ଘୁ.ଉଦୟଗିରି: ଦିନକୁ ଦିନ ସ୍ଥାନୀୟ ସହର ମଧ୍ୟରେ ମଦୁଆଙ୍କ ଦୌରାତ୍ମ୍ୟ ସଂଖ୍ୟା ବଢ଼ିବାରେ ଲାଗିଛି। ସହର ଜନଗହଳି ମୁଖ୍ୟ ରାସ୍ତା, ଗାନ୍ଧୀ ଛକ ଏବଂ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଜଣେ ନିଶାଦ୍ରବ୍ୟ ସେବନ କରିଥିବା ମଦ୍ୟପଙ୍କ ଦୌରାତ୍ମ୍ୟ ଦେଖିବାକୁ ମିଳିଛି। ରାସ୍ତାରେ ଯାତାୟତ କରୁଥିବା ଯାତ୍ରୀବାହୀ ବସ ଓ ଟ୍ରକ୍ ସମ୍ମୁଖରେ ଠିଆହୋଇ ଗାଡ଼ିକୁ ଅଟକେଇ ବିଭିନ୍ନ ଆଶ୍ରାବ୍ୟ ଭାଷାରେ ଗାଳି କରିବା ସହ ସାରା ସହରରେ ଛାଞ୍ଚଲ୍ୟ ଖେଳେଇ ଦେଇଥିଲା ଦୀର୍ଘ ଘଣ୍ଟା ଧରି।
ଖାଲି ଏତିକି ନୁହେଁ ପୁଲିସ ଗାଡ଼ି ବି ଏହି ମଦୁଆର ଦୌରାତ୍ମ୍ୟରୁ ରକ୍ଷା ପାଇନି। ମଦ୍ୟପ ବ୍ୟକ୍ତି ପୁଲିସ ପାଟ୍ରୋଲିଙ୍ଗ ଗାଡ଼ି ସମ୍ମୁଖକୁ ଅବରୋଧ କରି ବିଶୃଙ୍ଖଳା ସୃଷ୍ଟି କରି ଥିବା ଦେଖିବାକୁ ମିଳିଛି। ପୁଲିସ ପେଟ୍ରୋଲିଙ୍ଗ ଗାଡ଼ି ମଧ୍ୟରେ ବସିଥିବା ଜଣେ ଅଧିକାରୀଙ୍କ ବୁଝାସୁଝା କରିବା ସତ୍ତ୍ବେ ମଦୁଆ ଜଣକ ରାସ୍ତାରୁ ହଟିନ ଥିଲେ। ବହୁ ବୁଝାସୁଝା ପରେ ପାଟ୍ରୋଲିଙ୍ଗ ଗାଡ଼ିରେ ବସିଥିବା ଜଣେ ହୋମ ଗାର୍ଡ ମଦୁଆଙ୍କୁ ବୁଝାସୁଝା ପରେ ପେଟ୍ରୋଲିଙ୍ଗ ଗାଡ଼ିକୁ ସେଠାରୁ ଛାଡି ଥିଲେ।
ଏଠି ପ୍ରଶ୍ନ ଉଠୁଛି ଜଣେ ପୁଲିସ ଅଧିକାରୀଙ୍କ ଉପସ୍ଥିତ ସତ୍ୱେ ମୌନବ୍ରତ ଅବଲମ୍ବନ କରିବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି? ପୁଲିସ ଯଦି ମଦୁଆଙ୍କ ଦୌରାତ୍ମ୍ୟର ଶିକାର ହୋଇ ନିରବ ଦ୍ରଷ୍ଟା ସାଜୁଛି ତାହାହେଲେ ସାଧାରଣ ସହରବାସୀ କେମିତି ମଦୁଆଙ୍କ ଠାରୁ ସୁରକ୍ଷିତ ରହିବେ?