ସୁନ୍ଦରଗଡ଼: ରୋଗୀଙ୍କ ସମ୍ପର୍କୀୟଙ୍କୁ ଡାକ୍ତରଙ୍କ ଟଙ୍କା ମାଗିବା ଭିଡିଓ ଭାଇରାଲ ହେବା ଓ ମତାମତ ନେବାକୁ ଯାଇଥିବା ସାମ୍ବାଦିକଙ୍କୁ ଘରେ ବନ୍ଦ କରି ଧମକଚମକ ଦେବା ଘଟଣା ହେମଗିର ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ତିନି ଦିନ ତଳେ ଜ୍ବରରେ ଆକ୍ରାନ୍ତ ଜଣେ ଶିଶୁଙ୍କୁ ନେଇ ଯାଇଥିବା ଯୁବକଙ୍କୁ ହେମଗିରର ଡାକ୍ତର ଟଙ୍କା ମାଗୁଥିବା ଭିଡିଓ ଭାଇରାଲ ହୋଇଥିଲା। ଏହିକ୍ରମରେ ଶନିବାର ଭାଇରାଲ ଭିଡିଓ ସମ୍ପର୍କରେ ମତାମତ ନେବାକୁ ଯାଇଥିବା ସ୍ଥାନୀୟ ଅଞ୍ଚଳର ସାମ୍ବାଦିକ ଓ ତାଙ୍କ ସହଯୋଗୀଙ୍କୁ ଡାକ୍ତର ଏବଂ ଅନ୍ୟ ସହକର୍ମୀ ଗାଳିଗୁଲଜ କରିବା ସହ ଘରେ ପୂରାଇ କବାଟ ବନ୍ଦ କରି ଦେଇଥିଲେ। ଅବଶ୍ୟ କିଛି ସମୟ ପରେ ସାମ୍ବାଦିକଙ୍କ ମୋବାଇଲରୁ ଭିଡିଓ ଡିଲେଟ୍ କରି ସେମାନଙ୍କୁ ଛାଡ଼ି ଦେଇଥିବା ଖବର ମିଳିଛି। ଏପରିକି ଜଣେ ବ୍ୟକ୍ତି ନିଜକୁ ବିପିଏମ୍ ବୋଲି ପରିଚୟ ଦେଇ ସମ୍ପୃକ୍ତ ସାମ୍ବାଦିକଙ୍କୁ ଫୋନ୍ କରି ଧମକ ଦେବା ସହ ଆଇଡି, ପାନକାର୍ଡ ଆଦି ମାଗିବା ଓ ଜିଲ୍ଲାପାଳଙ୍କୁ ରିପୋର୍ଟ ଦିଆଯିବ ବୋଲି କହୁଥିବାର ଅଡିଓ ମଧ୍ୟ ସାମ୍ନାକୁ ଆସିଛି। ଘଟଣାଟି ହେମଗିର ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ଏ ସମ୍ପର୍କରେ ସମ୍ପୃକ୍ତ ଡାକ୍ତରଙ୍କ ମତାମତ ନେବାକୁ ଚେଷ୍ଟା କରିଥିଲେ ମଧ୍ୟ ସମ୍ଭବ ହୋଇ ନଥିଲା।
ଡାକ୍ତରଙ୍କ ଟଙ୍କା ମଗା ଭିଡିଓ ଭାଇରାଲ: ସାମ୍ବାଦିକଙ୍କୁ ଫୋନରେ ଧମକ ଦେଲେ
/sambad/media/post_attachments/wp-content/uploads/2021/01/Video.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)