ରାଜନଗର: ବିଶ୍ୱପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନରେ ପ୍ରବାହିତ ନଦୀ ମୁହାଣ ଏବଂ ବଂଗୋପସାଗରର ଧାମରା ମୁହାଣଠାରୁ ଦେବୀ ମୁହାଣ ଯାଏ ନୀଳ ଜଳରାଶିରେ ଜଳକ୍ରୀଡା କରୁଥିବା ଡଲଫିନମାନଙ୍କ ଗଣନା କାର୍ଯ୍ୟ ଆସନ୍ତାକଲିଠାରୁ ଆରମ୍ଭ ହେଉଛି। ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗ ତଗରଫରୁ ୨୦୧୫ ମସିହା ଠାରୁ ଭିତରକନିକାରେ ଡଲଫିନ ମାନଙ୍କ ଗଣନା ଆରମ୍ଭ ହୋଇଛି। ଗୁପ୍ତିଠାରେ ଗଣନାକାରୀମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଥିଲା। ଏଥିରେ ଡିଏଫଓ ଡ. ଯଜ୍ଞଦତ ପତି, ଏସିଏଫ ବିରଂଚି ନାରାୟଣ ସାମଲ, ଜୀବବିଜ୍ଞାନର ବିଭାଗୀୟ ମୁଖ୍ୟ ପ୍ରଫେସର ଶିବ ପ୍ରସାଦ ପରିଡା, ନିମାଇଁ ଚରଣ ପଲାଇ, ଭକ୍ତ ବିଭବ ରଥ ପ୍ରମୁଖ ଯୋଗଦେଇ ଗଣନାକାରୀମାନଙ୍କୁ ପ୍ରଶିକ୍ଷଣ ଦେଇଥିଲେ। ଏହି ଗଣନା ଆସନ୍ତ ୧୬ରୁ ୧୮ ତାରିଖ ଯାଏ ୩ଦିନ ଧରି ଚାଲିବ। ଭିତରକନିକା ଅଂଚଳରେ ଡଲଫିନ୍ ଗଣନା ପାଇଁ ୯ଟି ଟିମ୍ ଗଠନ କରାଯାଇଛି। ଆଉଟର ହୁଇଲରରୁ ଚିଂଚିରି ମାଉଥ୍, ବରୁଣେଇରୁ ପାରାଦୀପ, ହଂସିଣା ବ୍ରିଜ୍ରୁ ମାଇପୁରା ମାଉଥ୍, ରାଜନଗର ହଂସୁଆ ନଦୀରୁ ଖୋଳା, ଖୋଳାରୁ ଧାମରା ମାଉଥ୍ ଭାୟା ନଳିତାପାଟିଆ, କାଳିଭଂଜଡିଆଁ, ଜମ୍ବୁ ଖରନାସିରୁ ହୁକିଟେଲା, ପାରାଦୀପରୁ ଜଟାଧାର ମୁହାଣ ଓ ଦେବୀ ମୁହାଣରୁ ଜଟାଧାର ମୁହାଣ ଯାଏ ୯ଟି ଗ୍ରୁପରେ ବିଭକ୍ତ ହୋଇ ଡଲଫିନ୍ ଗଣନା କରାଯିବ। ପ୍ରତି ଗ୍ରୁପରେ ୩ରୁ ୫ଜଣ ଲେଖାଏ ଗଣାନାକାରୀ ରହିବେ।
ସମୁଦ୍ର ମଧ୍ୟରେ ୫ଟି ଟିମ୍ ଓ ନଦୀ, କ୍ରିକ୍ରେ ୪ଟି ଟିମ୍ ଡଲଫିନମାନଙ୍କର ଗଣନା କରିବେ। ଭିତରକନିକା ସଲଗ୍ନ ନଦୀ, କ୍ରିକ୍ ଓ ସମୁଦ୍ରରେ ଇରାଓ୍ୱାର୍ଡ, ବଟଲନୋଜ୍, ୨ ପ୍ରଜାତିର ହମ୍ପବ୍ୟାକ୍, ଫିନ୍ଲେସ୍ ପରିପଏସ୍ ଓ ପାଂଟ୍ରୋପିକାଲ ସ୍ପଟେଡ ଡଲଫିନ ପ୍ରଭୃତି ୭ ପ୍ରଜାତିର ଡଲଫିନ୍ ଦେଖାଯାନ୍ତି। ଏମାନଙ୍କ ଗଣନା କରାଯିବା ସହିତ ଉପକୂଳରେ ଦେଖାଯାଉଥିବା ରିସୋସ୍ ଓ ସ୍ପିନ୍ ଜାତୀୟ ଡଲ୍ଫିନ୍ ଅଛନ୍ତି କି’ ନାହିଁ ଅନୁଧ୍ୟାନ କରାଯିବ। ଏହି ପ୍ରଶିକ୍ଷଣ ଶିବିରରେ କନିକା ରେଂଜ ଅଫିସର ମାନସ କୁମାର ଦାସ, ରାଜନଗର ରେଂଜ ଅଫିସର ଧନେଶ୍ୱର ରଥ, ଗହୀରମଥା ରେଂଜ ଅଫିସର ଦେବାଶିଷ ଭୋଇ, କୁଜଙ୍ଗ ରେଂଜ ଅଫିସର ରଂଜନ କୁମାର ମିଶ୍ର, ମହାକାଳପଡା ରେଂଜ ଅଫିସର ସାହାଜୀ ଚରଣ ପ୍ରଧାନ, ଫରେଷ୍ଟର କପିଳେନ୍ଦ୍ର ପ୍ରଧାନ, ବିଜୟ କୁମାର ପାତ୍ର, ମହନ୍ତ କୁମାର ମଲ୍ଲିକ, ପ୍ରଦୀପ କୁମାର ବେହେରା, ପ୍ରିୟବ୍ରତ ଚୌଧୂରୀ, ନବୀନ କୁମାର ମଲିକ, ମଙ୍ଗଳ ହେମ୍ବ୍ରମ, ଫରେଷ୍ଟଗାର୍ଡ ସୁନିଲ କୁମାର ରାଉତରାୟ, ରଂଜନ କୁମାର ପାଣି, ତ୍ରିଦୀପ ପ୍ରଧାନ, ଶ୍ରୀରାମ ମୁର୍ମୁ, ସୁବାଷ ମାଝି ପ୍ରମୁଖ ଏହି ପ୍ରଶିକ୍ଷଣ ଶିବିରରେ ଅଂଶଗ୍ରହଣ କରିଥିଲେ।