କଟକ: ସ୍ଥାନୀୟ ଏସସିବି ମେଡିକାଲରେ ରବିବାର ଅର୍ଥୋପେଡିକ୍ ଡାକ୍ତରମାନଙ୍କ ଏକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଇଣ୍ଡିଆନ୍ ଆର୍ଥୋସ୍କୋପି ସୋସାଇଟି ଏବଂ ଓଡ଼ିଶା ଆର୍ଥୋସ୍କୋପି ସୋସାଇଟିର ମିଳିତ ସହଯୋଗରେ ଆୟୋଜିତ ଏହି ସମ୍ମିଳନୀରେ ବହୁ ବିଶିଷ୍ଟ ଡାକ୍ତରମାନେ ଯୋଗ ଦେଇଥିଲେ। ଖେଳିବା ସମୟରେ ହେଉଥିବା ସ୍ପୋଟ୍ସ ଇଞ୍ଜୁରିର ଚିକିତ୍ସା ସମ୍ପର୍କରେ ସମ୍ମିଳନୀରେ ଆଲୋଚନା ହୋଇଥିଲା। ବିଶେଷକରି ଗୋଡ ଏବଂ ଆଣ୍ଠୁରେ ହେଉଥିବା ସର୍ଜରୀକୁ ନେଇ ଲାଇଭ୍ ଅପରେସନ ପ୍ରଦର୍ଶିତ ହେବା ସହ ଡାକ୍ତରମାନେ ନିଜ ଅଭିଞ୍ଜତା ସେୟାର କରିଥିଲେ। ଏହି ସର୍ଜରୀ ଏବେ ଓଡ଼ିଶାରେ ଉପଲବ୍ଧ ହେଉଛି, ରୋଗୀମାନଙ୍କୁ ଆଉ ବାହାରକୁ ଯାଇ ଖର୍ଚ୍ଚାନ୍ତ ହେବାକୁ ପଡିବନି ବୋଲି ଡାକ୍ତରମାନେ କହିଛନ୍ତି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp