କୋଭିଡ଼ ଯୋଦ୍ଧା ଡା. ପୂର୍ଣ୍ଣଚନ୍ଦ୍ର ପଣ୍ଡା ସମ୍ମାନିତ

ଭାରତୀୟ ଷ୍ଟେଟ ବ୍ୟାଙ୍କର ପ୍ରତିଷ୍ଠା ଦିବସ ପାଳିତ 

ଭବାନୀପାଟଣା: ଭାରତୀୟ ଷ୍ଟେଟ ବ୍ୟାଙ୍କ ପକ୍ଷରୁ ଆଞ୍ଚଳିକ ଶାଖା କାର୍ଯ୍ୟାଳୟଠାରେ ବ୍ୟାଙ୍କ ପ୍ରତିଷ୍ଠା ଦିବସ ପାଳିତ ହୋଇଥିଲା । ଆଞ୍ଚଳିକ ପ୍ରବନ୍ଧକ ହୃଦାନନ୍ଦ ଯୋଷୀ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ । ଏହି ଅବସରରେ କୋଭିଡ଼ ସମୟରେ ଲୋକଙ୍କୁ ସେବା ଯୋଗାଇଥିବା କୋଭିଡ଼ ଯୋଦ୍ଧା ଡା. ପୂର୍ଣ୍ଣଚନ୍ଦ୍ର ପଣ୍ଡାଙ୍କୁ ଏହି ଅବସରରେ ସମ୍ମାନିତ କରାଯାଇଥିଲା । ସେ ଆଜିପର୍ଯ୍ୟନ୍ତ ୮୫୦୦ରୁ ଊର୍ଦ୍ଧ୍ବ କୋଭିଡ଼ ରୋଗୀଙ୍କୁ ସ୍କାନିଂ ଏବଂ ଚିକିତ୍ସା କରିଛନ୍ତି । ଭବାନୀପାଟଣା ସହରର ବିଭିନ୍ନ ସ୍ଥାନରେ ସଂଗରୋଧ କେନ୍ଦ୍ର ଓ ଟିଏମସିରେ ଥିବା ରୋଗୀଙ୍କୁ ଚିକିତ୍ସା କରିଛନ୍ତି । ଏହି କାର୍ଯ୍ୟକ୍ରମରେ ବ୍ୟାଙ୍କର ବହୁ ଅଧିକାରୀ ଉପସ୍ଥିତ ଥିଲେ ।

ସମ୍ବନ୍ଧିତ ଖବର