ଭଦ୍ରକ: ସ୍ଥାନୀୟ ଏକ ହୋଟେଲରୁ ସୋମବାର ପୂର୍ବାହ୍ଣରେ ପ୍ରେମିକ-ପ୍ରେମିକାଙ୍କ ମୃତଦେହ ଜବତ ହେବା ପରେ ପୁଣି ଥରେ ଭଦ୍ରକରେ ଅଶାନ୍ତ ପରିସ୍ଥିତି ଦେଖାଯାଇଛି। ସୂଚନା ଅନୁସାରେ ଆଜି ପୂର୍ବାହ୍ଣ ୧୧ଟା ୩୦ରେ କାଳନ୍ଦୀ ଗେଷ୍ଟ ହାଉସରୁ ପ୍ରେମିକ-ପ୍ରେମିକାଙ୍କ ମୃତଦେହ ପୁଲିସ ଜବତ କରିଛି। ପ୍ରେମିକ ଅବଦୁଲ ରହିମ (୨୨) ବୋଲି ଜଣାପଡ଼ିଥିବା ବେଳେ ପ୍ରେମିକ ସ୍ଥାନୀୟ ଏକ କଲେଜର ଛାତ୍ରୀ ବୋଲି ଚର୍ଚ୍ଚା ହେଉଛି।

Advertisment

ରିପୋର୍ଟ ଅନୁସାରେ ଆଜି ପୂର୍ବାହ୍ଣରେ ଉଭୟ ପ୍ରେମିକ-ପ୍ରେମିକା ସ୍ୱାମୀ-ସ୍ତ୍ରୀର ପରିଚୟ ନେଇ କାଳନ୍ଦୀ ଗେଷ୍ଟ ହାଉସରେ ରହିଥିଲେ। ଗେଷ୍ଟ ହାଉସ୍‌ରେ ରହିବାର ଅଳ୍ପ ସମୟ ମଧ୍ୟରେ ରୁମ ଭିତରୁ ଶବ୍ଦ ଶୁଣାଯାଉଥିଲା। ଏହା ପରେ ହୋଟେଲର ମାଲିକ ରୁମକୁ କବାଟ ଖୋଲିବାକୁ ପାଟି କରିଥଲେ, ମାତ୍ର ଭିତର ପଟରୁ କେହି ନ ଖୋଲିବାରୁ ଶେଷରେ ବାଧ୍ୟ ହୋଇ କବାଟ ଭାଙ୍ଗି ଭିତରକୁ ପ୍ରବେଶ କରିଥିଲେ।

ସେତେବେଳକୁ ପ୍ରେମିକ-ପ୍ରେମିକାଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଚଟାଣରେ ପଡ଼ିଥିଲା। ସେମାନଙ୍କ ନିକଟରେ ରକ୍ତଭିଜା ଛୁରୀ ମଧ୍ୟ ପଡ଼ିଥିଲା। ହୋଟେଲ ମାଲିକଙ୍କ ଠାରୁ ସୂଚନା ମିଳିବା ପରେ ପରେ ପୁଲିସ ଘଟଣାସ୍ଥଳରେ ପହଂଚି ୨ଟି ମୃତଦେହ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇ ଦେଇଛି।

ରିପେର୍ଟ ଲେଖାଯିବା ବେଳକୁ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି। ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଲୋକଙ୍କର ପ୍ରବଳ ଭିଡ଼ ରହିଛି। ପୁଲିସ ଉତ୍ତେଜନାମୂଳକ ପରିସ୍ଥିତିକୁ ନଜରରେ ରଖିଛି।