦାନ ବେଶ ଗୁରୁତ୍ବପୂର୍ଣ୍ଣ ରହିଥିଲା ବୋଲି କାର୍ଯ୍ୟକ୍ରମରେ ମତ ପ୍ରକାଶ ପାଇଥିଲା।
ଏଥିରେ ମେଡିକାଲ ଅଧୀକ୍ଷକ ଡଃ.ସୀତାଂଶୁ ଶେଖର ଶତପଥୀଙ୍କ ପୌରହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଡଃ. ନିବେଦିତା ମହାପାତ୍ର, ଡଃ. ବୃନ୍ଦାବନ ଗୌଡ, ଡଃ. ହାଂସଦା, ମେଡିକାଲ ପରିଚାଳକ ବିଚିତ୍ର କୁମାର ପାଣିଗ୍ରାହୀ ପ୍ରମୁଖ ମଞ୍ଚାସୀନ ରହିଥିବା ବେଳେ ସଭାପତି ଦେବୀ ପ୍ରସାଦ ପାତ୍ର, ସମ୍ପାଦକ ସୁଧୀର କୁମାର ପାଣିଗ୍ରାହୀ, ରବିନ୍ଦ୍ର ନାଥ ପାଣିଗ୍ରାହୀ, ରୋଟାରିଆନ ଶ୍ରୀରାମ ପ୍ରସାଦ ପାଳ, ମଧୁସୂଦନ ମହାପାତ୍ର, ପି.ଶ୍ରୀନିବାସ ସୁବୁଦ୍ଧି, ସୁଧୀର କୁମାର, ପ୍ରଦ୍ୟୁମ୍ନ କୁମାର ମଲିକ ପ୍ରମୁଖ ଉପସ୍ଥିତ ରହିଥିଲେ।