ଭଦ୍ରକ: ଆଜି ଦଶ ଦଫା ଦାବି ନେଇ ଭଦ୍ରକ ଜିଲ୍ଲା ଡ୍ରାଇଭର ମହାସଂଘ ପକ୍ଷରୁ ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲିକଙ୍କୁ ଭେଟି ଆଲୋଚନା କରିଛନ୍ତି। ଓଡ଼ିଶା ଡ୍ରାଇଭର ମହାସଂଘ ପକ୍ଷରୁ ଓଡ଼ିଶାର ସମସ୍ତ ଜିଲ୍ଲାରୁ ଡ୍ରାଇଭର ଭାଇ ମାନେ ଡ୍ରାଇଭର ମାନଙ୍କ ୧୦ ଟି ସମସ୍ୟାକୁ ନେଇ ଗତ ୨ ମାସ ପୂର୍ବରୁ ଏକ ବିଶାଳ ଶୋଭାଯାତ୍ରାରେ ସମ୍ବଲପୁରରୁ ବାହାରି ମୁଖ୍ୟମନ୍ତ୍ରୀଙ୍କ ନିବାସରେ ଧାରଣା ଦେଇଥିଲେ। ଦାବି ରହିଛି କି, ଜନସାଧାରଣଙ୍କ ଆକ୍ରୋଶର ଶିକାର ହେଉଥିବା ଡ୍ରାଇଭର ସୁରକ୍ଷା ପାଇଁ ଏକ ସ୍ବତନ୍ତ୍ର ଆଇନ ତିଆରି କରାଯାଉ, ଡ୍ରାଇଭର ମାନେ ବିଶ୍ରାମ ନେବା ପାଇଁ ୧୦୦ କିଲୋମିଟର ଅନ୍ତରରେ ଏକ ବିଶ୍ରାମ ଓ ଶୌଚାଳୟ ବ୍ୟବସ୍ଥା କରାଯାଉ, ୫୫ବର୍ଷ ପରେ ପେନସନ ଦିଆଯାଉ, ଡ୍ରାଇଭର ମାନଙ୍କୁ ଦ୍ଵିତୀୟ ସୈନିକର ମାନ୍ୟତା ଦିଆଯାଉ ଏଭଳି ୧୦ ଟି ଦାବି ନେଇ ମୂଖ୍ୟମନ୍ତ୍ରୀଙ୍କ ନିବାସରେ ଧାରଣା ଦେଇଥିଲେ।
ସେହି ଦାବିକୁ ୩ ମାସ ଭିତରେ ପୂରଣ କରିବାକୁ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ଆଯକୁ ପ୍ରାୟ ୨ ମାସ ବିତିଯାଇଥିଲେ ମଧ୍ୟ ସରକାର କୌଣସି ଦାବିକୁ ପୁରୁଣ କରି ନଥିବା କଥା କହିଛନ୍ତି ମହାସଂଘର ଡ୍ରାଇଭର ମାନେ। ସେହି ଦାବି ଗୁଡ଼ିକ କିପରି ପୂରଣ ହୋଇପାରିବ ତାହାକୁ ଲକ୍ଷ୍ୟ କରି ଆଜି ଭଦ୍ରକ ଜିଲ୍ଲାର ଡ୍ରାଇଭର ଭାଇମାନେ ଏକାଠି ହୋଇ ଭଦ୍ରକ ଜିଲ୍ଲା ବିଧାୟକ ସଂଜୀବ ମଲ୍ଲିକଙ୍କୁ ଭେଟି ବିଧାନ ସଭାରେ ଦାବି ଗୁଡ଼ିକୁ ଉପସ୍ଥାପନା କରିବା ପାଇ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଆଗମୀ ଦିନରେ ଯଦି ସରକାର କୌଣସି କଥା ନ ଶୁଣନ୍ତି, ଡ୍ରାଇଭର ମାନେ ଷ୍ଟେରିଂ ଛାଡ଼ ଆନ୍ଦୋଳନ କରିବା ନେଇ ଚେତାବନୀ ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/IMG-20220625-WA0035.jpg)