କୋରାପୁଟ: କୋରାପୁଟ ଜିଲ୍ଲା ଜୟପୁର ସହରର ପାୱାର ହାଉସ କଲୋନୀରେ ଏକ ପୋଷାକୁକୁର ମାଲିକର ଋଣକୁ ଶୁଝି ଦେଇଛି। ଏଭଳି ଏକ ଘଟଣା ଗତ କାଲି ଅପରାହ୍ନରେ ଜୟପୁର ସହରର ପାୱାର ହାଉସ କଲୋନୀରେ ଘଟିଥିଲା।
/sambad/media/post_attachments/wp-content/uploads/2019/11/Dead-Snake-e1573467118948.jpg)
ଧୀରେଧୀରେ ଏହି ଘଟଣା ସାମ୍ନାକୁ ଆସିବା ପରେ ସ୍ଥାନୀୟ ଅଞ୍ଚଳରେ ଉକ୍ତ ପୋଷାକୁକୁରକୁ ନେଇ ଚର୍ଚ୍ଚା ଚାଲିଛି। ଗତ କାଲି ଅପରାହ୍ନ ପାଖାପାଖି ୩ଟା ସମୟରେ ଶଙ୍କର ପ୍ରସାଦ ତ୍ରିପାଠୀଙ୍କ ଘର ଭିତରକୁ ଏକ ବିରାଟକାୟ ନାଗ ସାପ ପଶୁଥିଲା। ଏହି ନାଗ ସାପ ଉପରେ ଶଙ୍କର ପ୍ରସାଦ ତ୍ରିପାଠୀଙ୍କ ଘର ବାହାରେ ବନ୍ଧା ଥିବା ପୋଷା କୁକୁର ଡଗିର ନଜର ପଡ଼ି ଯାଇଥିଲା। ସାପକୁ ଘର ଭିତରକୁ ପ୍ରବେଶ କରାଇ ନ ଦେବାକୁ ଡଗି ଉଦ୍ୟମ କରିଥିଲା।
/sambad/media/post_attachments/wp-content/uploads/2019/11/BlueStacks_ScreenShot-9-e1573467165785.jpg)
ଏହାକୁ ନେଇ ଉଭୟ ସାପ ଓ କୁକୁର ଡଗି ମଧ୍ୟରେ ପାଖାପାଖି ୩୦ ମିନିଟ ଲଢେଇ ହୋଇଥିଲା। ଶେଷରେ ଡଗି ନିଜ ଜୀବନକୁ ଖାତିର ନକରି ନାଗ ସାପକୁ କାମୁଡି ଦୁଇ ଖଣ୍ଡ କରି ଦେଇଥିଲା। ଘଟଣାସ୍ଥଳରେ କୁକୁର କାମୁଡାରେ ଛଟପଟ ହୋଇ ନାଗ ସାପର ପ୍ରାଣବାୟୁ ଉଡି ଯାଇଥିଲା। ଏପରି କରି ଡଗି ନିଜ ମାଲିକଙ୍କ ଋଣକୁ ଶୁଝିବା ସହିତ ପରିବାର ୬ଜଣ ସଦସ୍ୟଙ୍କ ଜୀବନ ବଞ୍ଚାଇ ଦେଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/11/Dog-Fights-With-Snake-Save-Six-People-in-Family_.jpg)