କୋରାପୁଟ ପୌରପାଳିକାରେ ବସିବ ଜଳବିଶୋଧନ ପ୍ଲାଣ୍ଟ: ଶେଷ ହୋଇଛି ଜାଗା ଚିହ୍ନଟ, ବ୍ୟୟବରାଦ ୨୦ ଲକ୍ଷ

କୋରାପୁଟ: କୋରାପୁଟ ପୌରପାଳିକାବାସୀ ପାଇବେ ବିଶୁଦ୍ଧ ଜଳ। କୋଲାବ ଜଳଭଣ୍ଡାର ଉପରେ ଆଉ ସେତେଟା ନିର୍ଭର କରିବାକୁ ପଡିବନାହିଁ। ଖରାଦିନେ ହେଉଥିବା ଜଳ ସମସ୍ୟାର ସମାଧାନ ହେବ। ବ୍ୟବହାର ହୋଇଥିବା ମଇଳା ଜଳକୁ ପୁଣି ଥରେ ବିଶୋଧନ କରାଯିବ। କୋରାପୁଟ ପୌରପାଳିକାର ୨୧ଟି ୱାର୍ଡରେ ରହୁଥିବା ୮୦୦୦ ହଜାରରୁ ଅଧିକ ଅଭାବୀ ପରିବାର ପାଇବେ ବିଶୁଦ୍ଧ ପାନୀୟ ଜଳ। ପୌରପାଳିକା ପକ୍ଷରୁ ଅମିନ ଲାଇନ ନିକଟରେ ବସିବ ଜଳବିଶୋଧନ ପ୍ଲାଣ୍ଟ। ଏନେଇ ପ୍ରାୟ ୨୦ ଲକ୍ଷ ଟଙ୍କା ବ୍ୟୟବରାଦ ହୋଇଥିବାବେଳେ ଆସନ୍ତା ମାର୍ଚ୍ଚ ମାସ ସୁଦ୍ଧା କାର୍ଯ୍ୟଶେଷ ହେବାକୁ ଲକ୍ଷ୍ୟ ରଖାଯାଇଛି। ଏହି ପୌରପାଳିକାକୁ ଜଳସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପାଇପ ଯୋଗେଁ ଜଳ ଯୋଗାଣ ହେଉଥିବାବେଳେ ବହୁ ସମୟରେ ଏହା ୨୧ଟି ୱାର୍ଡର ଏକାଧିକ ସାହିକୁ ଜଳ ସମସ୍ୟା ଦେଖା ଦେଉଛି। ବହୁ ସମୟରେ ପାନୀୟ ଜଳ ସମସ୍ୟା ନେଇ ବହୁ ସାହିବାସିନ୍ଦା ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେଉଥିବା ଦେଖିବାକୁ ମିଳୁଛି।

ଏହାକୁ ଏଡେଇବାକୁ ପୌର ପାଳିକା ପକ୍ଷରୁ ବ୍ୟବସ୍ଥା ଗ୍ରହଣ କରାଯାଉଥିବା ଜଣାପଡିଛି। ତେବେ କୋରାପୁଟ ପୌରପାଳିକାରେ ପ୍ରାୟ ୨୫ଟି ବସ୍ତି ଓ ୧୦ଟି ଗାଁ ରହିଛି। ୫୬.୬୨ ବର୍ଗ କିଲୋମିଟର ଏହି ପୌରପାଳିକାରେ ପିଏଚଡି ମାଧ୍ୟମରେ ଯୋଗାଣ ହେଉଥିବା ଜଳ ବହୁସମୟରେ ଅପଚୟ ହୋଇ କହ୍ନେଇପୁଟ ଦେଇ କୋଲାବରେ ମିଶୁଛି। ଏହାସହ ବର୍ଷା ଜଳ ମଧ୍ୟ ସମାନ ରାସ୍ତା ଦେଇ କୋଲାବକୁ ଯୋଡୁଥିବା ନାଳରେ ମିଶୁଛି। ତେଣୁ ଏହି ଅପଚୟ ଜଳକୁ କାର୍ଯ୍ୟରେ ଲଗାଇବାକୁ ବ୍ୟବସ୍ଥା ଗ୍ରହଣ କରାଯିବ। କଟକ ଓ ଭୁବନେଶ୍ବରରେ ଯେପରି ନର୍ଦ୍ଦମା ପାଣିକୁ ବିଶୋଧନ କରି ବିଶୁଦ୍ଧ ପାନୀୟ ଜଳ ଯୋଗାଣ ହେଉଛି ସେହି ପଦ୍ଧତ୍ତିକୁ ବ୍ୟବହାର କରି ଜଳ ବିଶୋଧନ କରାଯିବ। ଆଗକୁ ପୌର ନିର୍ବାଚନ ରହିଥିବାରୁ ଏଥିରେ ହେଳା କରା ନ ଯାଇ ପଦକ୍ଷେପ ଗ୍ରହଣ କରାଯିବା ଆଶା ରହିଛି। ଏନେଇ କଟକ ଓ ଭୁବନେଶ୍ବରରେ କାର୍ଯ୍ୟ କରୁଥିବା ବିଭାଗ ସହ ଆଲୋଚନା କରାଯିବ ବୋଲି ଜଣାପଡିଛି। ଅନ୍ୟପକ୍ଷରେ ପ୍ରତିବର୍ଷ କୋଲାବ ଜଳଭଣ୍ଡାରୁ ଜୟପୁର ସତିଗୁଡାଠାରେ ଜଳ ବିଶୋଧନ କରାଯାଉଛି। ସେଠାରୁ ଜଳ ଆସି ସହରକୁ ଜଳ ଯୋଗଣ ହେଉଛି। ଏହାସହ ପିଏଚଡି ପକ୍ଷରୁ ମଧ୍ୟ ପାଇପ ଯୋଗେ ଜଳ ଯୋଗାଣ ହେଉଛି।

ପ୍ରତିବର୍ଷ ଖରାଦିନେ ଗ୍ରୀଷ୍ମ ପ୍ରବାହବେଳେ ସହରକୁ ପାନୀୟ ଜଳ ସମସ୍ୟା ରହିଥିବାବେଳେ ଅପଚୟ ହେଉଥିବା ଜଳ ଡ୍ରେନ ଦେଇ କୋଲାବରେ ମିଶୁଛି। ଏହି ଜଳକୁ ଯଦି ବଶୋଧନ କରାଯାଇ ଲୋକଙ୍କୁ ଯୋଗଇ ହେବ ତେବେ କୋରାପୁଟ ପୌରପାଳିକାରେ ପାନୀୟ ଜଳର ସମସ୍ୟା ଦେବା ଦେବ ନାହିଁ। ଏନେଇ ବୁଦ୍ଧିଜୀବୀ ସୂର୍ଯ୍ୟ ନାରାୟଣ ପଣ୍ଡା କହିଛନ୍ତି ଯେ ପାନୀୟ ଜଳ ଅପଚୟକୁ ରୋକାଯିବାକୁ ଯୋଜନା କରାଯିବା ଉଚିତ। ସହରରୁ ମ୍ୟାଲେରିଆ ଟ୍ୟାଙ୍କ ସହ ଅନ୍ୟପଟ ଦେଇ ଯେଉଁ ଜଳ କୋଲାବରେ ମିଶୁଛି ତାହାକୁ ବିଶୋଧନ କରାଯିବା ଉଚିତ। ତେବେ ସହରରେ ପାନୀୟ ଜଳ ସମସ୍ୟା ରହିବ ନାହିଁ ବୋଲି ସେ କହିଛନ୍ତି। ଏନେଇ ପୌରନିର୍ବାହୀ ଅଧିକାରୀ ଆଲୋକ ରଂଜନ ସାମନ୍ତରାୟ କହିଛନ୍ତି ଯେ ଖରାପ ଜଳକୁ ବିଶୋଧନ କରାଯିବାକୁ ଯୋଜନା ପ୍ରସ୍ତୁତ ହୋଇ ରହିଛି। ଅମିନ ଲାଇନରେ ଏକ ପ୍ରାୟ ୨୦ ଲକ୍ଷ ଟଙ୍କା ବିନିମୟରେ ଏକ ବିଶୋଧନ ପ୍ଲାଣ୍ଟ ବସାଯିବ। ଏନେଇ ଉଚ୍ଚସ୍ତରୀୟ ଅନୁମତି ଲୋଡାଯିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର