ଜୟପୁର,: ବାହା ହେବାର ମାତ୍ର ୨ବର୍ଷ ମଧ୍ୟରେ ସ୍ବାମୀ, ଶାଶୁ, ଶ୍ବଶୁର ଆଦି ମାନସିକ, ଶାରିରୀକ ଓ ଯୌତୁକ ନିର୍ଯାତନା ଦେଉଥିବା ଅଭିଯୋଗ କରି ଜୟପୁର ମହିଳାଥାନାର ଦ୍ବାରସ୍ଥ ହୋଇଛନ୍ତି ଜୟନଗର ଚିଲ୍ଲୀଗୁଡା ଅଂଚଳର କାବେରୀ ମିଶ୍ର। ଅଭିଯୋଗର ତଦନ୍ତ କରି ଏକ ମାମଲା ରୁଜୁ ହୋଇଛି ବୋଲି କହିଛନ୍ତି ମହିଳା ଥାନା ଆଇଆଇସି ମମତା ପାଣିଗ୍ରାହୀ।
ସୂଚନା ଅନୁଯାୟୀ, ଗତ ୨୦୧୮ମସିହାରେ ପାରମ୍ପରିକ ହିନ୍ଦୁ ରୀତିନୀତି ଅନୁଯାୟୀ ନବରଙ୍ଗପୁର ଜିଲ୍ଲାର ମଇଦଲପୁରର ଜିତେନ୍ଦ୍ର କୁମାର ପଣ୍ଡାଙ୍କୁ କାବେରୀ ବାହା ହୋଇଥିଲେ। ବିବାହ ସମୟରେ ବରପକ୍ଷର ଦାବି ମୁତାବକ ୫୦ହଜାର ଟଙ୍କା, ସୁନାଅଳଙ୍କାର ସହ ଅନ୍ୟାନ୍ୟ ଘରୋଇ ସାମଗ୍ରୀ ଆଦି କାବେରୀ ନେଇକି ଯାଇଥିଲେ। ତେବେ ଜିତେନ୍ଦ୍ର ବାହାଘରର ଅଳ୍ପଦିନ ମଧ୍ୟରେ ଅଧିକା ଟଙ୍କା ଆଣିବାକୁ ଦାବି କରିବା ସହ ମଦ୍ୟପାନ କରି ମାରପିଟ୍ କରୁଥିବା ଅଭିଯୋଗ କରିଛନ୍ତି କାବେରୀ।
ସାମାଜିକ ଗଣମାଧ୍ୟମରେ ବ୍ୟସ୍ତ ରହିବା, ଅନ୍ୟ ମହିଳା ଓଝିଅଙ୍କ ସହ ଫୋନରେ ବାର୍ତ୍ତାଳପ କରିବା ଏବଂ ଏନେଇ ପଚାରିଲେ ମଦ୍ୟପାନ କରି କାବେରୀଙ୍କୁ ଜିତେନ୍ଦ୍ର ମାରପିଟ୍ କରୁଥିବା ଅଭିଯୋଗ କରିଛନ୍ତି। ଗତ ୩୦ତାରିଖ ଦିନ ୩ଟା ବେଳେ ତାଙ୍କୁ ତାଙ୍କ ସ୍ବାମୀ ଜିତେନ୍ଦ୍ର, ଶାଶୁ ,ଶ୍ବଶୁର ଆଦି ମାରପିଟ୍ କରି ଅଧିକା ଯୌତୁକ ଆଣିବାକୁ ଦାବି କରି ଘରୁ ତଡ଼ି ଦେଇଥିବା ଅଭିଯୋଗ ହୋଇଛି। ଏହାର ତଦନ୍ତ କରି ମାମଲା ରୁଜୁ କରାଯାଇଛି, ଅଭିଯୁକ୍ତଙ୍କୁ ନୋଟିସ୍ ଦିଆଯିବ ବୋଲି କହିଛନ୍ତି ତଦନ୍ତକାରୀ ଅଧିକାରୀ ସବଇନସପେକ୍ଟର ମୀନାକ୍ଷୀ ଦଳବେହେରା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/04/jpr-mahila-ps.jpg)