ନବରଙ୍ଗପୁର: କରନା ଟିକାକରଣ ପୂର୍ବରୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେରେ କରୋନା ଟିକାକରଣ ପାଇଁ ଡ୍ରାଇ ରନ ବ୍ୟବସ୍ଥା କରାଯାଇଛି । ପୂର୍ବରୁ ଡ୍ରାଇ ରନ ପାଇଁ ଚିକିତ୍ସାଳୟରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା । ଟିକା ପ୍ରଦାନ ପାଇଁ ଏକ ସ୍ୱତନ୍ତ୍ର କୋଠରୀ, ଗୋଟିଏ ପ୍ରତୀକ୍ଷାଳୟ ଓ ଗୋଟିଏ ନିରୀକ୍ଷଣ ଗୃହର ବ୍ୟବସ୍ଥା କରାଯାଇଥିଲା । ନବରଙ୍ଗପୁର ଜିଲ୍ଲାପାଳ ଡକ୍ଟର ଅଜିତ କୁମାର ମିଶ୍ର ଓ ମୁଖ୍ୟ ଚିକିତ୍ସାଧିକାରୀ ଡା.ଶୋଭାରଣୀ ମିଶ୍ରଙ୍କ ତଥା ଅନ୍ୟ ସ୍ୱାସ୍ଥ୍ୟ ଅଧିକାରୀ ମାନଙ୍କ ଉପସ୍ଥିତିରେ ଏହି ଡ୍ରାଏ ରନ କରାଯାଇଥିଲା ।
ଆଜି ପ୍ରଥମ ଦିନରେ ୨୫ ଜଣଙ୍କୁ ଡ୍ରାଏ ରନ ଟିକା ପ୍ରଦାନ କରାଯାଇଥିଲା । ଟିକା ପ୍ରଦାନ ପରେ ସ୍ୱାସ୍ଥ୍ୟରେ ସମ୍ଭାବ୍ୟ ପାର୍ଶ୍ୱ ପ୍ରତିକ୍ରିୟା ନେଇ ସଚେତନ କରାଯାଇଥିଲା । ସମ୍ଭାବ୍ୟ ପାର୍ଶ୍ୱ ପ୍ରତିକ୍ରିୟା ପାଇଁ ସ୍ୱତନ୍ତ୍ର ଭାବେ ଆମ୍ବୁଲାନ୍ସ ବ୍ୟବସ୍ଥା କରାଯାଇଥିଲା । ଯଦି କୌଣସି ପାର୍ଶ୍ୱ ପ୍ରତିକ୍ରିୟା ଘଟେ ତେବେ ତାଙ୍କୁ ସ୍ଥାନାନ୍ତର କରିବାର ବ୍ୟବସ୍ଥା କରାଯାଇଥିଲା । ଏଥି ସହ ଘରକୁ ଯିବା ପରେ ମଧ୍ୟ କୌଣସି ପାର୍ଶ୍ୱ ପ୍ରତିକ୍ରିୟା ଘଟିଲେ ହେଲ୍ପଲାଇନ ନମ୍ବରରେ କଲ କରିବା ପାଇଁ ପରାମର୍ଶ ପ୍ରଦାନ କରାଯାଇଥିଲା ।
ଟିକାକରଣ ପାଇଁ ଯେଉଁ ଅଧିକାରୀ ଦାୟିତ୍ବରେ ରହିବେ ସେହି ଅଧିକାରୀ ଟିକା ପାଇଁ ଆସିଥିବା ବ୍ୟକ୍ତିଙ୍କ ପରିଚୟ ପତ୍ର ଯାଞ୍ଚ କରିବେ। ନବରଙ୍ଗପୁର ଜିଲ୍ଲାରେ ଟିକାକରଣ ପାଇଁ ୯୩୪୫ ଜଣ ସ୍ବାସ୍ଥ୍ୟ କର୍ମୀ ଓ ଅଙ୍ଗନୱାଡି କର୍ମୀ ପଞ୍ଜିକୃତ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ପଞ୍ଜିକୃତ କର୍ମଚାରୀଙ୍କୁ ଟିକାକରଣ କରାଯିବ। ଟିକାକରଣ ପୂର୍ବରୁ କେଉଁଠି ଏବଂ କେବେ ଟିକା ଦିଆଯିବ ସେ ନେଇ ପୂର୍ବରୁ ସୂଚନା ଦିଆଯିବ ବୋଲି ସୂଚନା ଦେଇଥିଲେ ନବରଙ୍ଗପୁର ଜିଲ୍ଲାପାଳ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/01/934b854a-adfa-4d2e-8203-6692d02bde3b.jpg)