ଶରଧାପୁରଠାରେ ୧୪ ଦୋଳ ମେଲଣ ଅନୁଷ୍ଠିତ

ଖୋର୍ଦ୍ଧା: ଖୋର୍ଦ୍ଧା ନିକଟ ଶରଧାପୁରଠାରେ ବହୁଦିନରୁ ପାଳିତ ହୋଇ ଆସୁଥିବା ଶ୍ରୀବାଲୁଙ୍କେଶ୍ୱର ମହାଦବଙ୍କ ୧୪ ଦୋଳ ମେଲଣ ଆରମ୍ଭ ହୋଇଛି । ଶରଧାପୁର ଗ୍ରାମ୍ୟ କମିଟିର ଲକ୍ଷ୍ମୀଧର ବଡ଼ଜେନା କହିଛନ୍ତି ଯେ ୨୦୨୦ରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମେଲଣ ବନ୍ଦ ରହିଥିଲା । ଚଳିତ ବର୍ଷ ପ୍ରଶାସନର ନିର୍ଦ୍ଦେଶ ଅନୁସାରେ କଟକଣା ମଧ୍ୟରେ ଦୋଳମେଲଣ ଅନୁଷ୍ଠିତ ହୋଇଛି ।

୧୦ ତାରିଖ ରାତି ଗୋଟାଏବେଳେ ଶରଧାପୁରର ବାଲୁଙ୍କେଶ୍ୱର ମହାଦେବ ଓ ଭଗବତ ବାସୁଦେବ, ଶରଧାପୁର ବାରିକସାହି ଭଗବତ ବାସୁଦେବ, ଶରଧାପୁର ଗୋପାଳସାହି ରାଧାକୃଷ୍ଣଦେବ, ଜାଗୁଳେଇପାଟଣାର ରାଧାକୃଷ୍ଣଦେବ, ପାନବରଜର ବାଲୁଙ୍କେଶ୍ୱରଦେବ, ଟାଙ୍ଗିଆପଡ଼ାର କେଦାରେଶ୍ୱରଦେବ, ଗୋପପୁରିଆ ପାଟପୁରର ରାଧାକୃଷ୍ଣଦେବ, ବେରୁଂହା ଭାଗବତ ବାସୁଦେବ, ନାଲିପଡ଼ା ଅର୍ଜୁନପୁର ଭଗବତ ବାସୁଦେବ, ଚମ୍ପାପୁର ନିଆଳ ରାଧାକୃଷ୍ଣଦେବ, ବୋତଳମାର ଭଗବତ ବାସୁଦେବ, ଗଡ଼ନିଆଳର କେଦାରେଶ୍ୱର ଦେବ, ହଳଦିପଦାର ମଲ୍ଲୀକେଶ୍ୱରଦେବ, ଗଡ଼ତରତୁଆ ନୂଆସାହିର ରାଧାଗୋବିନ୍ଦଦେବ, ସାନପଲ୍ଲାର ରାଧାକୃଷ୍ଣଦେବ ପ୍ରମୁଖ ସୁସଜ୍ଜିତ ଦୋଳରେ ସୀମିତ ଭକ୍ତଙ୍କ ମଧ୍ୟରେ ଦୋଳମଣ୍ଡପରେ ଆସି ପହଂଚିଥିଲେ ।

ଗତକାଲି ଓ ଆଜି ବୈଦିକ ରୀତିନୀତିରେ ପୂଜାର୍ଚ୍ଚନା କରାଯାଇଥିଲା । କରୋନା କଟକଣା ଯୋଗୁଁ ଲୋକ ଗହଳି କମ୍ ଥିଲେ ମଧ୍ୟ ଦୋଳ ଯାତ୍ରା ସୁରୁଖୁରୁରେ ସମ୍ପାଦିତ ହୋଇଛି । ଆସନ୍ତାକାଲି ଭୋରରେ ମେଲଣ ହୋଇ ପୁନଃ ନିଜ ଆସ୍ଥାନକୁ ଫେରିବେ ବୋଲି ଆୟୋଜକ କମିଟି ପକ୍ଷରୁ ସୂଚନା ଦିଆଯାଇଛି ।

ସମ୍ବନ୍ଧିତ ଖବର