ଜୟପୁର:ନୂଆ ପିଢୀର ଚିତ୍ରକରଙ୍କୁ ଉତ୍ସାହ ତଥା ପ୍ରେରଣା ଦେବା ନିମନ୍ତେ ସ୍ବେଚ୍ଛାସେବୀ ଅନୁଷ୍ଠାନ ସିଓ୍ବାର ମହିଳା ଶାଖା ଦ୍ବାରା ରବିବାର ଜୟପୁର ଚିତ୍ତବିନୋଦନ ଉଦ୍ୟାନ ପରିସରରେ ଅନୁଷ୍ଠିତ ହୋଇଥିଲା ଚିତ୍ରାଙ୍କନ ପ୍ରତିଯୋଗୀତା। ମୁକ୍ତାକାଶ ତଳେ ଜଗନ୍ନାଥ ସାଗର କୂଳେ ସତେଜ ସକାଳବେଳାରେ ବିଭିନ୍ନ ବର୍ଗର, ବିଶେଷ କରି ବିଦ୍ୟାଳୟ, ମହାବିଦ୍ୟାଳୟ ସ୍ତରର ଛାତ୍ର ଛାତ୍ରୀଙ୍କୁ ନେଇ ଆୟୋଜିତ ଏଇ ଚିତ୍ରାଙ୍କନ ପ୍ରତିଯୋଗୀତାରେ ବୟସ୍କ ତଥା ଅଭିଜ୍ଞ ଚିତ୍ରକରମାନେ ମଧ୍ୟ ସାମିଲ ହୋଇଥିଲେ।
ଏଥରର ଚିତ୍ରାଙ୍କନର ବଷୟ ଥିଲା ‘ମୁଁ ଆଉ ମୋ ପରିବେଶ’। ଏଥିରେ ବିଦ୍ୟାଳୟ ସ୍ତରରୁ ୨୪୪ ଜଣ, ମହା ବିଦ୍ୟାଳୟ ସ୍ତରରୁ ୪୫ ଜଣ ଏବଂ ତାଲିମ ନେଉ ଥିବା ବିଦ୍ୟାର୍ଥୀ ୫ ଜଣ ପ୍ରତିଯୋଗୀତାରେ ଅଂଶଗ୍ରହଣ କରିଥିଲେ। ସେମାନଙ୍କ ସହ ଜୟପୁରର ଅଭିଜ୍ଞ ଚିତ୍ରକରମାନେ ୧୨ଜଣ ଯୋଗ ଦେଇ, ପରିବେଶ ପ୍ରତି ସେମାନଙ୍କ ଅନ୍ତରଙ୍ଗ ଭାବନାକୁ ନିଜ ଚିତ୍ରରେ ରଙ୍ଗ ଭରିଥିଲେ। ଶତାଧିକ ଚିତ୍ରକରଙ୍କୁ ଏକାଠି ହୋଇ ନିଜ ନିଜ ଭାବନାକୁ ସୁନ୍ଦର ଚିତ୍ରର ରୂପ ଦେବା ଦେଖି ଅବିଭାବକ, ନିମନ୍ତ୍ରିତ ଅତିଥୀ ତଥା ଆୟୋଜକଙ୍କ ମନରେ ଖୁସୀର ଲହରୀ ସଂଚରୀ ଯାଇଥିଲା।
ଏହି ପ୍ରତିଯୋଗୀତାର କନିଷ୍ଠ ବର୍ଗରେ ଜି.ସତ୍ୟମ ଆଚାରୀ ପ୍ରଥମ ସ୍ଥାନ ଲାଭ କରିଥିଲେ। ଜୁନାରୀୟା ତବାସୁମ ଦ୍ବିତୀୟ ଓ ତନ୍ବିଷା ତନୁଶ୍ରୀ ପଣ୍ଡା ତୃତୀୟ ସ୍ଥାନ ଓ ଶ୍ବେତା ସିଂଙ୍କୁ ସାନ୍ତ୍ବାନାମୂଳକ ପରିସ୍କାର ଦିଆଯାଇଥିଲା। ବରିଷ୍ଠ ବର୍ଗରେ ଜି.କାଭ୍ୟା ପ୍ରଥମ, ଶ୍ରୀପଦ୍ମା ସାହୁ ଦ୍ବିତୀୟ, ସ୍ମୁତୀ ପାଢୀ ତୃତୀୟ ସ୍ଥାନ ଲାଭ କରିଥିଲେଃ ସେଭଳି ତାଲୀମପ୍ରାପ୍ତ ବର୍ଗରେ ବର୍ଗରେ ସ୍ବହେବ ଗୌଡ ପ୍ରଥମ, ଧରଣୀଧର ନାୟକ ଦ୍ବିତୀୟ, ତାପସ ରଂଜନ ପଣ୍ଡା ତୃତୀୟ ସ୍ଥାନ ଲାଭ କରିଥିଲେ। ପୁରସ୍କାର ବିତରଣୀ ଉତ୍ସବରେ
ମୂଖ୍ୟ ଅତିଥି ଭାବେ ଜୟପୁର ପୌର କାର୍ଯ୍ୟ ନିର୍ବାହୀଅଧିକାରୀ ସିଦ୍ଧାର୍ଥ ପଟ୍ଟନାୟକ, ସମ୍ମାନିତ ଅତିଥି ରୂପେ ନରେନ୍ଦ୍ର ପଟ୍ଟନାୟକ, ଶଶୀଭୂଷଣ ପଟ୍ଟନାୟକ ଏବଂ ପ୍ରକାଶ ନାୟକ ଯୋଗ ଦେଇ ବିଜେତା ଚିତ୍ରଶୀଳ୍ପୀମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ। ଏଇ ଚିତ୍ରାଙ୍କନ ପ୍ରତିଯୋଗୀତାରେ ବିଚାରକ ଭାବେ ଯୁଧିଷ୍ଠିର ମଲ୍ଲିକ, ବୁଲୁ ଅମାୟିକା, ପି.ଶ୍ରୀନିବାସ, ପଦ୍ମଚରଣ ଚୈଧୁରୀ, ସୁନୀଲ ସାଗର, ଦିନେଶ ସାହୁ ଏବଂ ପ୍ରଭାକର ମହାରଣା ପ୍ରମୁଖ ମୂଲ୍ୟାଙ୍କନ କରିଥିଲେ। ଏକ ସଂଗୀତମୟ ପରିବେଶରେ ପୁରସ୍କାର ବିତରଣୀ ଉତ୍ସବର ଆୟୋଜନ କରାଯାଇଥିଲା। ଏଥିରେ ସୁନାମଧନ୍ୟ କଣ୍ଠଶିଳ୍ପୀ ସନାତନ ପୁରୋହିତ ଦାଶ ନିଜ ସୁଲଳିତ କଣ୍ଠର ଯାଦୁରେ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରି ଥିଲା ବେଳେ ବଂଶୀର ମୁର୍ଚ୍ଚନାରେ ଦର୍ଶକଙ୍କୁ ଭିନ୍ନ ଏକ ଜଗତକୁ ନେଇ ଯାଇଥିଲେ ବଂଶୀବାଦକ ରବୀନ ମହାନନ୍ଦିଆ। ଆଉ ପତ୍ରିଯୋଗୀଙ୍କୁ ଚିତ୍ରାଙ୍କନ ସମ୍ପର୍କରେ ଯୁବ ଚିତ୍ରକର ବିଶାଲ ପଟ୍ଟନାୟକ ଏକ ମନୋସ୍ବିନୀ ମହାରଣା ସଚେତନତା ସୃଷ୍ଟି କରିଥିଲେ। ସିଓ୍ବାର ମହିଳା ଶାଖା ସଂପାଦିକା ବିଜୟାଲଷ୍ମୀ ପାଣିଗ୍ରାହୀ ମଂଚ ପରିଚାଳନା କରିଥିଲେ। ସଭାନେତ୍ରୀ ସୁମନ ମୁନ୍ଦ୍ରା, ମମତା ନାୟକ, ବାଣୀ ପଟ୍ଟନାୟକ, ମମତା ଦାଶ, ଜୟା ମିଶ୍ର, ଗୀତାରାଣୀ ପଣ୍ଡା, ସୁନିତା ପଟ୍ଟନାୟକ, ସଂଧ୍ୟାରାଣୀ ପଟ୍ଟନାୟକ, ମଧୁସ୍ମୀତା ମହାପାତ୍ର, ଭୂଲଷ୍ମୀକ୍ଷ୍ମୀ ଆଚାରୀ, ମମତାଞଳୀ ପାତ୍ର, ମମତା ମହାପାତ୍ର, କେ.ଦିବ୍ୟା, ଶୁଭସ୍ମିତା ସାନ୍ତ୍ରା,ମମତା ସାହୁ, ସଂଯୁକ୍ତା ଷଢଙ୍ଗୀ, ମାମାଲୀ ନାୟକ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ। ଆଗାମୀ ଦିନରେ ଉତ୍ସାହୀ ଛାତ୍ରଛାତ୍ରୀଙ୍କୁ ନେଇ ଏକ ଚିତ୍ରାଙ୍କନ କର୍ମଶାଳା ଆୟୋଜନ କରାଯିବ ବୋଲି ସିଓ୍ବା ଅନୁଷ୍ଟାନ ପକ୍ଷରୁ ସୂଚନା ଦିଆଯାଇଛି।