ଅନୁଗୁଳ: ଅନୁଗୁଳ ସହରରେ କଳା କୁକୁର ଆତଙ୍କ ଏବେ ସହରବାସୀଙ୍କ ଲାଗି ଚିନ୍ତାର କାରଣ ହୋଇଛି। ଅନୁଗୁଳ ସହରରେ ଶନିବାର ସକାଳେ ପ୍ରାୟ ୨୪ ଜଣ ଲୋକ କୁକୁର କାମୁଡାରେ ଆହତ ହୋଇଛନ୍ତି। ଆହତମାନଙ୍କ କହିବାନୁସାରେ କାମୁଡୁଥିବା କୁକୁରଟି କଳା ରଂଗର। ତେବେ ଏହା ଗୋଟିଏ ନା କଳା ରଂଗର ଭିନ୍ନ ଭିନ୍ନ କୁକୁର ତାହା ସ୍ପଷ୍ଟ ହୋଇନାହିଁ। ଅବଶିଷ୍ଟ ୧୬ ସହର ଉପକଣ୍ଠର ବୋଲି ଜଣାପଡ଼ିଛି।

Advertisment

ସହରର ହୁଲୁରିସିଂହାରେ ୩ ଜଣ, ହେମସୁରପଡ଼ାରେ ୩ ଜଣ, ହାତୀଶାଳପଡ଼ାରେ ୨ ଜଣ, ମାଟିଆ ସାହିରେ ୨ ଜଣ, କୁକୁଡାଙ୍ଗରେ ଜେଣ, ମଦନ ମୋହନ ପଡ଼ାରେ ଜେଣ, ଆମଲାପଡ଼ାରେ ଜେଣ, କୁଲାଡ ୨ ଜଣ, ବଣିଆବାହାଳ ଜେଣ, ତୁରଙ୍ଗ ୨, ଅନୁଗୁଳ ସହରରେ ୬ ଜଣଙ୍କୁ କୁକୁର କାମୁଡ଼ାର ଶିକାର ହୋଇ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହୋଇଥିବା ଜଣାପଡିଛି। ସେଥିମଧ୍ୟରୁ ୭ ଜଣ ଶିଶୁ ରହିଥିବା ବେଳେ ଅନ୍ୟ ୩୩ ଜଣ ବୟସ୍କ ବୋଲି ଜଣାପଡ଼ିଛି।

ଜଣେ ଶିଶୁର ଗୋଡରେ ୨ଟି ଷ୍ଟିଚ୍‌ କରାଯାଇଥିବା ଜଣାପଡିଛି। ଗତ ଏପ୍ରିଲ ମାସରେ ଜିଲ୍ଲାରେ ବୁଲା କୁକୁର ମୋଟ ୮୪୧ ଜଣ ବ୍ୟକ୍ତିଙ୍କୁ ଆକ୍ରମଣ କରିଥିବା ବେଳେ ମେ’ରେ ୭୦୫ ଜଣ, ଜୁନ୍‌ରେ ୬୦୯ ଜଣ ଓ ଚଳିତ ମାସର ମାତ୍ର ୬ ଦିନରେ ମୋଟ ୧୭୪ ଜଣଙ୍କୁ ବୁଲା କୁୁକୁର କାମୁଡିଥିବା ହସ୍ପିଟାଲ ସୂତ୍ରରୁ ଜଣାପଡିଛି। ଅନୁଗୁଳ ମ୍ୟୁନିସିପାଲଟି କର୍ତୃପକ୍ଷ ଏଥିପ୍ରତି ଦୃଷ୍ଟିଦେଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହେଉଛି।