ମୃତ ନବଜାତକୁ ଝୁଣିି ପକାଇଲା କୁକୁର

ଭଦ୍ରକ : ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଆଜି ଏକ ଦୁଃଖଦାୟକ ଦୃଶ୍ୟ ଦେଖିବାକୁ ମିଳିଛି । ଏକ ମୃତ ନବଜାତ ଶିଶୁକନ୍ୟାକୁ ଏକ କୁକୁର କାମୁଡି ନେଇ ପଳାଉଥିଲା । ଲୋକେ ଗୋଡ଼ାଇବାରୁ ଛାଡ଼ି ପଳାଇଗଲା ।

ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ମୁତାବକ  କୁକୁର ଉକ୍ତ ମୃତ ଶିଶୁକୁ କାମୁଡି ମେଡିକାଲ ପରିସରରେ ବୁଲୁଥିଲା । ଲୋକେ ଦେଖି ଗୋଡ଼ାଇବାରୁ କୁକୁର ନବଜାତକୁ ମେଡିକାଲ ବାହାରକୁ ନେଇ ପଳାଉଥିଲା । ତେବେ ଲୋକେ ପାଟି କରି ଗୋଡ଼ାଇବାରୁ କୁକୁର ନବଜାତକୁ ମେଡିକାଲ ପରିସରରେ ଛାଡି ପଳାଇଥିଲା । ନବଜାତଟି ଏକ ଶିଶୁକନ୍ୟା ବୋଲି ପରେ ଜଣାପଡ଼ିଥିଲା । ଗଣମାଧ୍ୟମ ପହଂଚିବା ପରେ ମେଡିକାଲ ତରଫରୁ ମୃତଦେହକୁ ଉଠାଇନିଆଯାଇଛି ।

ସମ୍ବନ୍ଧିତ ଖବର