ଯାଜପୁର/ଚଢ଼େଇଧରା: ଜେନାପୁର ଥାନା ଅନ୍ତର୍ଗତ ଡଙ୍କାରୀ ପାହାଡ଼ରେ ଚାଲିଥିବା ଖାଦାନରେ ଦୁର୍ଘଟଣାର ଶିକାର ହୋଇଥିବା ଜଣେ ଅଣଓଡ଼ିଆ ଶ୍ରମିକଙ୍କର ମୃତ୍ୟୁ ହୋଇଛି। ମୃତ ଶ୍ରମିକ ଆନ୍ଧ୍ରପ୍ରଦେଶର ବୋୟା ଥିପେସ୍ୱାମୀ (୫୨)। ଡଙ୍କାରୀ ପାହାଡ଼ର ଲିଜ୍ଧାରୀ ନାରାୟଣ ରାଉତଙ୍କ ଖାଦାନରେ କାମ କରୁଥିବା ବ୍ଲାଷ୍ଟିଂ ଅପରେଟର ବୋୟା ଥିପେସ୍ବାମୀଙ୍କର ଖାଦାନରୁ ପଡ଼ିଯିବାରୁ ମୃତ୍ୟୁ ହୋଇଥିବା କୁହାଯାଉଛି। ହେଲେ ଲିଜ୍ଧାରୀ ଶ୍ରୀ ରାଉତ ଏହାକୁ ଅସ୍ବୀକାର କରିଛନ୍ତି। ତାଙ୍କ କହିବା ଅନୁଯାୟୀ, ଥିପେସ୍ବାମୀ ତିନିଜଣ ସାଥୀଙ୍କ ସହ ବଜାରକୁ ଯାଇଥିଲେ।
ସେଠାରୁ ଫେରିବା ସମୟରେ ସୈରାତ ନିକଟରେ ଅଚେତ ହୋଇ ପଡ଼ିଯାଇଥିଲେ। ସେଠାରେ କାମ କରୁଥିବା ଅନ୍ୟ ଲୋକମାନେ ତାଙ୍କୁ ବଡ଼ଚଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ ହେଁ ଡାକ୍ତର ସେଠାରେ ଥିପେସ୍ବାମୀଙ୍କୁ ମୃତ ଘୋଷଣା କରିଥିଲେ। ଚଢ଼େଇଧରା ଫାଣ୍ଡି ଅଧିକାରୀ ବାସୁଦେବ ପରିଡ଼ା ପହଞ୍ଚି ଶବ ଜବତ କରି ତଦନ୍ତ ଆରମ୍ଭ କରିଛନ୍ତି। ମୃତ୍ୟୁର କାରଣ ଜଣାପଡ଼ିନାହିଁ ବୋଲି ଶ୍ରୀ ପରିଡ଼ା କହିଛନ୍ତି। ମୃତ ଶ୍ରମିକଙ୍କ ଶରୀରରେ କୌଣସି ଖଣ୍ଡିଆ ଚିହ୍ନ ନାହିଁ ବୋଲି ପୁଲିସ ସଫେଇ ଦେଇଛି। ତାଙ୍କ ପରିବାର ଲୋକ ଆନ୍ଧ୍ରପ୍ରଦେଶରୁ ଆସୁଛନ୍ତି। ସେମାନେ ପହଞ୍ଚିବା ପରେ ଶବ ବ୍ୟବଚ୍ଛେଦ ହେବ। ପରିବାର ଲୋକଙ୍କ ଏତଲା ଓ ବ୍ୟବଚ୍ଛେଦ ରିପୋର୍ଟ ଅନୁସାରେ ମାମଲା କରାଯିବ ବୋଲି ଶ୍ରୀ ପରିଡ଼ା କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/05/15-17.jpg)