କେନ୍ଦୁଝର: କେନ୍ଦୁଝର ଜିଲ୍ଲା ବଂଶପାଳ ବ୍ଲକ୍ ଶୋରିଶଖୁଣ୍ଟି ଗ୍ରାମରେ ଘଟିଛି ଡବଲ ମର୍ଡର। ଘର ଭିତରେ ଶୋଇଥିବା ବେଳେ ଦିଅର ଓ ଭାଉଜଙ୍କୁ ହତ୍ୟା କରାଯାଇଛି। ମୃତକମାନଙ୍କ ସମ୍ପର୍କୀୟ ଜ୍ୱାଇଁ ଏହି ହତ୍ୟାକାଣ୍ଡ ଘଟାଇଥିବା ଜଣାପଡ଼ିଛି। ପୁଲିସ ଅଭିଯୁକ୍ତ ଯୁବକଙ୍କୁ ଥାନାରେ ଅଟକ ରଖି ପଚରା ଉଚରା କରୁଛି।
ପୁଲିସ ସୂତ୍ରରୁ ପ୍ରକାଶ ଯେ, ଗତକାଲି ରାତି ପ୍ରାୟ ୧୨ଟା ବେଳେ ଶୋରିଶଖୁଣ୍ଟି ଗ୍ରାମର ବୀର ଦେହୁରି(୫୦ ବର୍ଷ) ଓ ତାଙ୍କ ଭାଉଜ ଜାଈ ଦେହୁରୀ(୬୦ ବର୍ଷ) ଘରେ ଶୋଇଥିଲେ। ସେହି ରାତିରେ ତାଙ୍କ ଗାଁକୁ କୁଣିଆ ଆସିଥିବା ସମ୍ପର୍କୀୟ ଜ୍ୱାଇଁ ପଠାଣୀ ଦେହୁରି ଟାଙ୍ଗିଆ ପଛପଟେ ପିଟି ପିଟି ଏହି ଦୁଇଜଣଙ୍କୁ ହତ୍ୟା କରିଛନ୍ତି। ତେବେ ହତ୍ୟାକାଣ୍ଡର କାରଣ ଜଣାପଡ଼ିନାହିଁ।
କେନ୍ଦୁୁଝର: ଦିଅର, ଭାଉଜଙ୍କୁ ହତ୍ୟା କଲା ସମ୍ପର୍କୀୟ ଜ୍ୱାଇଁ
/sambad/media/post_attachments/wp-content/uploads/2017/09/Murder_Graphic.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)