‘୫-ଟି’କୁ ଅନୁସରଣ: ଅଙ୍ଗନବାଡ଼ି ତଦାରଖ କରି ପିଲାଙ୍କ ସହ ଖାଇଲେ ଡାକ୍ତର

ବ୍ରହ୍ମପୁର: ସରକାର ଯୋଜନା ଓ କାର୍ଯ୍ୟକ୍ରମକୁ ଲୋକଙ୍କ ନିକଟରେ ପହଂଚାଇବା ସହ ସରକାରୀ କଳକୁ କ୍ରିୟାଶୀଳ କରିବା ଲାଗି ୫-ଟି ଓ ମୋ ସରକାର କାର୍ଯ୍ୟକ୍ରମ ଜାରି ରଖିଛନ୍ତି। ସରକାରଙ୍କ ଏହି କାର୍ଯ୍ୟକ୍ରମ ରାଜ୍ୟରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଛି। ଏଥିରେ ମନ୍ତ୍ରୀ, ସଚିବ, ଜିଲ୍ଲାପାଳ, ଏସ୍‌ପିମାନେ ଅଚାନକ ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ ପହଂଚି ତଦାରଖ କରୁଛନ୍ତି। ଏହାକୁ ଅନୁସରଣ କରି ଗଂଜାମ ଜିଲ୍ଲାର ଠିକା ଭିତ୍ତିରେ ନିଯୁକ୍ତି ପାଇଥିବା ଜଣେ ଅଙ୍ଗନବାଡ଼ି କେନ୍ଦ୍ରକୁ ଯାଇ ତଦାରଖ କରିବା ସହ ପିଲାଙ୍କ ସହ ଖାଇଛନ୍ତି। ଏହା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।

ବ୍ରହ୍ମପୁର ଅରବିନ୍ଦ ନଗର ଦ୍ୱିତୀୟ ଲେନ୍‌ର ଡାକ୍ତର ପଦ୍ମନାଭ ଦାସ ଚକ୍ଷୁ ବିଶେଷଜ୍ଞ ଭାବେ ଚାକିରି କରି ୨୦୨୬ ଡିସେମ୍ବର ମାସରେ ସରକାରୀ ଚାକିରିରୁ ଅବସର ଗ୍ରହଣ କରିବା ପରେ ସେ କୋରାପୁଟ ଜିଲ୍ଲାରେ ସରକାରୀ ଡାକ୍ତରଖାନାରେ ଠିକାଭିତ୍ତିକ ନିଯୁକ୍ତି ପାଇଥିଲେ। ସେଠାରୁ ସେ ଚାକିରି ଛାଡ଼ି ଗତ ୩ ମାସ ହେଲା ରଙ୍ଗେଇଲୁଣ୍ଡା ବ୍ଲକ ମନ୍ତ୍ରିଡି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଠିକା ଭିତ୍ତିରେ ନିଯୁକ୍ତି ପାଇ ଡାକ୍ତର ଭାବେ କାର୍ଯ୍ୟ କରୁଛନ୍ତି।

ସମ୍ବନ୍ଧିତ ଖବର