ସୁକିନ୍ଦା: ଯାଜପୁର ଜିଲ୍ଲାସୁକିନ୍ଦା ଥାନା ବଇରିମାଳ ଗ୍ରାମ ନିକଟରେ ଏକ ପୋଖରୀରେ ବୁଡ଼ିଯାଇ ଜଳଧର ପରିଡ଼ା (୪୫)ଙ୍କ ମୃତ୍ୟୁ ହୋଇଛି। ଜଳଧର ଗତକାଲି ବିଲ କାମ ସାରି ସନ୍ଧ୍ୟାରେ ଗାଧୋଇବାକୁ ପୋଖରୀକୁ ଯାଇଥିଲେ। ଘରକୁ ଫେରିବାରେ ବିଳମ୍ବ ହେବାରୁ ପରିବାର ଲୋକ ଖୋଜାଖୋଜି କରିଥିଲେ। କିଛି ଗ୍ରାମବାସୀ ତାଙ୍କୁ ପୋଖରୀରେ ଗାଧୋଇବାକୁ ଯିବାର ଦେଖିଥିବା କହିବା ପରେ ଦମକଳ ବାହିନୀକୁ ଖବର ଦିଆଯାଇଥିଲା। ସୁକିନ୍ଦା ଦମକଳ ବାହିନୀର ଭାରପ୍ରାପ୍ତ ଅଧିକାରୀ ପୂର୍ଣ୍ଣଚନ୍ଦ୍ର ସ୍ବାଇଁଙ୍କ ନେତୃତ୍ବରେ କର୍ମଚାରୀମାନେ ପୋଖରୀରେ ପଶି ଖୋଜାଖୋଜି କରିବା ପରେ ରାତି ୨ଟାରେ ଶବ ଉଦ୍ଧାର କରାଯାଇଥିଲା। ସୁକିନ୍ଦା ପୁଲିସ ଶବ ଜବତ କରିବା ସହିତ ଥାନା କେସ ନମ୍ବର ୨୦/୨୧ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିବା ଭାରପ୍ରାପ୍ତ ଅଧିକାରୀ ଶିବଚରଣ ବେହେରାଙ୍କଠାରୁ ପ୍ରକାଶ। ଦାନଗଦୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଆଜି ଶବ ବ୍ୟବଚ୍ଛେଦ କରାଯାଇଛି।
ଗାଧୋଇଲା ବେଳେ ପୋଖରୀରେ ବୁଡ଼ି ମୃତ୍ୟୁ
/sambad/media/post_attachments/wp-content/uploads/2018/09/drawn.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)