ବିଷ୍ଣୁଚରଣ ମହାନ୍ତିଙ୍କ ସ୍ମୃତିରେ ଏମକେସି ହାଇସ୍କୁଲକୁ ପଚାଶ ହଜାର ଦାନ କଲେ ପରିବାର

ବାରିପଦା : ମହାରାଜା କୃଷ୍ଣଚନ୍ଦ୍ର ଉଚ୍ଚ ବିଦ୍ୟାଳୟରେ ଚାକିରୀ କରିଥିବା ସ୍ୱର୍ଗତ ବିଷ୍ଣୁଚରଣ ମହାନ୍ତିଙ୍କ ସ୍ମୃତିରେ ତାଙ୍କ ଧର୍ମପତ୍ନୀ ଶୈଳବାଳା ମହାନ୍ତି ବିଦ୍ୟାଳୟକୁ ପଚାଶ ହଜାର ଟଙ୍କା ପ୍ରଦାନ କରିଥିଲେ । ଏଥି ନିମିତ୍ତ ସେ ବାରିପଦା ବ୍ୟାଙ୍କ ଅଫ ଇଣ୍ଡିଆରେ ଏକ ସ୍ଥାୟୀ ପଚାଶ ହଜାର ଟଙ୍କାର ସଞ୍ଚୟ ଖାତା ଖୋଲିଛନ୍ତି, ଯାହାର ବାର୍ଷିକ ସୁଧରେ ବି.ପି.ଏଲ. ସାଧାରଣ ବର୍ଷର ଅଷ୍ଟମ ଓ ନବମ ଶ୍ରେଣୀର ଦୁଇଜଣ ମେଧା ଛାତ୍ରଛାତ୍ରୀଙ୍କୁ ସାହାର୍ୟ୍ୟ ରାଶି ପ୍ରଦାନ କରାଯିବ ।

ବିଦ୍ୟାଳୟର ପ୍ରଧାନଶିକ୍ଷକ ଗୋବିନ୍ଦ ଚନ୍ଦ୍ର ରାଉତ ଏହି ମହତ କାର୍ୟ୍ୟ ପାଇଁ ବିଦ୍ୟାଳୟ ତରଫରୁ ଶୈଳବାଳା ମହାନ୍ତିଙ୍କୁ କୃତଜ୍ଞତା ବ୍ୟକ୍ତ କରିଛନ୍ତି । ଏହି କାର୍ୟ୍ୟରେ ସ୍ୱର୍ଗତ ମହାନ୍ତିଙ୍କ ପରିବାରର ସୌଦାମିନୀ ମହାନ୍ତି, ମନ୍ଦାକିନୀ ମହାନ୍ତି, ସ୍ନେହଲତା ମହାନ୍ତି, ରବିନାରାୟଣ ମହାନ୍ତି, କଳ୍ପିତା ମହାନ୍ତି, ଦେବସ୍ମିତା ମହାନ୍ତି, ସୁମୋଭିତା ମହାନ୍ତି ଓ ସରୋଜ କୁମାର ମହାନ୍ତି ପ୍ରମୁଖ ସହଯୋଗ କରିଥିଲେ । ବିଦ୍ୟାଳୟର ଶିକ୍ଷକ ଅମିତାଭ ମିଶ୍ର, ଅମୂଲ୍ୟ କୁମ୍ଭକାର, ପ୍ରଦୀପ କୁମାର ଦଣ୍ଡପାଟ, ଉପେନ୍ଦ୍ର ନାଥ ବେହେରା ଓ ମନୋଜ କୁମାର ପରିଡା ପ୍ରମୁଖ ଉପସ୍ଥିତ ଥିଲେ ।

 

ସମ୍ବନ୍ଧିତ ଖବର